ନିଜ ଘର ବାଡ଼ିରେ ଯଦି ଏହି ଗଛ ଗୁଡ଼ିକ ଅଛି; ତେବେ ତୁରନ୍ତ କାଢି ଦିଅନ୍ତୁ । ନଚେତ ଅକାଳ ମୃତ୍ୟୁ ହୋଇଥାଏ ।

Spread the love

ଦୁନିଆରେ ପ୍ରାୟ ସମସ୍ତେ ସୁନ୍ଦର ଗଛ ଗୁଡ଼ିକୁ ନିଜ ଘର ବାଡ଼ିରେ ବା ଦାଣ୍ଡରେ ଲଗାଇଥାନ୍ତି । ଗଛଟି ସୁନ୍ଦର ଦିଶିବ ଛଡା ସେଠାକାର ପରିବେଶକୁ ସୁଗନ୍ଧରେ ଭରିଦିଏ ଓ ସୁନ୍ଦର ମଧ୍ୟ ଦିଶେ । ସୁନ୍ଦର ଗଛ ଯୋଗୁଁ ସେଠାକାର ବାତାବରଣ ବହୁତ ଶାନ୍ତ ହୋଇଥାଏ ଓ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ସକାରାତ୍ମକ ଉର୍ଜ୍ଜା ପ୍ରାପ୍ତି ହୋଇଥାଏ । ସେହି ସୁନ୍ଦରତାକୁ ବଢ଼େଇବା ପାଇଁ କେତେକ ଲୋକମାନେ ଅଜାଣତରେ କିଛି ଏଭଳି ଗଛ ମଧ୍ୟ ଲଗେଇ ଦେଇଥାନ୍ତି, ଯାହା ଯୋଗୁଁ ଘରକୁ ବହୁତ ଅନିଷ୍ଟ ହୋଇଥାଏ । ଘରେ ସବୁବେଳେ ଝଗଡ଼ା ହୋଇଥାଏ, ଘରର ବାତାବରଣ ସବୁବେଳେ ଅଶାନ୍ତି ଓ ଯେତେ ଟଙ୍କା ଆଣିଲେ ମଧ୍ୟ ଘର ପାଇଁ ନିଅଣ୍ଟ ହୋଇଥାଏ । ତେବେ ଆସନ୍ତୁ ସେହି ଗଛ ଗୁଡ଼ିକ ବିଷୟରେ ଆଜି ଆମେ ସମ୍ପୁର୍ଣ ରୂପେ ଜାଣିବା ଯାହା ଯୋଗୁଁ ଆମକୁ ବହୁତ ଅନିଷ୍ଟ ହୋଇଥାଏ ।

● କଣ୍ଟା ଜାତୀୟ ଗଛ –

ଯଦି ଆପଣଙ୍କ ଘର ସାମ୍ନାରେ କୌଣସି କଣ୍ଟା ଜାତୀୟ ଗଛ ଥାଏ, ତାହେଲେ ତାକୁ କେବେ ବି ଘର ସାମ୍ନାରେ ରଖନ୍ତୁ ନାହିଁ । କାରଣ ରାତି ପାଇଲେ ଆପଣ ଯଦି ସେହି କଣ୍ଟା ଗଛକୁ ଦେଖୁଛନ୍ତି, ତେବେ ଆପଣଙ୍କର ଅନିଷ୍ଟ ହୋଇଥାଏ । ଘରେ ସାମ୍ନାରେ କଣ୍ଟା ଗଛ ଥିଲେ, ଆପଣ ଯେ କୌଣସି ଜିନିଷ ଆଣିଲେ ମଧ୍ୟ ଅଣ୍ଟିବା ନାହିଁ ଓ ଯେତେ ଟଙ୍କା ରୋଜଗାର କରି ଆଣିଲେ ମଧ୍ୟ ଆହୁରି ଟଙ୍କା ଆବଶ୍ୟକ ହିଁ ହୋଇଥାଏ ଅର୍ଥାତ ଅଣ୍ଟି ନଥାଏ । ତେଣୁ ଆପଣଙ୍କ ଘର ସାମ୍ନାରେ କେବେ ବି କଣ୍ଟା ଜାତୀୟ ଗଛ ରଖନ୍ତୁ ନାହିଁ ।

● କନିଅର ଗଛ –

ଯଦି ଆପଣ କନିଅର ଗଛକୁ ଘର ପଛପଟେ ରଖୁଛନ୍ତି, ତେବେ ଏହାକୁ ତୁରନ୍ତ କାଢି ଦିଅନ୍ତୁ । ଏହି ଗଛକୁ ଘରର ଆଖପାଖରେ କେବେ ମଧ୍ୟ ରଖନ୍ତୁ ନାହିଁ । ଏହାକୁ ଯଦି ଲଗାଇବାକୁ ଚାହୁଁଛନ୍ତି; ତେବେ ଆପଣଙ୍କ ଘରରୁ ଦୂରରେ ଲଗାଇ ପାରିବେ । ଏହି ଘଛ ଆପଣଙ୍କ ଘର ପାଖରେ ଥିଲେ ଆପଣଙ୍କ ଘରର କୌଣସି ଏକ ସଦସ୍ୟ ବିଷପାନ କରିପାରନ୍ତି ।

● ବର ଗଛ ଓ ଉସ୍ତ ଗଛ –

ଯଦି ଏହି ଗଛ ଆପଣଙ୍କ ଘର ଚାରିପଟରେ କୌଣସି ଏକ ଦିଗରେ ଥାଏ, ତେବେ ଆପଣଙ୍କ ଘରକୁ ବିପଦ ମାଡ଼ି ଆସିଥାଏ । ତେଣୁ ଏହି ଦୁଇଟି ଗଛକୁ କେବେ ମଧ୍ୟ ଏକା ଜାଗାରେ ମିଶାଇ ଲଗାଇବେ ନାହିଁ । ଯଦି ଗୋଟିଏ ଗଛ ଅଛି, ତେବେ ତାହା ଥାଉ କିନ୍ତୁ କେବେ ମଧ୍ୟ ଗୋଟିଏ ଗଛ ପାଖରେ ଆଉ ଗୋଟିଏ ଗଛକୁ ଲଗାଇବେ ନାହିଁ । ଏହି ଦୁଇଟି ଗଛକୁ ଗୋଟିଏ ଜାଗାରେ ମିଶାଇ ଲଗାଇଲେ ଆପଣଙ୍କ ଘରକୁ ବହୁତ ଅନିଷ୍ଟ ଆସିଥାଏ ।