କଣ ଆପଣ ଜାଣନ୍ତି: ଘରର ଦକ୍ଷିଣ ଦିଗରେ ଏହି ତିନୋଟି ଜିନିଷ ରଖିଲେ ଘର ଉପରେ କୁପ୍ରଭାବ ପଡ଼ିଥାଏ ଏବଂ ପରିବାରର ସଦସ୍ୟଙ୍କ ଆୟୁଷ ମଧ୍ୟ କମି ଥାଏ ।

Spread the love

ଦୁନିଆରେ ସମସ୍ତେ ଖୁସିରେ ରହିବାକୁ ଚାହିଁଥାନ୍ତି । ଖୁସିରେ ରହିବା ପାଇଁ ଅନେକ ପ୍ରକାରର ନିୟମ ପାଳନ କରିଥାନ୍ତି ଓ ପୂଜା, ପଦ୍ଧତି ଏପରି କି ଯଜ୍ଞ ମଧ୍ୟ କରିଥାନ୍ତି । ଏହା ସତ୍ୟ ଯେ, ପୂଜାପାଠ କରିବା ଦ୍ଵାରା ଘରେ ବହୁତ ଉନ୍ନତି ହୋଇଥାଏ, ଘରେ ଶାନ୍ତର ବାତାବରଣ ଖେଳି ଯାଇଥାଏ ଓ ଘରର ଅନେକ ଦୁଃଖ-କଷ୍ଟ ଦୂର ହୋଇଥାଏ କିନ୍ତୁ ଏହା ସହ ବସ୍ତୁଶାସ୍ତ୍ରକୁ ମାନିବା ଆବଶ୍ୟକ । ଅଧିକାଂଶ ସମୟରେ ଲୋକମାନେ ବସ୍ତୁଶାସ୍ତ୍ରର ନିୟମ ଗୁଡ଼ିକୁ ଅଣଦେଖା କରି ଦିଅନ୍ତି । ତେଣୁ ସେମାନେ ଅନେକ ଦୁଃଖ କଷ୍ଟ ସହ୍ୟ କରିବାକୁ ପଡିଥାଏ । ପ୍ରତ୍ୟେକ ଲୋକଙ୍କ ପାଇଁ ବସ୍ତୁଶାସ୍ତ୍ରର ମହତ୍ତ୍ୱ ରଖିଥାଏ । ଯଦି ଆପଣ ଘରର ବାତାବରଣ ଶାନ୍ତ ରଖିବାକୁ ଚାହୁଁଛନ୍ତି ଓ ଖୁସିରେ ରହିବାକୁ ଚାହୁଁଛନ୍ତି, ତେବେ ବସ୍ତୁଶାସ୍ତ୍ର ଅନୁସାରେ କିଛି ନିୟମ ଗୁଡ଼ିକୁ ପାଳନ କରିବା ନିହାତି ଆବଶ୍ୟକ ।

ବସ୍ତୁଶାସ୍ତ୍ରରେ କୁହାଯାଇଛି ଏହି ତିନୋଟି ବିଷୟ; ଯାହାର ଅଣଦେଖା କରିବା ଯୋଗୁଁ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯଦି ନିଜ ଜୀବନକୁ ସୁଖମୟ କରିବାକୁ ଚାହୁଁଛନ୍ତି, ତେବେ ଏହି ତିନୋଟି ବିଷୟକୁ ସବୁବେଳେ ଧ୍ୟାନ ରଖିବା ଆବଶ୍ୟକ । ଆସନ୍ତୁ ସେହି ତିନୋଟି ବିଷୟରେ ଆଜି ଆମେ ସମ୍ପୁର୍ଣ ରୂପେ ଜାଣିବା ।

୧) ଘଣ୍ଟା ଓ କ୍ୟାଲେଣ୍ଡର –

ଆଜି କଲି ଦୁନିଆରେ ପ୍ରାୟତଃ ସମସ୍ତେ ସମୟାନୁବର୍ତ୍ତିତା । ସମସ୍ତେ ଘରେ ଘଣ୍ଟା ରହିଛି । କିନ୍ତୁ ଏହି କଥା ମନେ ରଖନ୍ତୁ ଯେ, ଘରର ଦକ୍ଷିଣ ଦିଗରେ କେବେ ମଧ୍ୟ ଘଣ୍ଟା ରଖନ୍ତୁ ନାହିଁ । କାରଣ ଦକ୍ଷିଣ ଦିଗରେ ଘଣ୍ଟା ରଖିଲେ ବାରମ୍ବାର ଘରର ମୁଖିଆ ଲୋକଙ୍କ ଦେହ ଅସୁସ୍ଥ ହୋଇଥାଏ । ଘରର ସଦସ୍ୟ ମାନଙ୍କର ଆୟୁଷ କମିଯିବ । ତେଣୁ ଘରର ଦକ୍ଷିଣ ଦିଗରେ କେବେ ମଧ୍ୟ ଘଣ୍ଟା ବା କ୍ୟାଲେଣ୍ଡର ରଖନ୍ତୁ ନାହିଁ ।

୨) ଫ୍ରିଜ –

ଆମେ ସମସ୍ତେ ବିଜ୍ଞାନର ଯୁଗରେ ପଦାର୍ପଣ କରିଛୁ । ବିଜ୍ଞାନ ଉପକରଣକୁ ନିଜ ଜୀବନରେ ବ୍ୟବହାର ଉପଯୋଗୀ ମଧ୍ୟ କରିଆସୁଅଛୁ । କହିବାକୁ ଗଲେ ପ୍ରାୟତଃ ଆମ ସମସ୍ତେଙ୍କ ଘରେ ଫ୍ରିଜ ରହିଛି । ଥଣ୍ଡା ପାଣି ଟିକିଏ ନ ପିଇଲେ, ଇଚ୍ଛା ହୁଏ ନାହିଁ । କିନ୍ତୁ ଆପ ଜାଣନ୍ତି କି, ଫ୍ରିଜକୁ ଘରର କେଉଁ ଦିଗରେ ରଖିବା ଦରକାର ? ମାନେ ରଖନ୍ତୁ ବସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ କେବେ ମଧ୍ୟ ଫ୍ରିଜ ରଖନ୍ତୁ ନାହିଁ । କାରଣ ଦକ୍ଷିଣରେ ଅଗ୍ନିର ପ୍ରକୋପ ରହିଥାଏ । ଯଦି ଆପଣ ଫ୍ରିଜକୁ ଦକ୍ଷିଣ ଦିଗରେ ରଖୁଛନ୍ତି; ତେବେ ଏହା ଆପଣଙ୍କ ଘରର ସଦସ୍ୟଙ୍କ ଉପରେ କୁପ୍ରଭାବ ପକାଇଥାଏ ।

୩) ଟଙ୍କା ବକ୍ସ ବା ସିନ୍ଦୁକ ପେଡି –

ପ୍ରାୟତଃ ଆପଣମାନେ ନିଜ ରୋଜଗାର କରିଥିବା ଟଙ୍କାକୁ ନିଜ ସିନ୍ଦୁକ ପେଡିରେ ରଖନ୍ତି । କିନ୍ତୁ ଘରର ଦକ୍ଷିଣ ଦିଗରେ ଟଙ୍କା ଗହଣା ରଖୁଥିବା ସିନ୍ଦୁକ ପେଡି ବା ଆଲମାରୀ ରଖିବା ଉଚିତ ନୁହେଁ । କଦାପି ଦକ୍ଷିଣ ଦିଗରେ ସିନ୍ଦୁକ ପେଡି ବା ଆଲମାରୀ ରଖନ୍ତୁ ନାହିଁ । ଏଭଳି କରିଲେ ଘରେ ବହୁତ ନକରାତ୍ମକ ପ୍ରଭାବ ପଡିଥାଏ ଏବଂ ଏହା ଦ୍ଵାରା ଆପଣଙ୍କ ଆୟର ସ୍ରୋତ ମଧ୍ୟ କମି ଯାଇଥାଏ ।

ଏହି ତିନୋଟି ବିଷୟକୁ ଧ୍ୟାନ ରଖିଲେ ଆପଣଙ୍କ ଘରେ ଖୁସିର ବାତାବରଣ ବଜାୟ ରହିପାରିବ ଓ ସବୁବେଳେ ଘରର ବାତାବରଣ ଶାନ୍ତ ହୋଇ ରହିବ ।