ସରକାର ଏକ ବଡ ଘୋଷଣା : ଆସନ୍ତା ସପ୍ତାହରୁ ଦୈନନ୍ଦିନ ବ୍ୟବହୃତ ଜିନିଷ ଗୁଡିକର ମୂଲ୍ୟ ହେବ ଶସ୍ତା ।

Spread the love

ଏପ୍ରିଲ ୧ ତାରିଖରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଯିବ । ଏହି ନୂତନ ଆର୍ଥିକ ବର୍ଷରୁ ସାଧାରଣ ଜନତାଙ୍କ ପାଇଁ ବହୁତ ଗୁଡିଏ ଜିନିଷ ଶସ୍ତା ହୋଇଯିବା ସହ କିଛି ବସ୍ତୁର ଦର ବୃଦ୍ଧି ହୋଇପାରେ । ନୂତନ ନିୟମ ଅନୁସାରେ ଏପ୍ରିଲ ୧ ତାରିଖରୁ କିଛି ପରିବର୍ତ୍ତନ ଫଳରେ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ଏହାର ପ୍ରଭାବ ପଡିପାରେ । ଆସନ୍ତୁ ଜାଣିବା ୧ ଏପ୍ରିଲରୁ କେଉଁ ଜିନିଷ ଶସ୍ତା ଓ କେଉଁ ଜିନିଷ ମହଙ୍ଗା ହୋଇପାରେ ।

ଜାଣନ୍ତୁ କେଉଁ ଜିନିଷ ଶସ୍ତା ହୋଇପାରେ :

ଘର କିଣିବା ଶସ୍ତା ହୋଇପାରେ :

୧ ଏପ୍ରିଲ ୨୦୧୯ ଠାରୁ ଘର କିଣିବା ଶସ୍ତା ହୋଇଯିବ । ଜି.ଏସ୍.ଟି କାଉନସିଲ୍ ୧ ଏପ୍ରିଲ ଠାରୁ ଜି.ଏସ୍.ଟିର ନୂତନ ଦର ଲାଗୁ କରାଯାଇପାରେ । ଏହି ନିୟମ ଅନୁସାରେ ନିର୍ମାଣଧୀନ ଘର ଉପରେ ୧୨ ପ୍ରତିଶତ ବଦଳରେ ୫ ପ୍ରତିଶତ ଟିକସ ଲାଗିବ ।

ଅର୍ଫୋଡବଲ ହାଉସ ଉପରେ GST ୮ ପ୍ରତିଶତ ଟିକସରୁ କମାଇ ୧ ପ୍ରତିଶତ କରିଦିଆଯିବ । ଏହି ନିୟମ ପରିବର୍ତନ ଫଳରେ ଘର ତିଆରି କରିବା ଶସ୍ତା ହୋଇଯିବ । ଏହାର ଲାଭ ଘର କିଣୁଥିବା ଲୋକେ ସହଜରେ ଉଠାଇ ପାରିବେ ।

ଜୀବନ ବୀମାଗୁଡିକ ଶସ୍ତା ହୋଇଯିବ :

୧ ଏପ୍ରିଲ ଠାରୁ ଜୀବନ ବୀମା କିଣିବା ଶସ୍ତା ହୋଇ ଯିବ । ୧ ଏପ୍ରିଲ ଠାରୁ ବୀମା କମ୍ପାନୀମାନେ ସମୟର ନୂଆ ପରିସଙ୍ଖ୍ୟନ ନିୟମ ପାଳନ କରିବେ । ବର୍ତମାନ ପର୍ଯ୍ୟନ୍ତ କମ୍ପାନୀ ଗୁଡିକ ୨୦୦୬-୦୮ର ଡାଟା ବ୍ୟବହାର କରି ଆସୁଥିଲେ, ଯାହା ବର୍ତମାନ ବଦଳି ୨୦୧୨-୧୪ ହୋଇଯିବ । ଏହି ନିୟମ ବଦଳିବା ଫଳରେ ୨୨ ରୁ ୫୦ ବର୍ଷ ବଯସର ଲୋକେ ଲାଭ ଉଠାଇ ପାରିବେ ।

ଋଣ ନେବା ଶସ୍ତା ହୋଇ ପାରିବ :

ଏପ୍ରିଲ, ମାସରୁ ସମସ୍ତ ଋଣ ନେବା ଶସ୍ତା ହୋଇଯିବ । ବ୍ୟାଙ୍କ ଏପ୍ରିଲ ମାସରୁ ଏମ୍.ସି.ଏଲ୍ ର ପ୍ରତିବଦଳରେ ଆର୍.ବି.ଆଇର ରେପୋ ରେଟ ଆଧାରରେ ଲୋନ ଦିଆଯିବ । ଏହାଦ୍ଵାରା ସମସ୍ତ ଋଣ ଶସ୍ତା ହୋଇଯିବାର ସମ୍ଭାବନା ରହିଛି । ଆର୍.ବି.ଆଇର ରେପୋ ରଟ୍ କମିବା ପରେ ହିଁ ଋଣର ଦର କମିଯାଇଛି । ବର୍ତମାନ ବ୍ୟାଙ୍କ ନିଷ୍ପତି ନେଉଛନ୍ତି, କେବେ ସୁଧ ବଢାଇବେ ଓ କମାଇବେ ।

ଜାଣନ୍ତୁ କଣ କଣ ମହଙ୍ଗା ହୋଇପାରେ :

କାର୍ କିଣିବା ମହଙ୍ଗା ହୋଇପାରେ :

୧ ଏପ୍ରିଲ ଠାରୁ କାର୍ କିଣିବା ମହଙ୍ଗା ହୋଇଯିବ । ଏପ୍ରିଲ ପହିଲାରୁ ଭାରତୀୟ ବଜାରରେ ଚାଲିଥିବା ଟାଟା ମୋଟର୍ସ, ରେନାଲ୍ଟ ଇଣ୍ଡିଆ, ଜାଗୁଆର ଲେଣ୍ଡ ରୋବର ଇଣ୍ଡିଆ (ଜେଏଏଲଆର), ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟୋୟୋଟା ମୋଟର୍ସ ନିଜର ପ୍ରୋଡକ୍ଟ ଲାଇନ୍ ଆପ୍ ର ମୂଲ୍ୟ ବଢେଇବା ପାଇଁ ଘୋଷଣା କରି ସାରିଲେଣି । କମ୍ପାନୀ ଗୁଡିକ କହିଛନ୍ତି ବିଦେଶ ଆର୍ଥିକ ସ୍ଥିତି ବଢିବା ଫଳରେ କମ୍ପାନୀଗୁଡିକ ନିଜ ମୂଲ୍ୟ ବଢାଇବା ପାଇଁ ବାଧ୍ୟ ହୋଇଛନ୍ତି ।

ଗାଡି ଚଳେଇବା ମହଙ୍ଗା ହୋଇପାରେ :

ଏପ୍ରିଲ୧ ରୁ ଗାଡି ଚଳେଇବା ମହଙ୍ଗା ହୋଇପାରେ । ପ୍ରକୃତିକ ଗ୍ୟାସର ମୂଲ୍ୟ ୧୮ ପ୍ରତିଶତ ବଢିବାର ଆଶଙ୍କା ରହିଛି । ଏହା ଦ୍ଵାରା ଗାଡିରେ ଜାଳେଣୀ ନିମନ୍ତେ ବ୍ୟବହାର ହେଉଥିବା CNGର ମୂଲ୍ୟ ବଢି ଯାଇପାରେ । କୁହାଯାଇ ପାରେ ୧ ଏପ୍ରିଲରୁ ଏହି ନୂଆ ନିୟମ ଲାଗୁ ହୋଇପାରେ । କହିବାକୁ ଚାହୁଞ୍ଚୁ, ନୂଆ ଘରୋଇ ଗ୍ୟାସ ପୋଲିସି ୨୦୧୪ ଅନୁସାରେ ପ୍ରତି ଛ ମାସରେ ପ୍ରକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ଏହି ପଦ୍ଧତି, ବେଦେଶୀ ମୂଲ୍ୟ ଉପରେ ଆଧାରିତ ଅଟେ ।

ମହଙ୍ଗା ହୋଇପାରେ ଖାଦ୍ୟ ତିଆରି କରିବା :

୧ ଏପ୍ରିଲରୁ ଦେଶରେ ଖାଇବା ତିଆରି କରିବା ମହଙ୍ଗା ହୋଇପାରେ କାରଣ ସରକାର ଘୋରୋଇ ଗ୍ୟାସର ମୂଲ୍ୟ ବଢାଇ ପାରନ୍ତି । ଏହି ପରିପେକ୍ଷୀରେ ପାଇପ୍ ମାଧ୍ୟମରେ ଯୋଗଉଥିବା PNGର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ । ଗ୍ୟାସର ମୂଲ୍ୟ ବଢିବ ଫଳରେ ଖାଦ୍ୟ ତିଆରି କରିବା ମହଙ୍ଗା ହୋଇପାରେ ।