ଭୁଲରେ ମଧ୍ୟ ଏହି ସାତ ଲୋକଙ୍କୁ ଗୋଡ଼ ଲଗାନ୍ତୁ ନାହିଁ । ନଚେତ ଆପଣଙ୍କ ଜୀବନ ବର୍ବାଦ ହୋଇଯିବ ।

Spread the love

ଏହି ଜିନିଷ ଗୁଡିକୁ ପାଦରେ ଛୁଇଁବା ଦ୍ୱାରା ଆପଣଙ୍କ ଜୀବନରେ ଦୁଖଃକଷ୍ଟ ଆସିଯିବ ।

କୌଣସି ବ୍ୟକ୍ତିଙ୍କୁ ଗୋଡ଼ରେ ଛୁଇଁବା ଠିକ ହୋଇନଥାଏ । ଆମର ଶାସ୍ତ୍ର ଅନୁସାରେ ୭ ପ୍ରକାରର ବ୍ୟକ୍ତିଙ୍କୁ ଗୋଡ଼ ମାରିବା ଅର୍ଥ ଆପଣଙ୍କ ନିଜେ ଦୁଃଖକଷ୍ଟ ଆମନ୍ତ୍ରଣ କରିବା ସହ ସମାନ । ଆପଣଙ୍କୁ ପାପ ଲାଗିବ । ଏଣୁ କଦାପି ଆପଣ ଏହି ୭ ପ୍ରକାରର ବ୍ୟକ୍ତିଙ୍କୁ ଭୁଲରେ ମଧ୍ୟ ଗୋଡ଼ ମାରନ୍ତୁ ନାହିଁ ।

ବ୍ରାହ୍ମଣ :

ଶାସ୍ତ୍ରରେ ବ୍ରାହ୍ମଣଙ୍କ ସ୍ଥାନ ସର୍ବଦା ଉଚ୍ଚ ଅଟେ । ବ୍ରାହ୍ମଣଙ୍କ ଅପମାନ କରିବା ଠିକ ହୋଇନଥାଏ । ଯଦି ଆପଣ କୌଣସି ବ୍ରାହ୍ମଣଙ୍କ ଅପମାନ କରନ୍ତି; ତେବେ ଆପଣଙ୍କୁ ପାପ ଲାଗିଥାଏ । ବ୍ରାହ୍ମଣଙ୍କ ନିରାଦର କରିବା, ସେମାନଙ୍କୁ ଭୋକ ଉପାସରେ ଘରୁ ତଡିଦେବ, ସେମାନଙ୍କ ସେବା ନକରିବା ଏବଂ ସେମାନଙ୍କୁ ଗୋଇଠା ମାରିବା ପାପ ଅଟେ । ଏଥିପାଇଁ ଆପଣ କଦାପି ବ୍ରାହ୍ମଣଙ୍କୁ ଅନାଦର କରନ୍ତୁ ନାହିଁ ଏବଂ ତାଙ୍କୁ ପାଦରେ ଛୁଅନ୍ତୁ ନାହିଁ ।

ଗୁରୁ :

ଛାତ୍ରଙ୍କ ଜୀବନରେ ଗୁରୁଙ୍କ ସ୍ଥାନ ସର୍ବଚ୍ଚ ଅଟେ । ଗୁରୁଙ୍କ ସମ୍ମାନ କରିବା ବିଦ୍ୟାର୍ଥୀର ଧର୍ମ ଅଟେ । କୌଣସି ବିଦ୍ୟାର୍ଥୀ ନିଜ ଗୁରୁଙ୍କ ଅପମାନ କରିବା ଉଚିତ୍ ନୁହେଁ କିମ୍ବା କୌଣସି ଅପଶବ୍ଦ ମଧ୍ୟ କହିବା ଉଚିତ୍ ନୁହେଁ । ଆପଣ ଯେତେବେଳେ ନିଜ ଗୁରୁଙ୍କ ସହ ସାକ୍ଷାତ କରନ୍ତି ତେବେ ଆପଣ ଗୁରୁଙ୍କ ପାଦ ସ୍ପର୍ଶ କରି ଆଶିଷ ଭିକ୍ଷା କରନ୍ତୁ ।

ଅଗ୍ନି :

ଅଗ୍ନିକୁ ପବିତ୍ରର ଆଖ୍ୟା ଦିଆ ଯାଇଛି । ହୋମ ସମୟରେ ଅଗ୍ନିର ପୂଜା କରାଯାଇଥାଏ । ଆପଣ କଦାପି ଅଗ୍ନିର ଅପମାନ କରନ୍ତୁ ନାହିଁ କିମ୍ବା ଅଗ୍ନିକୁ ଗୋଇଠା ମାରନ୍ତୁ ନାହିଁ । ଧର୍ମ ଅନୁସାରେ ଅଗ୍ନିକୁ ଭଗବାନ ସଦୃଶ୍ୟ ମାନ୍ୟତା ରହିଛି ଏବଂ ଅଗ୍ନି ଦେବଙ୍କ ପୂଜା ମଧ୍ୟ କରାଯାଏ । ଯଦି ଆପଣ ଅଗ୍ନିକୁ ଗୋଇଠା ମାରୁଛନ୍ତି; ତେବେ ଆପଣ ଅଗ୍ନିଦେବଙ୍କ ଅପମାନ କରୁଛନ୍ତି । ଅଗ୍ନି ମାଧ୍ୟମରେ ଆମେ ଖାଦ୍ୟ ପ୍ରସ୍ତୁତି କରିଥାଉ, ତେଣୁ ଆପଣ ଅଗ୍ନିର ଅପମାନ କରିବା ଦ୍ୱାରା ଆପଣଙ୍କୁ ଖାଦ୍ୟର ଅଭାବ ହୋଇପାରେ ।

କନ୍ୟା :

ଛୋଟ କନ୍ୟା ମାନଙ୍କୁ ଦେବୀଙ୍କ ସହ ତୁଳନା କରାଯାଏ ଏବଂ ସେମାନଙ୍କ ପୂଜା ମଧ୍ୟ କରାଯାଇ ଥାଏ । ଛୋଟ କନ୍ୟା ମାନଙ୍କ ପାଦ ଛୁଇଁବା ଭଲ ହୋଇଥାଏ । ଛୋଟ କନ୍ୟାଙ୍କ ପରି କୁଆଁରୀ କନ୍ୟା ଏବଂ ଛୋଟ ପିଲାଙ୍କୁ ଯଦି ଗୋଡ଼ ଲାଗିଯାଏ; ତେବେ ଏହା ସେମାନଙ୍କ ଅପମାନ ଅଟେ । ତେଣୁ ସେମାନଙ୍କୁ ଗୋଡ଼ ଲଗାଇବା ଉଚିତ୍ ନୁହେଁ । କୁଆଁରି କନ୍ୟାଙ୍କ ଠାରେ ଲକ୍ଷ୍ମୀ ବାସ କରନ୍ତି ଏବଂ ପିଲାଙ୍କ ଠାରେ ଭଗବାନ । ତେଣୁ ସେମାନଙ୍କୁ ସମ୍ମାନ ଦେବା ଉଚିତ୍ ।

ବୃଦ୍ଧ ବ୍ୟକ୍ତି :

ବୃଦ୍ଧ ବ୍ୟକ୍ତିଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କ ସେବା କରିବା ଦ୍ୱାରା ଆପଣଙ୍କୁ ସେମାନଙ୍କ ଆଶିଷ ଲାଭ ହୋଇଥାଏ । ଯଦି ଆପଣ ବୃଦ୍ଧ ବ୍ୟକ୍ତିଙ୍କ ଅସମ୍ମାନ କରନ୍ତି; ତେବେ ଭଗବାନ ଆପଣଙ୍କ ଉପରେ କ୍ରୋଧ ପ୍ରକୋଟ କରନ୍ତି । ଯାହାଫଳରେ ଆପଣ କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ପାଇପରନ୍ତି ନାହିଁ । ତେଣୁ ବୃଦ୍ଧ ବ୍ୟକ୍ତିଙ୍କ ସମ୍ମାନ କରନ୍ତୁ ଏବଂ ସେମାନଙ୍କୁ ଭୁଲରେ ମଧ୍ୟ ଗୋଇଠା ମାରନ୍ତୁ ନାହିଁ ।

ମାତାପିତା :

ଯେଉଁମାନେ ନିଜ ମାତାପିତାଙ୍କ ଅପମାନ କରନ୍ତି ଓ ସେମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ; ସେହି ବ୍ୟକ୍ତି ମାନଙ୍କୁ ଜୀବନରେ ସୁଖ ଶାନ୍ତି ମିଳେ ନାହିଁ । ମାତାପିତାଙ୍କ ସେବା କରିବା ଫଳରେ ଆପଣଙ୍କୁ ପୂଣ୍ୟ ମିଲିଥାଏ । ଯଦି ଆପଣ ସେମାନଙ୍କୁ ପାଦରେ ଗୋଇଠା ମାରନ୍ତି; ତେବେ ଆପଣ ପାପର ଭାଗିଦାରୀ ହୋଇଥାନ୍ତି ।

ପତ୍ନୀ :

କୌଣସି ଘର ଚଳାଇବା ପାଇଁ ମହିଳାଙ୍କ ଅବଦାନ ଜରୁରୀ ଅଟେ । ତେଣୁ ପତିମାନେ ନିଜ ପତ୍ନୀଙ୍କ ସମ୍ମାନ କରିବା ଉଚିତ୍ । କଦାପି ନିଜ ପତ୍ନୀଙ୍କୁ ଗୋଇଠା ମାରିବା ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଘରର ଶାନ୍ତି ଭଙ୍ଗ ହୋଇଥାଏ ।