ଟଙ୍କା ବିନିମୟରେ ଆସିଲା ପୁଣି ଗୋଟେ ନୂଆ ନିୟମ, ଯଦି କରିବ ଭୁଲ ତେବେ ଲାଗିବ ଲକ୍ଷ ଲକ୍ଷ ଟଙ୍କାର ଜୋରିମାନା, ଆସନ୍ତୁ ଜାଣିବା ନୂଆ ନିୟମ

Spread the love

ଇନକମଟେକ୍ସ (Income Tax) ଡିପାର୍ଟମେଂଟ ଏକ ନୂଆ ଆଲର୍ଟ ଜାରି କରିଛି, ଆଉ ଏହା ବିଷୟରେ ଆପଣ ସମସ୍ତଙ୍କୁ ଜାଣିବା ନିହାତି ଦରକାର ଅଟେ, କାହିଁକି ନା ଏହା ଆପଣଙ୍କ ସହିତ ଜଡିତ ଅଟେ । ଟେକ୍ସ ଟ୍ରାଞ୍ଜେକ୍ସନକୁ ନେଇ ଇନକମଟେକ୍ସ ଡିପାର୍ଟମେଂଟ ଗୋଟେ ଆଲର୍ଟ ଜାରି କରିଛି । ଇନକମଟେକ୍ସ ଡିପାର୍ଟମେଂଟର ୱେବ୍ସାଇଟରେ ଜାରି କରାଯାଇ ଥିବା ଆଲର୍ଟରେ କ୍ୟାସଲେସ ଟ୍ରାଞ୍ଜେକ୍ସନକୁ ବଢ଼େଇବା ପାଇଁ ଅନୁରୋଧ କରାଯାଇଛି । ଏହାରମାନେ ସରକାର ଡିଜିଟାଲ ମାର୍କେଟକୁ ଗୁରୁତ୍ୱ ଆରୋପ କରିବା ସଂଗେ ସଂଗେ ଜନତାଙ୍କୁ ଡିଜିଟାଲ ଦେଣନେଣ କରିବା ପାଇଁ ପରୋକ୍ଷରେ କୁହାଯାଇଛି ।

ଏହା ଛଡା ଆହୁରି ମଧ୍ୟ କୁହାଯାଇଛି ଯେ, କ୍ୟାସ ଦେଣନେଣ କରିବା ସମୟରେ ଏହି ଚାରୋଟି ନିୟମକୁ ମନେ ରଖିବା ଦରକାର ଅଟେ । ଏହି ନିୟମ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଏହା ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ ।

ଜଣାଇ ଦେଉଛୁ ଯେ, ଯଦି ଏପରି ଆପଣ ନ କରିବେ ତ ଆପଣଙ୍କୁ ଜୋରିମାନା ଦେବାକୁ ପଡି ପାରେ, ତା’ସଂଗେ ସଂଗେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏହିପରି ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ ।

ଦୁଇ ଲକ୍ଷ କିମ୍ବା ଏଠାରୁ ଅଧିକ କେସ ନିଅନ୍ତୁ ନାହିଁ :-

ଆଇଟି (IT) ଡିପାର୍ଟମେଂଟ ଅନୁସାରେ, ଏବେ ଆପଣ ଗୋଟେ ଦିନରେ ଗୋଟେ ବ୍ୟକ୍ତି ଠାରୁ ଅତିବେଶୀରେ ଦୁଇ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ କେସ ନେବା ଉଚିତ ନୁହେଁ । ଅର୍ଥାତ ଦୁଇ ଲକ୍ଷ ମଧ୍ୟରେ ସୀମିତ କାରବାର କରନ୍ତୁ । ହେଇପାରେ, ଏ ଟଙ୍କା ଆପଣ ଗୋଟେ ନୁହେଁ ବହୁତ ଗୁଡିଏ ଟ୍ରାଞ୍ଜେକ୍ସନ କରି ନେଉଛନ୍ତି ତେବେ ବି ଆପଣ ଯଦି ଏମିତି କରିବେ ତେବେ ଆପଣଙ୍କୁ ଜୋରିମାନା ଭରିବାକୁ ପଡିପାରେ ।

ଅଚଳ ସମ୍ପତ୍ତି ପାଇଁ 20 ହଜାର କିମ୍ବା ଏହାଠାରୁ ବେଶି ଟଙ୍କା କେସ ଟ୍ରାଞ୍ଜେକ୍ସନ କରନ୍ତୁ ନାହିଁ :-

ଇନକମଟେକ୍ସ ଡିପାର୍ଟମେଂଟର ଏହି ଆଲର୍ଟ ଅନୁସାରେ ଆପଣଙ୍କୁ ଅଚଳ ସମ୍ପର୍ତ୍ତିର ଟ୍ରାନ୍ସଫର ପାଇଁ 20,000 ଟଙ୍କା କିମ୍ବା ତା’ଠାରୁ ଅଧିକ କେସ ଦେଣନେଣ କରନ୍ତୁ ନାହିଁ । ଏହିପରି କରିବା ଦ୍ୱାରା, ଆପଣଙ୍କୁ ଜୋରିମାନା ଲାଗିପାରେ ।

10 ହଜାର କିମ୍ବା ଏହା ଠାରୁ ଅଧିକ କ୍ୟାସ ଦିଅନ୍ତୁ ନାହିଁ, ବିଜନେସ କିମ୍ବା ପ୍ରଫେସନ ଖର୍ଚ୍ଚ ପାଇଁ :-

ଏହି ଅର୍ଲଟ ଅନୁସାରେ ଆପଣ ବିଜନେସ ହେଉ ବା କୌଣସି ପ୍ରଫେସନ ପାଇଁ ହେଉ 10 ହଜାର କିମ୍ବା ତା’ଠାରୁ ଅଧିକ କ୍ୟାସ ଦେଣନେଣ କରିବା ଉଚିତ ନୁହେଁ ।

ଦୁଇ ହାଜରରୁ ଅଧିକ ଟଙ୍କା କ୍ୟାସ ଦାନ କରନ୍ତୁ ନାହିଁ :-

ଏବେ ଆପଣ କୌଣସି ରେଜିଷ୍ଟ୍ର ଟ୍ରଷ୍ଟ କିମ୍ବା ରାଜନୈତିକ ଦଳକୁ 2,000 ଟଙ୍କା ରୁ ଅଧିକ କ୍ୟାସ ଦାନ କରି ପାରିବେ ନାହିଁ । ଏମିତି କଲେ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ହେଲଥ ଇନ୍ସୁରେନ୍ସର ପ୍ରିମୀୟମରେ କ୍ୟାସ ଦିଅନ୍ତୁ ନାହିଁ :-

ଯଦି ଆପଣ ହେଲଥ ଇନ୍ସୁରେନ୍ସ ପ୍ରିମୟମରେ କ୍ୟାସ ଦିଅନ୍ତି, ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ, କାହିଁକି ନା ଏବେ ଆପଣଙ୍କୁ ଇନକମ୍-ଟେକ୍ସ ସେକ୍ସନ (Sec) 80 D ଅନୁସାରେ ହେଲଥ ଇନ୍ସୁରେନ୍ସର ପ୍ରିମୀୟମ କ୍ୟାସରେ ପୈଠ କଲେ ଇନକମ୍ ଟେକ୍ସ ରୁଛାଡ଼ ମିଳିବ ନାହିଁ ।