ଜର୍ଜ ଦୁଇଜଣ ଆରୋପିଙ୍କୁ ଏକ ବିଚିତ୍ର ଦଣ୍ଡ ଦେଇଛନ୍ତି । ନା ହାତରେ ହାତକଡୀ ଲାଗିବ ନା ଜେଲ୍ ର ଫାଟକ ବନ୍ଦ ରହିବ ।

Spread the love

ଏହି କାରଣ ପାଇଁ ଏହି ଦଣ୍ଡ ମିଳିଛି । ପ୍ରତିମାସରେ ପୋଲିସ ଆଦଲତରେ ରିପୋର୍ଟ କରିବେ ।

ଘଟଣାଟି ବିହାର ରାଜ୍ୟରେ । ଅନେକ ଚର୍ଚ୍ଚିତ ନ୍ୟାୟ ଦେବା ପାଇଁ ପ୍ରସିଦ୍ଧ କିଶୋର ନ୍ୟାୟ ପରିଷେଧର ପ୍ରଧାନ ଦଣ୍ଡାଧିକାରୀ ମାନବେନ୍ଦ୍ର ମିଶ୍ର ଏକ ନୂଆ ଓ ବିଚିତ୍ର ଦଣ୍ଡ ଦେଛନ୍ତି । ଯେତେଦୂର ସମ୍ଭବ ଏହା ଦେଶର ପ୍ରଥମ ଦଣ୍ଡ ହୋଇଥିବ, ଯେଉଁଥିରେ ଦୁଇଜଣ କିଶୋର ଆସମୀଙ୍କୁ ଏକ ମାସ ପର୍ଯ୍ୟନ୍ତ ଭୋଟରଙ୍କୁ ଜାଗୃତ କରାଇବା ପାଇଁ ଦଣ୍ଡ ମିଳିଛି । ଦୁଇ ଜଣ କିଶୋର ନାଳନ୍ଦା ସହରର ଦୀପନଗର ପଞ୍ଚାୟତର ମତଦାତା ମାନଙ୍କୁ ଏକ ମାସ ପର୍ଯ୍ୟନ୍ତ ଜାଗୃତ କରାଇବେ । ଥାନା ଅଧିକାରୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବା ପାଇଁ ଜର୍ଜ ନିର୍ଦ୍ଦେଶ ଦେଇଛନ୍ତି । ପରିଷଦର ସହାୟକ ଅଭିଯୋଜନ ପଦାଧିକାରୀ ରାଜେଶ ପାଠକ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସେ କହିଛନ୍ତି; ଏହିପରି ଦଣ୍ଡ ମାଧ୍ୟମରେ କିଶୋର ମାନଙ୍କୁ ସାମାଜିକ କର୍ତ୍ତବ୍ୟ ବିଷୟରେ ଧାରଣା ମିଳିପାରିବ ।

ଘଟଣା କଣ ଅଟେ :

ଏହି ଦୁଇ ଜଣ କିଶୋରଙ୍କ ଉପରେ ଆରୋପ ହୋଇଛି ଯେ, ଏହି ଦୁଇ କିଶୋର ୨୬ ଜୁଲାଇ ୨୦୧୬ରେ ଦିନ ୧୧ଟାରେ ତିନି ରୁ ଚାରି ଜଣ ମିଶି ପଡ଼ୋଶୀ ଘରର ଲୋକକୁ, ବହାରକୁ ଆଣି ମାରପିଟ କରୁଥିଲେ । କୋର୍ଟର ଶୁଣାଣି ସମୟରେ ଏହି ଆରୋପ ସତ୍ୟ ପ୍ରମାଣିତ ହୋଇଥିଲା । ଆରୋପ ପ୍ରମାଣିତ ହୋଇସାରିବା ପରେ ଏକ ବିଚିତ୍ର ଦଣ୍ଡ ବିଧାନ ହୋଇଥିଲା । ଦଣ୍ଡ ଏହିପରି ହୋଇଥିଲା, ଯାହା ସମାଜ ପାଇଁ ଉଦାହରଣ ହୋଇଯାଇଛି । ଦୁଇଜଣ କିଶୋରଙ୍କୁ ଏହି ଦଣ୍ଡ ଏଥିପାଇଁ ଶୁଣା ଯାଇଥିଲା, କାରଣ ଏହି ଦୁଇ କିଶୋର ଦେଶ ଓ ସମାଜ ପାଇଁ ଥିବା କର୍ତ୍ତବ୍ୟ ବୁଝିପାରି ନିଜକୁ ଆଦର୍ଶ ନାଗରିକ ପ୍ରମାଣିତ କରିପାରିବେ ।

ଏହି ଦଣ୍ଡ ଶୁଣାଣି ଚର୍ଚ୍ଚାର ବିଷୟ ପାଲଟି ଯାଇଛି :

କହିବା ପାଇଁ ଚାହୁଁଛୁ; ବିଚାରକ ମିଶ୍ର ପୂର୍ବରୁ ମାରପିଟ କରୁଥିବା କିଶୋର ଆରୋପୀମାନଙ୍କୁ ଟ୍ରାଫିକ ନିୟମ ପ୍ରତି ଜନ ସାଧାରଣଙ୍କୁ ଜାଗୃତ କରାଇବା, ତିନି ମାସ ପର୍ଯ୍ୟନ୍ତ ଦଳିତ ପିଲାଙ୍କୁ ପଢ଼ାଇବା ଓ ଗଛ ଲଗେଇବା ପରି ଦଣ୍ଡ ଶୁଣାଇ ଚର୍ଚ୍ଚାରେ ରହିଛନ୍ତି ।

ଡିଏମ୍ ଯୋଗେନ୍ଦ୍ର ସିଂ କହିଛନ୍ତି, ଏହା ଏକ ନ୍ୟାୟିକ ଦଣ୍ଡ ଶୁଣାଣି ଅଟେ । ଏହି ସବୁ ଦଣ୍ଡ ଶୁଣାଣି ଫଳରେ ସମାଜକୁ ଭଲ ସନ୍ଦେଶ ମିଳିପାରିବ । ଲୋକତନ୍ତ୍ରର ମହାପର୍ବରେ ଏହି ସବୁ ଦଣ୍ଡ ଶୁଣାଣି ଭାଗିଦାରୀ ହୋଇପାରିବ । ଏହା ସମାଜ ସହ ଏହିପରି ଆପରାଧ କରୁଥିବା କିଶୋରମାନେ ମଧ୍ୟ ସୁଧୁରୀ ଯାଇପାରିବେ । ଏହିପରି ଦଣ୍ଡ ଶୁଣାଣି ଫଳରେ ସମାଜରୁ ଆପରାଧ କମିବା ସହ ଜନସାଧାରଣଙ୍କ ମଧ୍ୟରେ ଜାଗୃତା ଓ ଦେଶ ପ୍ରତି ଥିବା କର୍ତଵ୍ୟ ବିଷୟରେ ଧାରଣା ଆସିପାରିବ ।