ନିଜ ରାଶି ଅନୁସାରେ ବସନ୍ତ ପଞ୍ଚମୀରେ କରନ୍ତୁ ଏହି ଉପାୟ ଓ ମାଆ ସରସ୍ୱତୀଙ୍କ ଅପାର କରୁଣାଶୀର୍ବାଦ ପ୍ରାପ୍ତ କରନ୍ତୁ !!

Spread the love

ବସନ୍ତ ପଞ୍ଚମୀରେ ବୁଦ୍ଧି ଓ ବିଦ୍ୟାର ଦେବୀ ମା ସରସ୍ୱତୀଙ୍କୁ ପୂଜା ଅର୍ଚନା କରାଯାଇଥାଏ । କୁହାଯାଏ କି ଏହି ଦିନରେ ଯଦି ରାଶି ଅନୁସାରେ ଉପାୟ କରାଗଲେ ସବୁକିଛି ସହଜ ହୋଇଯାଏ ଓ ସଫଳ ମଧ୍ୟ ହାସଲ କରିପାରିବା । ଆସନ୍ତୁ କେମିତି ଓ କେଉଁ ଉପାୟ ରେ ବସନ୍ତ ପଞ୍ଚମୀରେ କରି ଲାଭବାନ ହେବେ ସେହି ବିଷୟରେ ଜାଣିବା ।

● ମେଷ – ଏହି ରାଶିର ଲୋକକୁ ବିଦ୍ୟା ଓ ବୁଦ୍ଧି ପାଇଁ ହନୁମାନଙ୍କ ପୂଜା କରିବା ଉଚିତ ଓ ଭଗବାନ ହନୁମାନଙ୍କ ବାମ ଗୋଡ଼ରୁ ସିନ୍ଦୁର ବାହାର କରି ତିଳକ କରିବା ଆବଶ୍ୟକ ।

● ବୃଷ – ଏହି ରାଶିର ଲୋକକୁ ତେନ୍ତୁଳି ଗଛର ୨୨ଟି ପତ୍ର ମଧ୍ୟରୁ ୧୧ଟି ପତ୍ର ସରସ୍ୱତୀ ମା’ଙ୍କୁ ଚଢାଅ ଓ ବାକି ପତ୍ରକୁ ନିଜ ପାଖରେ ରଖନ୍ତୁ । ଏହା ଦ୍ୱାରା ପ୍ରଚୁର ଲାଭ ହେବା ସଂଗେ ସଂଗେ ପ୍ରେତ୍ୟେକ କ୍ଷେତ୍ରରେ ବିଜୟୀ ପ୍ରାପ୍ତ କିରବେ ।

● ମିଥୁନ – ଏହି ରାଶିର ଲୋକକୁ ବସନ୍ତ ପଞ୍ଚମୀ ଦିନେ ବିଦ୍ୟା ଓ ବୁଦ୍ଧି ପାଇଁ ଗଣେଶ ଭଗବାନଙ୍କୁ ୨୧ଟି ଦୁବ ଘାସ ଚଢାନ୍ତୁ ତୁମକୁ ଲାଭ ମିଳିବ ।

● କର୍କଟ – ଏହି ରାଶିର ଲୋକକୁ ବସନ୍ତ ପଞ୍ଚମୀ ଦିନେ ସଫଳ ପାଇବାକୁ ହେଲେ ମାଆ ସରସ୍ୱତୀଙ୍କୁ ବଉଳ ଫୁଲ କିମ୍ଭା ପଲାଶ ଫୁଲ ଚଢାଇବା ଆବଶ୍ୟକ ଏହା ଦ୍ୱାରା ଆପଣ ବହୁତ ଲାଭବାନ ହେଇପାରିବେ ।

● ସିଂହ – ଏହି ରାଶିର ଲୋକକୁ ବସନ୍ତ ପଞ୍ଚମୀ ଦିନେ ଗାୟତ୍ରୀ ମନ୍ତ୍ର ପଢିବା ଲାଭଦାୟକ ।

● କନ୍ୟା – ଏହି ରାଶିର ଲୋକକୁ ବସନ୍ତ ପଞ୍ଚମୀ ଦିନେ ବହିକୁ ଦାନ କରିବା ନିହାତି ଆବଶ୍ୟକ ।

● ତୁଳା – ଏହି ରାଶିର ଲୋକକୁ ବସନ୍ତ ପଞ୍ଚମୀ ଦିନେ ସରସ୍ୱତୀ ମାଙ୍କ ଆଶୀର୍ବାଦ ପାଇବାକୁ ହେଲେ ବ୍ରାହ୍ମଣ ଝିଅକୁ ଧଳା ରଙ୍ଗର ବସ୍ତ୍ର ଦାନ କରିବା ଉଚିତ ।

● ବିଛା – ଏହି ରାଶିର ଲୋକକୁ ବସନ୍ତ ପଞ୍ଚମୀ ଦିନେ ସରସ୍ୱତୀ ମାଙ୍କୁ ଧଳା ଫୁଲରେ ପୂଜା କରିଲେ ବହୁତ ଲାଭ ହୋଇଥାଏ ।

● ଧନୁ – ଜ୍ୟୋତିଷଙ୍କ ଅନୁସାରେ ଧନୁ ରାଶିର ଲୋକମାନେ ଲାଭବାନ ହେବାକୁ ଚାହୁଁଥିଲେ ସରସ୍ୱତୀ ମାଙ୍କୁ ଧଳା ରଙ୍ଗର ଚନ୍ଦନ ଚଢାଇଲେ ଲାଭ ହୋଇଥାଏ ।

● ମକର – ଏହି ରାଶିର ଲୋକକୁ ବସନ୍ତ ପଞ୍ଚମୀ ଦିନେ ସଫଳତା ପାଇବାପାଇଁ ବ୍ରାହ୍ମୀ ପତ୍ରକୁ ସେବନ କରି ଆପଣ ସବୁ କ୍ଷେତ୍ରରେ ଉନ୍ନତି ହେଇପାରିବେ ।

● କୁମ୍ଭ – ଏହି ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେ ମାଆ ସରସ୍ବତୀ ଦେବୀଙ୍କୁ ପ୍ରସନ୍ନ କରିବା ନିମନ୍ତେ ନିଜ ଝିଅ କିମ୍ବା ଯେକୌଣସି ଝିଅଙ୍କୁ କ୍ଷୀରୀ ପୂଜା କରି ଖୁଆନ୍ତୁ ।

● ମୀନ – ଏହି ରାଶିର ଲୋକକୁ ବସନ୍ତ ପଞ୍ଚମୀ ଦିନେ ଅପମାରାଙ୍ଗ ଗଛର ଚେର ଡାହାଣ ହାତରେ ବାନ୍ଧିଲେ ସଫଳତା ପାଇଥାଏ ।