ନିତୁ ସିଂହ କହିଥିଲେ ଘଡିସନ୍ଧି ମୁହୁର୍ତ୍ତରେ ନିତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ସାହାଯ୍ୟ କରିଥିଲେ ।

Spread the love

୩୦ ଏପ୍ରିଲରେ ବଲିଉଡର ଜଣାଶୁଣା ଅଭିନେତା ଋଷିି କପୁର ଦୁନିଆକୁ ସଦା ସର୍ବଦା ପାଇଁ ଦୁନିଆ ଛାଡି ଚାଲିଗଲେ । ଋଷିି କପୁର ୨ବର୍ଷ ଧରି କ୍ୟାନ୍ସର ସହ ଲଢେଇ ଜାରି ରଖିଥିଲେ । ଯେତେବେଳେ ଋଷିି କପୁରଙ୍କ ରୋଗ ବିଷୟରେ ଜଣା ପଡ଼ିଥିଲା ସେତେବେଳେ ନୀତୁ କପୁରଙ୍କ ସହ ସମସ୍ତ କପୁର ପରିବାର ଭୟ କରିଥିଲେ ବର୍ତ୍ତମାନ କ’ଣ ହେବ ? ଏହି କଠିନ ସମୟରେ ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କର ପତ୍ନୀ ନିତା ଅମ୍ବାନୀ ଆଗକୁ ଆସି ନିତୁ ଏବଂ ଋଷିି କପୁରଙ୍କ ସହ ଠିଆ ହୋଇଥିଲେ । ଏହି ସୂଚନା ନିଜେ ନିତୁ କପୁର ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଥିଲେ ।

Google

ନିତୁ ସିଂହ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ । ଏହି ପୋଷ୍ଟ ମାଧ୍ୟମରେ ନିତୁ କପୁର କହିଥିଲେ, କିପରି ଏହି କଠିନ ସମୟରେ ନିତା ଏବଂ ମୁକେଶ ଅମ୍ବାନୀ ତାଙ୍କ ପାଇଁ ଭଗବାନଙ୍କ ଭଳି ଠିଆ ହୋଇଥିଲେ। ଏହି ପୋଷ୍ଟ ସହ ନିତୁ ଏକ ଫୋଟୋ ମଧ୍ୟ ସେୟାର କରିଛନ୍ତି । ସେହି ଫଟୋରେ ନିତା ଏବଂ ମୁକେଶ ଅମ୍ବାନୀଙ୍କ ସହ ନିତୁ ଏବଂ ଋଷିି କପୁର ଅଛନ୍ତି । ଏହି ଫୋଟୋ ସେହି ସମୟର ଯେତେବେଳେ ଋଷିି କପୁରଙ୍କ ଚିକିତ୍ସା ଚାଲିଥିଲା ।

Google

ନିଜ ପୋଷ୍ଟରେ ନିତୁ ଲେଖିଥିଲେ,” ଆମ ପରିବାର ପାଇଁ ଏହି 2ବର୍ଷ ଏକ ଲମ୍ବା ଯାତ୍ରା ଥିଲା । ଏହା ଭିତରେ ଅନେକ ଖରାପ ଏବଂ ଭଲ ଦିନ ଆସିଛି । କିନ୍ତୁ ଏହି ଯାତ୍ରା ଅମ୍ବାନୀ ପରିବାର ବ୍ୟତୀତ ପୁରା ହୋଇ ପାରିନଥାନ୍ତା । ପାଖାପାଖି 7ମାସ ଅମ୍ବାନୀ ପରିବାରର ପ୍ରତ୍ୟେକ ସଦସ୍ୟ ଋଷିି କପୁରଙ୍କ ଧ୍ୟାନ ରଖିଛନ୍ତି । ଡାକ୍ତରଖନା ଠାରୁ ଘର ପର୍ଯ୍ୟନ୍ତ ଋଷିି କପୁରଂକ ପାଇଁ ଅମ୍ବାନୀ ପରିବାର ଆସିଥିଲେ ।କେବଳ ଏତିକି ନୁହେଁ ଏହି ଘଡି ସନ୍ଧି ମୁହୁର୍ତ୍ତ ରେ ଅମ୍ବାନୀ ପରିବାର ଏକା ସାଥିରେ ରହିବା ସହ ହାତ ମଧ୍ୟ ଧରିଥିଲେ । ” ନିଜ ପୋଷ୍ଟର ଶେଷରେ ନିତୁ କପୁର ଲେଖିଥିଲେ , ଥ୍ୟାଙ୍କ ୟୁ ମୁଖେଶ ଭାଇ, ନିତା ଭାଉଜ, ଆକାଶ, ଶ୍ଲୋକା , ଈଶା’ ।

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ ଅମ୍ବାନୀ ପରିବାରର ଛୋଟ ବହୁ ଟିନା ଅମ୍ବାନୀ ଋଷିି କପୁର ଏବଂ ନୀତୁ କପୁରଙ୍କ ବହୁତ ଭଲ ବନ୍ଧୁ ଅଟନ୍ତି । ଟିନା ଏବଂ ଋଷିି କପୁର ଏକତ୍ର ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ । ଋଷିି କପୁରଙ୍କ ନିଧନ ପରେ ଟିନା ଅମ୍ବାନୀ କିଛି ସ୍ମୃତିକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ।