ନିଜ ମୋବାଇଲକୁ କରନ୍ତୁ ନିଜ ଆଧାର, ଆସନ୍ତୁ ଜାଣିବା ଏହାର ସରଳ ଉପାୟ ।

Spread the love

UIDAI ଦ୍ୱାରା ପ୍ରକାଶ କରାଗଲା ଅଧିକାରୀଙ୍କ ଆଧାର ସ୍ମାର୍ଟ ଫୋନ ଏପ୍ପ୍ ଅଟେ । ଏହି ଏପ୍ପ୍ ର ସାହାଯ୍ୟରେ ୟୁଜର୍ସମାନେ ସହଜରେ ଓ ନିଜ ସୁବିଧା ଅନୁଯାଇ ନିଜ ଆଧାର ବିବରଣୀକୁ ନିଜ ସ୍ମାର୍ଟ ଫୋନ ଜରିଆରେ କେଉଁଠାରେ ମଧ୍ୟ ଓ କେବେମଧ୍ୟ ବ୍ୟବହାର କରିପାରିବେ ।

ଏହି ଏପ୍ Android ୫.୦ ଓ ଏହା ପରେ ଆସିଥିବା ଭରସିଅନ୍ ରେ ଚାଲୁଥିବା ସବୁ ସ୍ମାର୍ଟ ଫୋନରେ ଡ଼ାଉନଲୋଡ଼ କରିବାକୁ ଉପଲବ୍ଧ ଅଟେ । ଏବେ ସୂଚନା ମିଳୁଛି କି, ଏହି ଏପ୍ ର ios ଭରସିଅନ୍ ଉପରେ କାମ କରାଯାଉଛି ଓ ଏହାକୁ ଅତି ଶୀଘ୍ର ଜାରି କରାଯିବ ।

ଏହି ଏପ୍ ର କିଛି ବିଶେଷତ୍ୱ ଅଛି ଏହି ଆଧାର ଏପ୍ ରେ ୟୁଜର୍ସର କୌଣସି ମଧ୍ୟ ଦୁର୍ବ୍ୟବହାରକୁ ବନ୍ଦ କରିବାରେ ସକ୍ଷମ କରିବା ପାଇଁ ବାୟୋମେଟ୍ରିକ ଲୋଜିଙ୍ଗ ଓ ଅନ୍ଲୋଜିଙ୍ଗର ସୁବିଧା ଦିଆଯାଇଛି । ଯଦି sms ଆଧାରିତ OTP ବିଫଳ ହୋଇଯାଇଥାଏ, ତେବେ ୟୁଜର୍ସ ଏହି ଏପ୍ ରେ ଟାଇମ -ଆଧାରିତ ୱାନ୍ ଟାଇମ ପାସୱାର୍ଡ totp ର features ର ବ୍ୟବହାର କରିପାରିବେ । ଯଦି ଆବଶ୍ୟକ ପଡ଼ିଲେ ଏହି ଏପ୍ ୟୁଜର୍ସ କୁ vid generat ଓ ଫେଚ କରିବାପାଇଁ ଅନୁମତି ଦେଇଥାଏ ।

ଏଭଳି କରନ୍ତୁ ଏମ୍ଆଧାର ର ଡାଉନଲୋଡ –

ଏମ୍ଆଧାର ର ଡାଉନଲୋଡ କରିବାପାଇଁ ଗୁଗୁଲ୍ ପ୍ଲେ ଷ୍ଟର କୁ ଯାନ୍ତୁ । ସେଠାରୁ ଏହି ଏପ୍ କୁ ଇଂଷ୍ଟଲ କରିବାପରେ ତାହାକୁ ସୁରକ୍ଷାରେ ରଖିବାପାଇଁ ପିନ୍ କୋଡ଼୍ ରେ ୪ଟି ସଂଖ୍ୟା ଲେଖନ୍ତୁ । ସେହି ୪ଟି ସଂଖ୍ୟା କାହାକୁ ମଧ୍ୟ କୁହନ୍ତୁ ନାହିଁ । ସ୍ମାର୍ଟ ଫୋନ ରେ ଆଧାର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆଧାର ର ତଥ୍ୟ ସେଥିରେ ଲେଖନ୍ତୁ ।

ସର୍ବପ୍ରଥମେ ଏମ୍ଆଧାର ଏପ୍ କୁ ଖୋଲନ୍ତୁ ଓ ଏହାକୁ ଲୋଗଇନ୍ କରିବାପାଇଁ ସେଠାରେ ପାସୱାର୍ଡ ଲେଖନ୍ତୁ । ଉପରେ ଡାହାଣ ପଟେ କୋଣ ରେ ଦିଶୁଥିବା ତିନୋଟି ବିନ୍ଦୁକୁ କ୍ଲିକ୍ କରନ୍ତୁ ଓ ଡ୍ରୋପ୍-ଡାଉନ ମେନୁ ରେ ଗୋଟିଏ ଗୋଟିଏ ପ୍ରୋଫାଇଲ୍ ଅପ୍ସନ କୁ ସିଲେକ୍ଟ କରନ୍ତୁ । ଏହା ପରେ ନିଜ ଆଧାର ନମ୍ବର ଲେଖନ୍ତୁ ବା ଆଧାର କାର୍ଡ ରେ ଥିବା ୟୁଆର୍ କୋଡ଼ କୁ ସ୍କେନ କରନ୍ତୁ । ଏହା କରିବା ତୁରନ୍ତ ଆଧାରରେ ରେଜିଷ୍ଟେଡ଼ ହେଇଥିବା ମୋବାଇଲ୍ ନମ୍ବର ରେ otp ପଠେଇବେ । ଏପ୍ ଏହି otp କୁ ଓଟୋମେଟିକ୍ ସନ୍ଧାନ କରିବ । ସଫଳତାପୂର୍ବକ ଏହା ହେବାପରେ ଆପଣଙ୍କର ଆଧାର ର ତଥ୍ୟ ଆପଣଙ୍କ ସ୍ମାର୍ଟ ଫୋନ ରେ ଡ଼ାଉନଲୋଡ଼ ହେଇଯିବ ।