ଏହି ୩ ପ୍ରକାର ପୁରୁଷଙ୍କ ସହିତ କେବେ ମଧ୍ୟ କରନ୍ତୁ ନାହିଁ ବିବାହ ! ଜୀବନରେ କେବେ ନା କେବେ ଧୋକା ନିଶ୍ଚୟ ମିଳିବ ।

Spread the love

ବିବାହ ଗୋଟିଏ ପବିତ୍ର ବନ୍ଧନ ଅଟେ । ଏଥିପାଇଁ ଜୀବନରେ ଠିକ ଜୀବନସାଥୀ ମିଳିବା ବହୁତ ଜରୁରୀ ଅଟେ । ବିଶେଷ କରି ଝିଅମାନେ ବିବାହ ପରେ ବହୁତ କିଛି ସହ୍ୟ କରିବାକୁ ପଡ଼ିଥାଏ । ଏମିତିରେ ଯଦି ଆପଣ ବିବାହ କରିବାର ଇଚ୍ଛା ପ୍ରକାଶ କରିଛନ୍ତି; ତେବେ ପ୍ରସ୍ତାବ ଠିକ ହେବ ପୂର୍ବରୁ ପୁଅଙ୍କର କିଛି ବିଶେଷ କଥାର ଧ୍ୟାନ ନିଶ୍ଚୟ ରଖନ୍ତୁ । କେତେକ ପୁଅଙ୍କ କିଛି ଖରାପ ଗୁଣ ଥାଏ, ଯଦି ଆପଣ ସେହିପରି ପୁଅ ବା ପୁରୁଷଙ୍କୁ ବିବାହ କରନ୍ତି; ତେବେ ପରବର୍ତ୍ତୀ ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କୁ ଦୁଃଖ ଛଡ଼ା ଆଉ କିଛି ମିଳିବ ନାହିଁ । ଏଥିପାଇଁ କୌଣସି ମଧ୍ୟ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ଆପଣଙ୍କ ସାହାଯ୍ୟ ପାଇଁ ଆମେ ନିମ୍ନରେ କିଛି ସୂଚନା ଦେଇଛୁ, ତାହାକୁ ଆପଣ ପଢନ୍ତୁ ।

ପ୍ରଥମ ପ୍ରକାର – ସର୍ବଦା ଅନ୍ୟ ସ୍ତ୍ରୀଙ୍କ ଉପରେ ଖରାପ ନଜର ରଖୁଥିବା :

ଏହି ପୁରୁଷ କେବେ ମଧ୍ୟ ଗୋଟିଏ ସ୍ତ୍ରୀ ସହିତ ନିଜର ସମ୍ପୂର୍ଣ୍ଣ ଜୀବନ ଅତିବାହିତ କରି ପାରନ୍ତି ନାହିଁ । ଏମାନଙ୍କ ଗୋଟିଏ ସ୍ତ୍ରୀରେ କେବେ ମଧ୍ୟ ମନ ଭରେ ନାହିଁ । ଏମାନଙ୍କୁ ଜୀବନରେ ପ୍ରତିଟି ମୁହୂର୍ତ୍ତରେ କିଛି ନୂଆ ଏବଂ ଭିନ୍ନତା ଦରକାର ହୋଇଥାଏ । ଏହିପରି ପୁଅମାନେ ଗୋଟିଏ ଜିନିଷରେ କେବେ ମଧ୍ୟ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ । ସେହି ଗୋଟିଏ ଜିନିଷରେ ସେହି ପୁଅମାନେ ବହୁତ ବୋର ହୋଇଯାନ୍ତି । ଏଥିପାଇଁ ଆପଣ ବିବାହ କରିବା ପୂର୍ବରୁ ଏହି ଗବେଷଣା ନିଶ୍ଚୟ କରନ୍ତୁ ଯେ, ପୁଅର ପ୍ରଥମରୁ କୌଣସି ଗାର୍ଲଫ୍ରେଣ୍ଡ ରହିଥିଲା କିମ୍ବା ନାହିଁ । ଯଦି ଥିଲା, ତେବେ କେଉଁ କାରଣରୁ ଏମାନଙ୍କ ବ୍ରେକ୍ ଅପ୍ ହୋଇଥିଲା । ଏହା ଛଡା ଆପଣ ଆଉ ଏକ ପରୀକ୍ଷା ମଧ୍ୟ ଆପଣ କରିପାରିବେ, ଯେବେ ଆପଣ ସେହି ପୁଅ (ଯାହାକୁ ଆପଣ ବିବାହ କରିବେ) ଦେଖା କରନ୍ତି, ତେବେ ନିଜ ସାଥିରେ ନିଜ ଠାରୁ ମଧ୍ୟ ଗୋଟିଏ ସୁନ୍ଦରୀ ଝିଅକୁ ନେଇଯାନ୍ତୁ । ଏହିପରି ଭାବରେ ଆପଣ ଜାଣି ପାରିବେ ଯେ, ତାହାର ନଜର ଆପଣଙ୍କୁ ଅଧିକ ଦେଖୁଛି ନା ସେହି ସୁନ୍ଦର ଝିଅଙ୍କୁ ଦେଖୁଛନ୍ତି ।

ଦ୍ୱିତୀୟ ପ୍ରକାର – ସୀମା ରୁ ଅଧିକ କ୍ରୋଧିତ ହେବା :

Google

ଯେତେବେଳେ ବ୍ୟକ୍ତି କ୍ରୋଧକୁ ଆସେ, ତେବେ ସେ ନିଜର ନିୟନ୍ତ୍ରଣ ହରେଇ ବସେ ଏବଂ କ୍ରୋଧବଶତଃ ସେ ଭୁଲ କାର୍ଯ୍ୟ କରି ବସନ୍ତି । ଅଧିକ କ୍ରୋଧ କରୁଥିବା ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ କେବେ ମଧ୍ୟ ଖୁସିରେ ରଖି ପାରନ୍ତି ନାହିଁ । ତାଙ୍କୁ କେବେ କେଉଁ କଥାରେ କ୍ରୋଧ ଆସିଯିବ ଏବଂ ସେ, ଆପଣଙ୍କ ସହିତ ମଧ୍ୟରେ ଲଢ଼ିବାକୁ ଆରମ୍ଭ କରିବେ ତାହା କିଛି କୁହାଯାଇ ପାରିବ ନାହିଁ । କେତେକ କ୍ଷେତ୍ରରେ ସେ କ୍ରୋଧରେ ଆସି ସ୍ତ୍ରୀ ଉପରେ ହାତ ମଧ୍ୟ ଉଠେଇ ଦିଅନ୍ତି । ଯାହାଫଳରେ ଆପଣଙ୍କ ସ୍ଵପ୍ନର ସଂସାରରେ ଫାଟ ସୃଷ୍ଟି ହୋଇଥାଏ । ଏଥିପାଇଁ ବିବାହ ପୂର୍ବରୁ ପୁଅ ସହିତ କିଛି ସମୟ ଅତିବାହିତ କରନ୍ତୁ, କଥାବାର୍ତ୍ତା କରନ୍ତୁ ଏବଂ ତାହାର କ୍ରୋଧ ଏବଂ ଧେର୍ଯ୍ୟ ବିଷୟରେ ଯାଞ୍ଚ କରନ୍ତୁ । ଚାହିଁଲେ ଜାଣି ଜାଣି କୌଣସି ଭୁଲ ମଧ୍ୟ କରି ଦିଅନ୍ତୁ ଏବଂ ଦେଖନ୍ତୁ ସେ କିପରି ଭାବରେ ବ୍ୟବହାର କରିବେ ।

ତୃତୀୟ ପ୍ରକାର – ଜିଦ୍ଦି ଏବଂ ନିଜର ଇଚ୍ଛା କରୁଥିବା ବ୍ୟକ୍ତି :

Google

କିଛି ଲୋକଙ୍କ ଅଭ୍ୟାସ ଥାଏ ଯେ, ସେମାନେ କୌଣସି ଗୋଟିଏ କଥା ଉପରେ ଜିଦ କରନ୍ତି । ସର୍ବଦା ନିଜର ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି । ଅନ୍ୟ କାହାରି କଥାକୁ ଖାତିର କରନ୍ତି ନାହିଁ କି ଗୁରୁତ୍ଵ ମଧ୍ୟ ଦିଅନ୍ତି ନାହିଁ । ଏମିତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖା ଯାଇଥାଏ । ଯଦି ଏହିପରି ମତଭେଦ ଦୀର୍ଘ ସମୟ ପର୍ଯ୍ୟନ୍ତ ରହେ, ତେବେ ଦୁଇଜଣଙ୍କ ମଧ୍ୟରେ ଘୃଣା ଭାବ ଜାତ ହୁଏ ଏବଂ ପରସ୍ପର ସାଥିରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଏଥିପାଇଁ ଆମର ପରାମର୍ଶ ହେଉଛି ଯେ, ଆପଣ ବିବାହ ପୂର୍ବରୁ ଏହା ମଧ୍ୟ ଯାଞ୍ଚ କରି ନିଅନ୍ତୁ ଯେ, ପୁଅ କେତେ ଜିଦ୍ଦି ଅଟେ କିମ୍ବା ସେ ନିଜର ମନମୁତାବକ କାର୍ଯ୍ୟ କରେ ନା କୌଣସି ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ଅନ୍ୟଙ୍କ ପରାମର୍ଶ ଲୋଡି ଥାଏ । ଆପଣ ତା ସମ୍ମୁଖରେ କିଛି ସର୍ତ୍ତ ମଧ୍ୟ ରଖନ୍ତୁ ଏବଂ ଦେଖନ୍ତୁ, ସେ ଏହାକୁ ନେଇ କେତେକ ବୁଝାମଣା କରି ପାରିବ ।

ଝିଅମାନେ ଏହି ତିନୋଟି ପ୍ରକାର ପୁରୁଷଙ୍କ ଠାରୁ ଦୂରେଇ ରୁହନ୍ତୁ । ବିବାହ ପୂର୍ବରୁ ସବୁକିଛି ଯାଞ୍ଚ କରି ନିଅନ୍ତୁ । ନଚେତ ପରେ କଥାଟି ସିଧା ଛାଡ଼ପତ୍ର କିମ୍ବା ଦୁଃଖରେ ବିବାହିତ ଜୀବନ ଅତିବାହିତ କରିବାକୁ ପଡିପାରେ ।

ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ମଧ୍ୟ ସେୟାର କରନ୍ତୁ । ଶେୟାର କରିବା ପୂର୍ବରୁ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !

ସୌଜନ୍ୟ : https://www.newstrend.new