ନିଜ ଜନ୍ମ ତାରିଖରୁ ଜାଣନ୍ତୁ, ଆପଣଙ୍କର Love Marriage ହେବ ନା Arrange Marriage ହେବ ।

Spread the love

ଦୁନିଆର ପ୍ରାୟ ସମସ୍ତେ ଏହା ଜାଣିବାକୁ ଚାହିଁଥାନ୍ତି କି, ତାଙ୍କର Love Marriage ହେବ ନା Arrange Marriage ହେବ । ଆଜି ଆମେ ଗୋଟିଏ ଏଭଳି ଫର୍ମୁଲା ଜାଣିବା ଯାହାଦ୍ୱାରା ଆପଣ ଜାଣିପାରିବେ କି ଆପଣଙ୍କର Love Marriage ହେବ ନା Arrange Marriage ହେବ । ଯଦି ଆପଣ ଜ୍ୟୋତିଷ ମାନୁଛନ୍ତି, ତେବେ ନିମ୍ନରେ ଦିଆଯାଇଥିବା ଅଙ୍କ ଜ୍ୟୋତିଷ ମାଧ୍ୟମରେ ଆମେ ଜାଣିପାରିବା କି ଆମ ବାହାଘର କେମିତି ହେବ । ପ୍ରେମ ବିବାହ ହେଉ ବା ନିର୍ବନ୍ଧ କରି ବିବାହ ଅଙ୍କ ଜ୍ୟୋତିଷରେ ଆପଣଙ୍କ ଜନ୍ମ ତାରିଖର ଅଙ୍କକୁ ଯୋଡି ମୂଲ୍ୟାଙ୍କନ ବାହାର କରାଯାଇଥାଏ ।

ମୂଲ୍ୟାଙ୍କ ୧ :

ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ମଧ୍ୟ ୧, ୧୦, ୧୯ କିମ୍ବା ୨୮ ତାରିଖରେ ହୋଇଥାଏ, ତେବେ ଏମାନଙ୍କ ମୂଲ୍ୟାଙ୍କ ୧ ଅଟେ । ଏହା ସୂର୍ଯ୍ୟଙ୍କ ଅଙ୍କ ଅଟେ । ମୂଲ୍ୟାଙ୍କ ୧ ର ଲୋକମାନେ ବହୁତ ଲାଜୁଆ ହୋଇଥାନ୍ତି । ଏମିତିରେ ଏମାନେ କେବେ ବି ପ୍ରେମ ପାଇଁ ଝଗଡ଼ା କରନ୍ତି ନାହିଁ । ଏମାନେ ତ’ ପ୍ରେମ ନିଶ୍ଚୟ କରିଥାନ୍ତି କିନ୍ତୁ ଏମାନଙ୍କ ଲାଜୁଆ ସ୍ଵଭାଵ ଯୋଗୁଁ ଏମାନଙ୍କର ପ୍ରେମ ବିବାହ ହେବା ଅସମ୍ଭବ ହୋଇଥାଏ । ଏମାନେ ନିର୍ବନ୍ଧ କରି ହିଁ ବିବାହ ବା Arrange Marriage କରିଥାନ୍ତି ।

ମୂଲ୍ୟାଙ୍କନ ୨ :

ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୨, ୧୧, ୨୦ କିମ୍ବା ୨୯ ତାରିଖରେ ହୋଇଥାଏ, ତେବେ ସେମାନଙ୍କ ମୂଲ୍ୟାଙ୍କ ୨ ଅଟେ । ମୂଲ୍ୟାଙ୍କ ୨ ଏହା ଚନ୍ଦ୍ରଙ୍କ ଅଙ୍କ ଅଟେ । ଏହି ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ପ୍ରେମ ଧୀରେ ଧୀରେ ହୋଇଥାଏ କିନ୍ତୁ ପ୍ରେମ ମାମଲାରେ ଏମାନେ ବହୁତ ଆବେଗପ୍ରବଣ ହୋଇ ରହିଥାନ୍ତି । ଯେତେବେଳେ ଏମାନଙ୍କୁ କାହା ସହିତ ପ୍ରେମ ହୋଇଯାଏ, ତେବେ ଏମାନେ ପ୍ରେମ ବିବାହ ନିଶ୍ଚୟ କରନ୍ତି ।

ମୂଲ୍ୟାଙ୍କନ ୩ :

ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୩, ୧୨, ୨୧ କିମ୍ବା ୩୦ ତାରିଖରେ ହୋଇଥାଏ, ତେବେ ଏମାନଙ୍କ ମୂଲ୍ୟାଙ୍କ ୩ ଅଟେ । ମୂଲ୍ୟାଙ୍କ ୩ ଏହା ଗୁରୁଙ୍କ ଅଙ୍କ ଅଟେ । ମୂଲ୍ୟାଙ୍କ ୩ ବ୍ୟକ୍ତିମାନେ ପ୍ରେମ ବିବାହ ହିଁ କରନ୍ତି । ପ୍ରେମ ବିବାହ କରିବା ପାଇଁ ଅନ୍ୟର ସାହାଯ୍ୟ ନେଇଥାନ୍ତି । ଏମାନଙ୍କ ବୈବାହିକ ଜୀବନ ସଫଳ ହିଁ ରହିଥାଏ ।

ମୂଲ୍ୟାଙ୍କ ୪ :

ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୪, ୧୩, ୨୨ କିମ୍ବା ୩୧ ତାରିଖରେ ହୋଇଥାଏ, ତେବେ ଏମାନଙ୍କ ମୂଲ୍ୟାଙ୍କ ୪ ଅଟେ । ମୂଲ୍ୟାଙ୍କ ୪ ରାହୁଙ୍କ ଅଙ୍କ ଅଟେ । ଏହି ଲୋକମାନେ ଅନେକଙ୍କ ସହିତ ପ୍ରେମ କରିଥାନ୍ତି । ଏମାନେ ପ୍ରେମ ବିବାହ ପ୍ରତି ଗମ୍ଭୀର ହୋଇନଥାନ୍ତି । ଏମିତିରେ ମୂଲ୍ୟାଙ୍କ ୪ ବ୍ୟକ୍ତିମାନେ ପ୍ରେମ ବିବାହ କରିବା ସମ୍ଭବ ହିଁ ନଥାଏ ।

ମୂଲ୍ୟାଙ୍କ ୫ :

ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୫, ୧୪, କିମ୍ବା ୨୩ ହୋଇଥାଏ, ତେବେ ଏମାନଙ୍କ ମୂଲ୍ୟାଙ୍କ ୫ ଅଟେ । ଏହି ଲୋକମାନେ ପାରମ୍ପରିକ ରୂପେ ସବୁକିଛି କରିବାକୁ ପସନ୍ଦ କରନ୍ତି । ଅଧିକାଂଶ ସମୟରେ ଏହି ଲୋକମାନଙ୍କର ବିବାହ ପରିବାରର ସହମତିରେ ହିଁ ହୋଇଥାଏ । କିନ୍ତୁ ଏମାନଙ୍କ ଜାତକରେ ବୈବାହିକ ଜୀବନ ଓ ପ୍ରେମ ବିବାହର ପ୍ରବଳ ଯୋଗ ଥାଏ ।

ମୂଲ୍ୟାଙ୍କ ୬ :

ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୬, ୧୫, କିମ୍ବା ୨୪ ତାରିଖରେ ହୋଇଥାଏ, ତେବେ ଏମାନଙ୍କ ମୂଲ୍ୟାଙ୍କ ୬ ଅଟେ । ଏହା ଶୁକ୍ରଙ୍କ ଅଙ୍କ ଅଟେ । ମୂଲ୍ୟାଙ୍କ ୬ ବ୍ୟକ୍ତିମାନେ ପ୍ରେମ ବିବାହ କରିବାକୁ ହିଁ ଜନ୍ମ ହୋଇଥାନ୍ତି । ଏମାନେ ଅଧିକ ଲୋକଙ୍କ ପ୍ରେମରେ ରହିଥାନ୍ତି, ସେଥିପାଇଁ ଏମାନେ ବେଳେବେଳେ ଠିକ୍ ଲୋକଙ୍କୁ ପାଇପାରନ୍ତି ନାହିଁ । ଏଭଳି କୁହାଯାଏ କି ମୂଲ୍ୟାଙ୍କ ୬ ବ୍ୟକ୍ତିମାନଙ୍କ ମଧ୍ୟରୁ ଶତକଡା ୮୦ ପ୍ରତିଶତ ପ୍ରେମ ବିବାହ ହିଁ କରିଥାନ୍ତି ।

ମୂଲ୍ୟାଙ୍କ ୭ :

ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୭, ୧୬ କିମ୍ବା ୨୫ ହୋଇଥାଏ, ତେବେ ଏମାନଙ୍କ ମୂଲ୍ୟାଙ୍କ ୭ ଅଟେ । ଏହା କେତୁର ଅଙ୍କ ଅଟେ । ଏହି ଲୋକମାନେ ସଙ୍କୁଚିତ ସ୍ୱଭାବର ହୋଇଥାନ୍ତି । ଏମାନେ ପ୍ରେମ ବିବାହ କରିବାକୁ ଚାହିଁଥାନ୍ତି କିନ୍ତୁ ପ୍ରେମ ବିଷୟରେ ଲାଭ ହାନି ଗଣନାରେ ଏମାନଙ୍କୁ କ୍ଷତି ପହଞ୍ଚାଇଥାଏ ।

ମୂଲ୍ୟାଙ୍କ ୮ :

ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୮, ୧୭ କିମ୍ବା ୨୬ ହୋଇଥାଏ, ତେବେ ଏମାନଙ୍କ ମୂଲ୍ୟାଙ୍କ ୮ ଅଟେ । ଏହା ଶନିଙ୍କ ଅଙ୍କ ଅଟେ । ଏଭଳି ଲୋକ ବହୁତ କମ ହିଁ ପ୍ରେମରେ ପଡ଼ିଥାନ୍ତି । ଏମାନେ ଯଦି କାହାକୁ ପ୍ରେମ କରନ୍ତି, ତେବେ ଜୀବନ ଥିବା ପର୍ଯ୍ୟନ୍ତ ତାର ସାଥି ଛାଡିନଥାନ୍ତି ।

ମୂଲ୍ୟାଙ୍କ ୯ :

ଯେଉଁ ଲୋକମାନଙ୍କର ଜନ୍ମ କୌଣସି ମାସର ୯, ୧୬ କିମ୍ବା ୨୭ ତାରିଖରେ ହୋଇଥାଏ, ତେବେ ଏମାନଙ୍କ ମୂଲ୍ୟାଙ୍କ ୯ ଅଟେ । ଏହା ମଙ୍ଗଳର ଅଙ୍କ ଅଟେ । ଏମିତି ଲୋକ କୌଣସି ବି ପ୍ରକାରର ବିବାଦ ନିଜ ଜୀବନରେ ଚାହାଁନ୍ତି ନାହିଁ । ଏହି କାରଣରୁ ଏମାନଙ୍କ ଜୀବନରେ ପ୍ରେମ ବିବାହ ହେବା ଟିକେ କଷ୍ଟକର ହୋଇଥାଏ ।