ନାଳରେ ଫିଙ୍ଗି ଦେଇଥିଲେ ନବଜାତ ଶିଶୁକୁ ! ଜଣେ ସୁହୃଦୟ ଯବାନ ଏହିପରି ଜୀବନ ବଞ୍ଚାଇଥିଲେ ।

Spread the love

କହିବା ପାଇଁ ଗଲେ ଆଜି ଆମ ଦେଶ ଉନ୍ନତି ପଥରେ ଆଗେଇ ଚାଲିଛି । ଦିନକୁ ଦିନ ଦୁନିଆ ଡିଜିଟାଲ ଏବଂ ଆଧୁନିକ ଆଡକୁ ଗତି କରିବାରେ ଲାଗିଛି । କିନ୍ତୁ କିଛି ଲୋକଙ୍କ ଚିନ୍ତାଧାରା ବର୍ତ୍ତମାନ ମଧ୍ୟ ବଦଳି ନାହିଁ । ସେମାନେ ଆଜି ମଧ୍ୟ ପୁଅ ଏବଂ ଝିଅଙ୍କ ମଧ୍ୟରେ ଫରକ ଦେଖନ୍ତି । ଏହିପରି ଅନେକ ଘଟଣା ଆଜିକାଲି ଶୁଣିବା ପାଇଁ ମିଳୁଛି, ଯେଉଁଥିରେ ଝିଅ ଜନ୍ମ ହେବା ଫଳରେ ଶିଶୁକନ୍ୟାକୁ ପରିଜନ ଆଲିଆ ଗଦାରେ କିମ୍ବା ନଳାରେ ଫୋପାଡ଼ି ଦିଅନ୍ତି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ବନ୍ଦାୟୁ ସହରରେ ଦେଖିବା ପାଇଁ ମିଳିଛି ।ଏଠାରେ କୌଣସି ଜଣେ ବ୍ୟକ୍ତି ଗୋଟିଏ ନବଜାତ ଶିଶୁକୁ ନାଳରେ ଫୋପାଡ଼ି ଦେଇଥିଲା । ଏହି ପରିପ୍ରେକ୍ଷୀରେ ବନ୍ଦାୟୁ ପୋଲିସ ଏହି ନବଜାତ ଶିଶୁ କନ୍ୟାର ଜୀବନ ବଞ୍ଚାଇଥିଲେ । ବନ୍ଦାୟୁ ପୋଲିସ ବିଭାଗର ଋଷି ପାଲଙ୍କୁ ଯେତେବେଳେ ଏହି ବିଷୟରେ ସୂଚନା ପ୍ରାପ୍ତ ହୋଇଥିଲା; ତେବେ ସେ ତୁରନ୍ତ ସେଠାରେ ପହଞ୍ଚି ଶିଶୁ କନ୍ୟାକୁ ନାଳରୁ ଉଠାଇଥିଲେ । ଏହାପରେ ସ୍ୱୟଂ ସେ ହିଁ ସେହି ଶିଶୁ କନ୍ୟାକୁ ଡାକ୍ତରଖାନାରେ ପହଞ୍ଚାଇ ଥିଲେ ।

ଭଗବାନଙ୍କୁ ଧନ୍ୟବାଦ ଶିଶୁ କନ୍ୟାଙ୍କ ଅବସ୍ଥା ବର୍ତ୍ତମାନ ଠିକ ଅଛି ସେ ବିପଦ ମୁକ୍ତ ଅଛି । ଏହି ପୁରା ଘଟଣାର ସୂଚନା ନିଜେ ବନ୍ଦାୟୁ ପୋଲିସ ନିଜ ଆଧିକାରୀକ ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ଜଣାଇଥିଲେ । ସେ ଏହି ଭିଡ଼ିଓକୁ ସେୟାର କରି ଲେଖିଛନ୍ତି, ଫରିସ୍ତା ହୋଇ ଆସିଥିଲେ #budaunpolice, @up 100ରେ ଡିୟୁଟିରେ ଥିବା ଋଷି ପାଲଙ୍କ ଦ୍ୱାରା ନାଳରୁ ଜଣେ ଅଜ୍ଞାନ ନବଜାତ ଶିଶୁ ମିଳିବାର ସୂଚନା ମିଳିବା ପରେ ଶିଶୁ ପାଖରେ ପହଂଚି ଶିଶୁ କନ୍ୟାକୁ କୋଳକୁ ନେଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ଏବଂ ଶିଶୁ କନ୍ୟା ବର୍ତ୍ତମାନ ବିପଦମୁକ୍ତ ଅଛି ।

ଏହି ଟୁଇଟ ପରେ ବହୁତ ଶୀଘ୍ର ଏହି ଖବର ସୋସିଆଲ ମିଡିଆରେ ଅଗ୍ନି ପରି ପ୍ରସାରିତ ହୋଇଛି । ଏହି ଘଟଣାକୁ ନେଇ ପ୍ରତିବ୍ୟକ୍ତି ବନ୍ଦାୟୁ ପୋଲିସର ପ୍ରଶଂସା କରିବାରେ ଲାଗିଛନ୍ତି । ଲୋକେ ଏହି ଟୁଇଟ ଉପରେ ନିଜ ନିଜର ମନ୍ତବ୍ୟ ଦେଇଛନ୍ତି । କେଉଁଭଳି ଲୋକେ ଦୁନିଆରେ ଅଛନ୍ତି, ଯେଉଁମାନେ ଜଣେ ନିରୀହ ଶିଶୁକନ୍ୟାର ଜୀବନ ନ ବଞ୍ଚାଇ ଅଲିଆଗଡାରେ ମରିବା ପାଇଁ ଛାଡି ଦିଅନ୍ତି । ଧନ୍ୟବାଦ ସେହି ପୋଲିସ ଅଫିସରଙ୍କୁ ଯିଏ ଏହି ନିରୀହ ଶିଶୁର ଜୀବନ ବଞ୍ଚାଇଥିଲେ ।

ଅନ୍ୟଜଣେ ଇୟୁଜର ଶିଶୁଟିକୁ କୋଳରେ ଉଠାଇଥିବା ପୋଲିସ ବିଷୟରେ ଲେଖିଛି, ଋଷି ପାଲ ଭଳି ଜବାନ ୟୁପି ପୋଲିସ ପାଇଁ ଗର୍ଵ କରୁଛୁ, ବନ୍ଦାୟୁ ପୋଲିସ ଏବଂ ଋଷି ପାଲଙ୍କୁ ସ୍ୟାଲୁଟ । ଏହା ପରେ ଶିବ ତ୍ରିପାଠୀ ନାମକ ଜଣେ ଇୟୁଜର ଲେଖିଛନ୍ତି, ହୃଦୟରୁ ସ୍ୟାଲୁଟ ସାର, ଜୀବନ ଦେବା ଠାରୁ ଜୀବନ ବଞ୍ଚାଇଥିବା ଲୋକ ବଡ଼ ହୋଇଥାଏ । ଆଜି ଯେଉଁ ଶାନ୍ତି ମିଳିଛି, ତାହା ଆପଣଙ୍କୁ ପ୍ରାପ୍ତ ହୋଇଛି । ପରେ ଅନ୍ୟ ଜଣେ ଖୁସି ହୋଇ କହିଛନ୍ତି; ଜୀବନ ରକ୍ଷକ ୟୁପି ପୋଲିସ ଜିନ୍ଦାବାଦ । ପରେ ଅରୁଣ କୁମାର ନାମକ ଜଣେ ଇୟୁଜର ଲେଖିଥିଲେ, ଆପଣଙ୍କ ଏହି କାର୍ଯ୍ୟ କଳ୍ପନାରୁ ବାହାରେ । କୋଟି କୋଟି ଧନ୍ୟବାଦ । ଭଗବାନ ଆପଣଙ୍କୁ ଖୁସିରେ ରଖନ୍ତୁ । ଅନ୍ୟ ଜଣେ କହିଛନ୍ତି; ବହୁତ ଭଲ ମନୁଷ୍ୟତ୍ଵ; ଆପଣଙ୍କ ଭଳି ଲୋକଙ୍କ କାରଣରୁ ହିଁ ଜୀବିତ ଅଛି,ଏହିପରି ଭଲ କାର୍ଯ୍ୟ କରି ଚଳାନ୍ତୁ । ଜୟ ହିନ୍ଦ ।

କହିବା ପାଇଁ ଚାହୁଁଛୁ ଆମ ମାନଙ୍କୁ ଏହି ବିଷୟ ବୁଝିବା ଆବଶ୍ୟକ ଯେ, ଝିଅ ହେଉ କିମ୍ବା ପୁଅ କୌଣସି ଫରକ ପଡିବା ଉଚିତ୍ ନୁହେଁ । ଯଦି ଆପଣ କୌଣସି ଶିଶୁକୁ ଜନ୍ମ ଦିଅନ୍ତି; ତେବେ ତାହାର ଦାୟିତ୍ୱ ମଧ୍ୟ ଉଠାଇବା ଶିଖନ୍ତୁ । ତାକୁ ଲାଳନପାଳନ କରି ଭଲ ମଣିଷ କରନ୍ତୁ । ପୁଅ କିମ୍ବା ଝିଅ ମଧ୍ୟରେ ଭେଦଭାବର ଚିନ୍ତାଧାରାରୁ ନିବୃତ ରୁହନ୍ତୁ ।

ସୌଜନ୍ୟ : www.newstrend.news