ନିଜର ଅସୁବିଧା ସମୟରେ ମିଳିବ ୧୦ଲକ୍ଷ ଟଙ୍କା, ଫ୍ରିରେ ନିଅନ୍ତୁ ଏହି କାର୍ଡ….

Spread the love

ନୂଆଦିଲ୍ଲୀ:- ମୋଦି ସରକାର ଦେଶରେ କ୍ୟାସଲେସ୍ ଅର୍ଥବ୍ୟବସ୍ଥା (ଇକୋନୋମି) ବ୍ୟବସ୍ଥାକୁ ବଢାଇବା ପାଇଁ ଚାହୁଁଛନ୍ତି । ଏଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଛନ୍ତି । ଏହା ମଧ୍ୟରୁ ଗୋଟିଏ ହେଉଛି ରୂପେ କାର୍ଡ (RuPay card) । ଅଧିକାଂଶ ଲୋକ ଜାଣିଛନ୍ତି ଯେ, ଏହାର ଡେବିଟ୍ କାର୍ଡ ନେଉଥିବା ଲୋକଙ୍କ ପାଇଁ ୨ ଲକ୍ଷ ଟଙ୍କାର ବୀମା ମଧ୍ୟ କରାଯାଇଥାଏ । କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି ଯେ, RuPay କ୍ରେଡିଟ୍ କାର୍ଡ ନେଉଥିବା ଲୋକଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କାର ବୀମା ମିଳିଥାଏ । ଅର୍ଥାତ RuPay କ୍ରେଡିଟ୍ କାର୍ଡ ଧାରକଙ୍କର ଦୁର୍ଘଟଣାରେ ପରିଜନମାନଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ ।

ଏହା କେଉଁ କାର୍ଡ ଅଟେ ?

ବୁଧବାର ମୁମ୍ଭାଇରେ ଆୟୋଜିତ ହେଇଥିବା ଏକ କାର୍ଯ୍ୟକ୍ରମରେ “ନେସନାଲ୍ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ”ର ସିଓ ପ୍ରବୀଣା ରାୟ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ RuPay ଗ୍ଲୋବାଲ୍ କାର୍ଡ ୫ଟି ଭାରିଆଣ୍ଟରେ ଜାରି କରାଯାଇଛି । RuPay କ୍ଳାସିକ୍ ଡେବିଟ୍ କାର୍ଡ, RuPay କ୍ଳାସିକ୍ କ୍ରେଡିଟ୍ କାର୍ଡ, RuPay ପ୍ଲାଟିନମ୍ ଡେବିଟ୍ କାର୍ଡ, RuPay ପ୍ଲାଟିନମ୍ କ୍ରେଡିଟ୍ କାର୍ଡ ଓ RuPay ସିଲେକ୍ଟ କ୍ରେଡିଟ୍ କାର୍ଡ । ସେ କହିଛନ୍ତି କି RuPay ସିଲେକ୍ଟ କ୍ରେଡିଟ୍ କାର୍ଡରେ ବିଭିନ୍ନ ପ୍ରକାରର ସୁବିଧା ମିଳୁଛି ।

RuPay ସିଲେକ୍ଟ କ୍ରେଡିଟ୍ କାର୍ଡର ସୁବିଧା

– ୧୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ପ୍ରଦାନ କରାଯାଉଛି ।

– ବିଦେଶରେ କାର୍ଡର ଉପଯୋଗ କରିବା ଦ୍ୱାରା, ଏଟିଏମ୍ ରେ ୫ ପ୍ରତିଶତ କ୍ୟାସବ୍ୟାକ୍ ଓ ପିଓଏସରେ ୧୦ ପ୍ରତିଶତ କ୍ୟାସବ୍ୟାକ୍ ଦିଆଯାଏ ।

– ସାରା ଦୁନିଆରେ ୭୦୦ ରୁ ଅଧିକ ଲୋଞ୍ଜ ଓ ଭାରତରେ ୩0 ରୁ ଅଧିକ ଲୋଞ୍ଜ ପାଇଁ ନିଶୁଳ୍କ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଲୋଞ୍ଜ ।

– ଯାତ୍ରା, ଖାଇବା ପିଇବା ଓ ମୋନରଞ୍ଜନ ସମ୍ବନ୍ଧିତ ଏକ୍ସକ୍ଲୁସିଭ ୨୪ ଘଣ୍ଟାର ସାତ ଦିନ ସେବାର ଉପଲବ୍ଧ ।

RuPay ପ୍ଲାଟିନମ୍ ଡେବିଟ୍ କାର୍ଡ :

– ରେଷ୍ଟୁରେଣ୍ଟ, ଫିଉଲ ଷ୍ଟେସନ ଓ ୟୁଟିଲିଟି ବିଲ୍ ଉପରେ ପୁରାବର୍ଷ କ୍ୟାସବ୍ୟାକ୍ :

– ଅନ୍ଲାଇନ ଓ ଅଫଲାଇନ ମର୍ଚେଣ୍ଟର ବିସ୍ତୃତ ନେଟୱର୍କ ଉପରେ ଅନେକ ଆକର୍ଷଣ ଅଫର ଓ ଡିସ୍କଉଣ୍ଟ ।

– ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ପ୍ରଦାନ ।

– ଦୁନିଆରେ ୭୦୦ ରୁ ଅଧିକ ଲୋଞ୍ଜ ଓ ଭାରତରେ ୩୦ ଠୁ ଅଧିକ ଲୋଞ୍ଜ ପାଇଁ ନିଶୁଳ୍କ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଲୋଞ୍ଜ ।

– ବିଦେଶରେ କାର୍ଡର ଉପଯୋଗ ଉପରେ ଏଟିଏମ୍ ଉପରେ ୫ ପ୍ରତିଶତ ଓ ପିଓଏସ ଉପରେ ୧୦ ପ୍ରତିଶତ କ୍ୟାସବ୍ୟାକ୍ ।

ବଢୁଛି RuPay ଗ୍ଲୋବାଲ୍ କାର୍ଡ :

NPCI ବର୍ତ୍ତମାନ ପର୍ଯ୍ୟନ୍ତ ୬୪ ମିଲିୟନ ରୁ ଅଧିକ RuPay ଗ୍ଲୋବାଲ୍ କାର୍ଡ ଜାରି କରିଛି । ପ୍ରଥମ RuPay ଗ୍ଲୋବାଲ୍ କାର୍ଡ ୨୦୧୪ରେ ଜାରି କରାଯାଇ ଥିଲା । NCPI ଦେଶରେ RuPay କାର୍ଡର ପ୍ରବନ୍ଧନ କରୁଛି । ଏହା ଦ୍ୱାରା ଜାରି କରାଯାଇଥିବା ଗ୍ଲୋବାଲ୍ କାର୍ଡସ୍ ଡିସ୍କଭର ନେଟୱର୍କ ଦ୍ୱାରା ଚାଲୁଛି, ଯେବେ ଏହାର ବ୍ୟବହାର ଭାରତ ର ବ୍ୟବହାର ହୋଇଥାଏ ।