ନବ ବିବାହିତା ବୋହୁ, ହନିମୁନରୁ ଫେରିବା ପରେ ପତିକୁ ଦେଇଥିଲେ ଛାଡପତ୍ର । ପତିଙ୍କ ଏହି ବ୍ୟବାହର ପାଇଁ ଯାତ୍ରାରେ ହଇରାଣ ହୋଇଥିଲେ ସ୍ତ୍ରୀ ।

Spread the love

ନିଜ ବିବାହକୁ ମଜାମସ୍ତି ଭାବୁଥିବା ବ୍ୟକ୍ତି କେବେ ମଧ୍ୟ ଖୁସିରେ ରହିପାରନ୍ତି ନାହିଁ । ଜୀବନରେ କେହି ମଧ୍ୟ ମିଳିଯାଅନ୍ତୁ ନା କାହିଁକି ସେ ଏକୁଟିଆ ହିଁ ମନେ କରିଥାନ୍ତି ।

ଆଜିକାଲିର ବିବାହ ଗୁଡିକ ପିଲା ଖେଳ ପରି ହୋଇଥାଏ । ଯେତେବେଳେ ମନକୁ ଆସେ ବିବାହ କରି ଦିଅନ୍ତି ଓ ଯେତେବେଳେ ମନକୁ ଆସେ ଛାଡପତ୍ର ଦେଇ ଦିଅନ୍ତି । ଆଜିକାଲିର ଯୁବତୀ ଭଲ ପତି ଦରକାର କରିଥାନ୍ତି । ନିଜ ବିବାହକୁ ମଜାମସ୍ତି ଭାବୁଥିବା ବ୍ୟକ୍ତି କେବେ ମଧ୍ୟ ଖୁସିରେ ରହିପାରନ୍ତି ନାହିଁ । ଜୀବନରେ କେହି ମଧ୍ୟ ମିଳି ଯାଅନ୍ତୁ ନା କାହିଁକି ସେ ଏକୁଟିଆ ହିଁ ମନେ କରିଥାନ୍ତି । ଏହି କଥାଟି ଉଭୟ ପତି ଓ ପତ୍ନୀଙ୍କ ଉପରେ ଲାଗୁ ହୋଇଥାଏ । ଏଥିପାଇଁ ବିବାହ ପୂର୍ବରୁ ଉଭୟ ମିଶି ନିଜକୁ ଭଲଭାବରେ ଜାଣି ନେବା ଜରୁରୀ ଅଟେ । କିନ୍ତୁ ପରସ୍ପରକୁ ଭଲଭଲରେ ପରଖିବା ପାଇଁ ଆମ ଦେଶ ଭାରତରେ ବହୁତ ସମୟ ଲାଗିପାରେ । ଆମେ ଆପଣଙ୍କୁ କହିବ ପାଇଁ ଚାହୁଞ୍ଚୁ; ନୂଆ ବୋହୁ ବିବାହ ପରେ ହନିମୁନ୍ ଯାଇଆସିବା ପରେ ପତିକୁ ଦେଇଥିଲେ ଛାଡପତ୍ର । ଜାଣନ୍ତୁ କାରଣ କଣ ହୋଇପାରେ ? ଯାହାଫଳରେ ଛାଡପତ୍ର ଦେବାପାଇଁ ପଡିଥିଲା !

ନବ ବିବାହିତା ବୋହୁ, ହନିମୁନରୁ ଫେରିବା ପରେ ପତିକୁ ଦେଇଥିଲେ ଛାଡପତ୍ର :

ସଂଯୁକ୍ତ ଅରବ ଅମିରାତରେ ଜଣେ ନବ ବିବାହିତା ବୋହୁ, ହନିମୁନରୁ ଫେରିବା ପରେ ପତିକୁ ଦେଇଥିଲେ ଛାଡପତ୍ର ଦେବା ପାଇଁ କୋର୍ଟରେ ଅପିଲ କରିଛନ୍ତି । ଖାଲିଜ ଟାଇମସ୍ ଅନୁସାରେ ମହିଳା ନିଜ ପତିଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ, ତାଙ୍କ ପତି ବହୁତ କୃପଣ ଅଟନ୍ତି ଓ ମୋତେ କୌଣସି ମଧ୍ୟ ଜିନିଷ କିଣିବା ପୂର୍ବରୁ ଚିନ୍ତା କରିବା ପାଇଁ ପଡିଥାଏ । ଅବୁଧାବୀ କୋର୍ଟରେ ଏହି ମାମଲାର ଅର୍ଜିରେ କୁହଯାଇଛି; ମହିଳାଙ୍କ ସ୍ଵାମୀ ଇରାନୀ ଅଟନ୍ତି ଓ ହନିମୁନରେ ସେ ନିଜର କୃପଣତା ଦେଖାଇଥିଲେ । ମହିଳା ମଧ୍ୟ କହିଛନ୍ତି; ପୁରା ହନିମୁନରେ ସମସ୍ତ ବିଲ ମୋତେ ଭରିବା ପାଇଁ କହିଥିଲେ । ଏଥିରେ ରାଶନ, ପାଣି ଓ ବିଜୁଳି ପରି ବିଲ ଗୁଡିକ ଅନ୍ତର୍ଭୁକ୍ତ ଅଟେ । ମୋ ସ୍ଵାମୀ କୌଣସି ଜାଗାରେ ମଧ୍ୟ କୌଣସି ବିଲ୍ ପଇଠ କରି ନାହାନ୍ତି । ଛାଡପତ୍ର ମିଳିବା ପରେ ହନିମୁନରେ ଖର୍ଚ ହୋଇଥିବା ସମସ୍ତ ଟଙ୍କା ଫେରସ୍ତ କରିବା ପାଇଁ ମଧ୍ୟ କହିଛନ୍ତି । ପତ୍ନୀ କହିଛନ୍ତି ୧୩ ବର୍ଷ ଛୋଟ ସ୍ଵାମୀ, ହନିମୁନର ପ୍ରାରମ୍ଭରେ ହିଁ ସମସ୍ତ ବିଲ ମୋ ଆଡେ ପଇଠ କରିବା ପାଇଁ ଦେଇଥିଲେ ।

ଏପରି କରିବା ପଛରେ ସେହି ବ୍ୟକ୍ତି ଜଣକ କହିଛନ୍ତି ଯେ, ତାଙ୍କର ସମସ୍ତ କାଗଜପତ୍ର ହଜିଯାଇଛି । ତେଣୁ ରୁମର ସମସ୍ତ ବିଲ ତାଙ୍କ ପତ୍ନୀଙ୍କ ନାମରେ ଆସୁଥିଲା । ପତ୍ନୀ କହିଛନ୍ତି; ମୋ ସ୍ଵାମୀ ନିଜ ଘର ପାଇଁ ହିଁ ସମସ୍ତ ଆସବାବପତ୍ର କିଣୁଥିଲେ ଓ ବିବାହ ପରେ ମୋତେ ଗୁରୁତ୍ଵ ଦେବା ଛାଡି ଦେଇଥିଲେ । ଏହି ସମସ୍ତ କାରଣରୁ ମୁଁ ମୋ ସ୍ଵାମୀଙ୍କ ଠାରୁ ଛାଡପତ୍ର ନେବା ପାଇଁ ଚିନ୍ତା କରିଛି ବୋଲି କହିଛନ୍ତି ପତ୍ନୀ ।