ନବଜାତ ପିଲାଙ୍କ ମୂଲ୍ୟସୂଚୀ ତିଆରି କରି ରଖିଥିଲା । ସୁନ୍ଦର ଛୁଆଙ୍କୁ ୩ ଲକ୍ଷ ୭୫ ହଜାରରେ ବିକ୍ରି କରୁଥିଲା ।

Spread the love

ତିରିଶି ବର୍ଷ ହେବ ଏହି ନର୍ସ ଜଣକ ନବଜାତ ପିଲାଙ୍କୁ ବିକି ଚାଲିଥିଲା । ଏହି ପ୍ରକାରରେ ପୋଲିସ ହାତରେ ଧରା ପଡିଥିଲା ।

ତାମିଲନାଡୁ ପୋଲିସ ହାତରେ ଏକ ଅଡିଓ ଟେପ୍ ଲାଗିଛି ଯେଉଁଥିରେ ଏକ ନର୍ସ ନିଜର ଅପରାଧକୁ ସ୍ୱୀକାର କରି କହିଛି କିପରି ସେ ପିଲାଙ୍କୁ ବିକ୍ରି କରୁଛି । ଏହି ଅଡିଓରେ ଶୁଣିବା ପାଇଁ ମିଳିଛି କିପରି ନର୍ସ ଜଣକ ବହୁ ସମୟରୁ ପିଲାଙ୍କୁ ବିକ୍ରି କରିବା କାର୍ଯ୍ୟ କରୁଛି । ଅଡିଓ ଟେପରେ ଯେଉଁ ନର୍ସର ସ୍ୱର ଶୁଣା ଯାଉଛି, ସେହି ନର୍ସର ନାମ ହେଉଛି ଅମୁତବଲ୍ଲୀ । ଏହି ଅଡିଓ ଟେପ୍ ଭାଇରଲ ହେବା ପରେ ବିନା କୌଣସି ବିଳମ୍ବରେ ପୋଲିସ ନର୍ସର ସନ୍ଧାନ କରି ନର୍ସକୁ ଗିରଫ କରି ନେଇଛି ।

ପୁରା ଘଟଣାକ୍ରମ କଣ ଅଟେ ?

ନିକଟରେ ଏକ ଅଡିଓ ଟେପ୍ ଭାଇରଲ ହୋଇଥିଲା ଏବଂ ସେଥିରେ ଅମୁତବଲ୍ଲୀ ଏକ ଗ୍ରାହକଙ୍କ ସହ କଥା ହେଉଥିବା ସମୟରେ କହିଛି ଯେ, ସେ ଅବସର ପ୍ରାପ୍ତ କରି ୧୦ ବର୍ଷ ହୋଇସାରିଛି ଏବଂ ଗତ ୩୦ ବର୍ଷ ମଧ୍ୟରେ ଅନେକ ନବଜାତ ଶିଶୁଙ୍କୁ ବିକ୍ରି କରିଛି । ଭଗବାନଙ୍କ କୃପାରୁ ମୋତେ କେହି ମଧ୍ୟ ଆଜି ପର୍ଯ୍ୟନ୍ତ ଧରି ପାରି ନାହାଁନ୍ତି । ଅମୁତବଲ୍ଲୀ ଅନୁସାରେ, ସେ ପିଲାଙ୍କୁ ବିକିବା ପୂର୍ବରୁ ତିରିଶି ହଜାର ଟଙ୍କା ଅଗ୍ରୀମ ରଖୁଥିଲା ଏବଂ ଅଗ୍ରୀମ ଟଙ୍କା ମିଳିବା ପରେ ହିଁ ଶିଶୁ ବିକିବା ପ୍ରକ୍ରିୟା ଆରମ୍ଭ କରୁଥିଲା । ଏହି ଅଡିଓ ଟେପଟି ପାଖାପାଖି ୧୦ ମିନିଟର ଅଟେ ଏବଂ ଏହାକୁ ୨୩ ଏପ୍ରିଲରେ ରେକର୍ଡ଼ କରାଯାଇଛି ।

ଅମୁତବଲ୍ଲୀ ଅନୁସାରେ ସେ ଯେତେବେଳେ ନର୍ସ ଥିଲା; ସେ ସରକାରୀ ଡାକ୍ତରଖାନାରେ ଜନ୍ମ ନେଉଥିବା ପିଲାଙ୍କୁ ସେହି ଦମ୍ପତିମାନଙ୍କୁ ବିକୁ ଥିଲା, ଯେଉଁମାନଙ୍କର ଛୁଆ ନଥିଲେ । ନବଜାତ ଶିଶୁ ବିକ୍ରି କରି ସେ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିଛି । ଏହି କାମରେ ତାକୁ ତା’ପତି ଏବଂ ସରକାରୀ ଡାକ୍ତରଖାନାର ଜଣେ ଆମ୍ବୁଲାନ୍ସ ଚାଳକ ସାହାଯ୍ୟ କରିଥିଲେ ।

ନବଜାତ ଶିଶୁଙ୍କ ମୂଲ୍ୟ ସୂଚୀ କରି ସାରିଥିଲା :

ଅମୁତବଲ୍ଲୀ ନବଜାତ ଶିଶୁଙ୍କ ଏକ ମୂଲ୍ୟସୂଚୀ ପ୍ରସ୍ତୁତ କରି ସାରିଥିଲା ଏବଂ ଏହି ମୂଲ୍ୟସୂଚୀ ଅନୁସାରେ ସେ ଲୋକଙ୍କ ଠାରୁ ଟଙ୍କା ନେଉଥିଲା । ମୂଲ୍ୟ ସୂଚୀ ଅନୁସାରେ ଅମୁତବଲ୍ଲୀ ନବଜାତ ଶିଶୁଙ୍କ ମୂଲ୍ୟ ୨ ଲକ୍ଷ ୭୫ ହଜାର ରଖିଥିଲା । ଯଦି ଶିଶୁ ଗୋରା ହୋଇଥାଏ, ତାକୁ ସେ ୩ ଲକ୍ଷ ୭୫ ହଜାରରେ ବିକ୍ରି କରୁଥିଲା । ଏହି ପ୍ରକାରରେ ପୁଅଙ୍କୁ ୩ ଲକ୍ଷରେ ଏବଂ ପୁଅ ସୁନ୍ଦର ହୋଇଥିଲେ ୩ ଲକ୍ଷ ୭୫ ହଜାରରୁ ୪ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲା । ଏହା ସହ ସେ ଶିଶୁଙ୍କ ନକଲି ଜନ୍ମ ପ୍ରମାଣ ପତ୍ର ତିଆରି କରି ଦେଉଥିଲା ଏବଂ ଏଥିପାଇଁ ସେ ୭୦ ହଜାର ଟଙ୍କା ନେଉଥିଲା ।

ଗିରଫ କରାଯାଇ ଥିଲା :

ତାମିଲନାଡୁ ପୋଲିସ ଏହି ଅଡିଓ ଟେପ୍ ମାଧ୍ୟମରେ ଅମୁତବଲ୍ଲୀ ଏବଂ ତାର ପତି ରବିଚନ୍ଦ୍ରନକୁ ଧରି ନେଇଛି ଏବଂ ଏମାନଙ୍କ ବିରୁଦ୍ଧରେ କେସ୍ ରଜ୍ଜୁ କରିଛି । ଏହି ଅଡିଓ କ୍ଲିପ୍ ଭାଇରଲ୍ ହେବା ପରେ ତାମିଲନାଡୁର ସ୍ୱାସ୍ଥ୍ୟ ସଚିବ ବିଲା ରାଜେଶ, ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ କଲ୍ୟାଣ ବିଭାଗର ନିର୍ଦ୍ଦେଶକଙ୍କୁ ଏହି ଘଟଣାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଡିଓ ଟେପରେ ଅମୁତବଲ୍ଲୀର ସ୍ଵୀକାରକ୍ତି ବହୁତ ଆଶ୍ଚର୍ଯ୍ୟଜନକ ଥିଲା, ୩୦ ବର୍ଷ ମଧ୍ୟରେ ସେ ଅନ୍ୟ ନର୍ସଙ୍କ ଉପସ୍ଥିତିରେ ସେ ଶିଶୁଙ୍କୁ ବିକିବାରେ ସଫଳ ହୋଇଛି ଏବଂ ଅନେକ ପିଲାଙ୍କୁ ନିଜ ବାପାମାଆଙ୍କ ଠାରୁ ଅଲଗା କରି ଦେଇଛି ।