ଆର୍.ବି.ଆ.ର ନିୟମ : ଏଟିମରୁ ଟଙ୍କା ଆସିଲା ନାହିଁ କିନ୍ତୁ ଆକାଉଣ୍ଟରୁ କଟିଗଲା, ଏହିପରି ସ୍ଥଳରେ ବ୍ୟାଙ୍କ ଦେବା କ୍ଷତି ପୂରଣ ବାବଦକୁ ପ୍ରତିଦିନ ୧୦୦ ଟଙ୍କା । ଜାଣନ୍ତୁ ସଂପୂର୍ଣ୍ଣ ବିଷୟ :

Spread the love

ଆର୍.ବି.ଆ. ଦ୍ଵାରା ପ୍ରଣିତ ଏହି ନିୟମ ଅନୁଯାୟୀ, ଗ୍ରାହକ ଫର୍ମ ପୂରଣ କରିବା ସଙ୍ଗେ ସଙ୍ଗେ ମିଳିବ କ୍ଷିତ ପୂରଣ :

ଆର୍.ବି.ଆ.ର ନିୟମ : ଏଟିମରୁ ଟଙ୍କା ଆସିଲା ନାହିଁ କିନ୍ତୁ ଆକାଉଣ୍ଟରୁ କଟିଗଲା, ଏହିପରି ସ୍ଥଳରେ ବ୍ୟାଙ୍କ ଦେବା କ୍ଷତି ପୂରଣ ବାବଦକୁ ପ୍ରତିଦିନ ୧୦୦ ଟଙ୍କା । ବ୍ୟାଙ୍କ କ୍ଷତି ପୂରଣ ଦେବାକୁ ଅସ୍ଵୀକାର କରିପାରିବ ନାହିଁ । କାରଣ ଏହି ନିୟମ ଆର୍.ବି.ଆ ଦ୍ଵାରା ପ୍ରଣିତ ହୋଇଛି ।

ଆଜିକଲି ଏଟିମ୍ ଟ୍ରାଞ୍ଜେକସନ୍ ସମୟରେ ବେଳେବେଳେ ଆକାଉଣ୍ଟରୁ ଟଙ୍କା କତିଯାଉଛି କିନ୍ତୁ ଏଟିମ୍ ମେସିନ୍ ରୁ ଟଙ୍କା ଆସିନଥାଏ । ଆର୍.ବି.ଆ.ର ନୀତି ଅନୁଯାୟୀ, ଏହିପରି ଅସୁବିଧାର ସମ୍ମୁଖୀନ ହେବାର ୭ ଦିନ ମଧ୍ୟରେ ଗ୍ରହକଙ୍କ ଆକାଉଣ୍ଟକୁ କଟିଥିବା ଟଙ୍କା ଫେରସ୍ତ ହୋଇଯିବ । ଯଦି ବ୍ୟାଙ୍କ ଏହିପରି କରୁ ନାହିଁ, ତେବେ ସେହି ଗ୍ରାହକକୁ ତାର କ୍ଷତିପୂର୍ଣ୍ଣ ଦେବାକୁ ହେବ ବ୍ୟାଙ୍କ । ଆସନ୍ତୁ ଜାଣିବା ଆର୍.ବି.ଆ. ଦ୍ଵାରା ପ୍ରଣିତ ଏହି ନିୟମ ବିଷୟରେ :

ପ୍ରତିଦିନ ଦେବାକୁ ହେବ ୧୦୦ ଟଙ୍କା କ୍ଷତି ପୂରଣ :

– ଅଭିଯୋଗ ହେବାର ୭ ଦିନ ମଧ୍ୟରେ ଯଦି ଗ୍ରାହକଙ୍କ ଆକାଉଣ୍ଟକୁ କଟିଥିବା ଟଙ୍କା ଫେରସ୍ତ ହେଉନାହିଁ, ତେବେ ବ୍ୟାଙ୍କ ପ୍ରତିଦିନ ୧୦୦ ଟଙ୍କା ହିସାବରେ ସେହି ଗ୍ରାହକକୁ କ୍ଷତି ପୂରଣ ଦେବାକୁ ହେବ ।

– ଯଦି କୌଣସି ଗ୍ରାହକ ଏହିପରି ସ୍ଥିତି ଅର୍ଥାତ ଏଟିମ୍ ରୁ ଟଙ୍କା ଉଠାଇବା ବେଳେ ଟଙ୍କା କାଟିଗଲା କିନ୍ତୁ ଏଟିମ୍ ମେସିନ୍ ରୁ ଟଙ୍କା ଆସିଲା ନାହିଁ, ତେବେ ସେହି ଗ୍ରାହକ ଏହି ବିଷୟରେ ତୁରନ୍ତ ନିକଟସ୍ଥ ବ୍ୟାଙ୍କ ସହ ଯୋଗାଯୋଗ କରି ଏହି ବିଷୟରେ ଅଭିଯୋଗ ଦେବା ଅନିର୍ବାଯ୍ୟ ଅଟେ ।

ବ୍ୟେଙ୍କିଙ୍ଗ ଲୋକପାଳଙ୍କ ଠାରେ କରିପାରିବେ ଅଭିଯୋଗ :

– ଯଦି ବ୍ୟାଙ୍କ ୩୦ ଦିନ ମଧ୍ୟରେ ଏହି ଅଭିଯୋଗର ମୀମାଂସା କରି ନ ପରେ, ତେବେ ଆପଣ ଗ୍ରାହକ ସିଧା ବ୍ୟେଙ୍କିଙ୍ଗ ଲୋକପାଳଙ୍କ ଠାରେ ଅଭିଯୋଗ କରି ପାରିବେ ।