ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ୩୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ! ଓଡ଼ିଶାରେ ଖୋଲିବ ୪ ନୂଆଁ କେନ୍ଦ୍ରୀୟ ବିଦ୍ୟାଳୟ

Spread the love

ନୂଆଦିଲ୍ଲୀ : ଯେକୌଣସି ସମୟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ନିଜର ଅନ୍ତିମ କ୍ୟାବିନେଟ ବୈଠକରେ ଲୋକାଭିମୁଖୀ ନିଷ୍ପତ୍ତି ନେଇଛନ୍ତି । ଗତ ଗୁରୁବାର ଦିନ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ୩୦ ବଡ ନିଷ୍ପତ୍ତି ନିଆଯାଇଛି । ନିଷ୍ପତି ଅନୁଯାୟୀ ଦେଶରେ ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟର ପ୍ରତିଷ୍ଠା, ଭିତ୍ତିଭୂମିର ବିକାଶ, ଶକ୍ତି କ୍ଷେତ୍ରରେ ବିକାଶ ପାଇଁ କେତେକ ପ୍ରକଳ୍ପର ନିଷ୍ପତ୍ତି, ପୂର୍ବତନ ସେନା କର୍ମଚାରୀଙ୍କ ସ୍ୱାସ୍ଥ୍ୟବୀମା ପରିସୀମାରେ ବୃଦ୍ଧି କରାଯାଇଛି ।

ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବୈଠକରେ କ୍ୟାବିନେଟ ଏବଂ ଆର୍ଥିକ ମାମଲାର କମିଟି ଏକତ୍ର ହୋଇ ଦିଲ୍ଲୀ ମେଟ୍ରୋ ଲାଗି ୩ ନୂଆଁ ଲାଇନ, ଏରୋସିଟି ଠାରୁ ତୋଗଲକବାଦ, ଆରକେ ଆଶ୍ରମ ଠାରୁ ଜନକପୁରୀ ପଶ୍ଚିମ ଏବଂ ମୌଜପୁର ଠାରୁ ମୁକୁନ୍ଦପୁରକୁ ମଂଜୁରୀ ଦିଆଯାଇଛି । ଦିଲ୍ଲୀ ମେଟ୍ରୋର ବିକାଶ ପାଇଁ ମଧ୍ୟ ନିଷ୍ପତି ନେଇଛି କ୍ୟାବିନେଟ । ୩୧ ହଜାର ୫୬୦ କୋଟି ଟଙ୍କା ଶକ୍ତି ପ୍ରକଳ୍ପ ରହିଛି । ଏହା ସହ ଓଡିଶା ଓ ପଶ୍ଚିମ ବଙ୍ଗର ନାରାୟଣଗଡ-ଭଦ୍ରକ ମଦ୍ୟରେ ତୃତୀୟ ରେଲ ଲାଇନ ପାଇଁ ୧୮୬୬ କୋଟି ଟଙ୍କା ମଂଜୁର କରିଛି କେନ୍ଦ୍ର କ୍ୟାବିନେଟ । ପୂର୍ବତନ ସେନା କର୍ମଚାରୀଙ୍କ ସ୍ୱାସ୍ଥ୍ୟବୀମା ପରିସୀମା ବୃଦ୍ଧି ଫଳରେ ୪୦ ହଜାରରୁ ଅଧିକ ପୂର୍ବତନ ସେନା କର୍ମଚାରୀ ଲାଭବାନ ହେବେ ବୋଲି ଜଣାପଡିଛି । କ୍ୟାବିନନେଟ ନିଷ୍ପତ୍ତିରେ ମୁମ୍ବାଇକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ମୁମ୍ବାଇ ଅର୍ବାନ ଟ୍ରାନ୍ସପୋର୍ଟକୁ ଆଧୁନିକୀକରଣ ଏବଂ ସଂପ୍ରସାରଣ କରାଯିବ ।

କ୍ୟାବିନେଟ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

୧) ଦେଶରେ ଖୋଲିବ ୫୦ ନୂଆଁ କେନ୍ଦ୍ରୀୟ ବିଦ୍ୟାଳୟ (ଓଡ଼ିଶାରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ରାୟଗଡ଼ା ଜିଲ୍ଲାର ଗୁଣୁପୁର ଓ ଗଂଜାମ ଜିଲ୍ଲାର ଛତ୍ରପୁର)

୨) ୪୦ ହଜାର ପୂର୍ବତନ ସୈନିକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ

୩) ଉତ୍ତର ପ୍ରଦେଶ, ବିହାର ଓ ଜମ୍ମୁ କଶ୍ମୀରରେ ବିଦ୍ୟୁତ ପ୍ରକଳ୍ପ

୪) ଛୋଟ ବିମାନ ବନ୍ଦରର ବିକାଶ

୫) ଚୀନ କାରଖାନାକୁ ଆଶ୍ୱସ୍ତି

୬) ନ୍ୟାସନାଲ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ୪ର୍ଥ ପର୍ଯ୍ୟାୟକୁ ମଂଜୁରୀ

୭) ବନ୍ୟା ପରିଚାଳନା ଲାଗି ୩୩୪୨ କୋଟି ପାଣ୍ଠି