ସପନା ଚୌଧୁରୀ ଲୋକମାନଙ୍କୁ ପରାମର୍ଶ ଦେଇ କହିଲେ, ନିଜ କନ୍ୟାକୁ କେବେ ନର୍ତ୍ତକୀ (ଡେନ୍ସର) କରାନ୍ତୁ ନାହିଁ ।

Spread the love

ହରିୟାଣାର ପ୍ରସିଦ୍ଧ ନର୍ତ୍ତକୀ ସପନା ଚୌଧୁରୀ ଯିଏ କେବଳ ହରିୟାଣାରେ ଜଣାଶୁଣା ନାହାନ୍ତି ବରଂ ଆଜି ତାଙ୍କୁ ପୁରା ଦୁନିଆ ଜାଣିଛି । ସପନାଙ୍କ ଫେନ୍ସ ଫୋଲୋଇଙ୍ଗ ପୂର୍ବରୁ ଅଧିକ ଥିଲେ କିନ୍ତୁ “ବିଗ ବସ”ରେ ଆସିବା ପରେ ତାଙ୍କର ଭାଗ୍ୟ ଯେପରି ଚମକି ଗଲା । ସପନା ଚୌଧୁରୀ ଆଜିକାଲି ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । କେବେ ନିଜର ଚାହାଣୀକୁ ନେଇ ତ କେବେ ନିଜ ଜୀବନ ଶୈଳୀକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଏହିଥର ସେ ଏପରି କିଛି କହିବା ଯୋଗୁଁ ଚର୍ଚ୍ଚାରେ ଆସିଛନ୍ତି । ସେ ଏକ ଉତ୍ତମ ନର୍ତ୍ତକୀ ହୋଇଥିବା ସତ୍ତ୍ୱେ ଲୋକମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ନିଜ ଝିଅମାନଙ୍କୁ କଦାପି ନର୍ତ୍ତକୀ ହେବାକୁ ଦିଅନ୍ତୁ ନାହିଁ ।

ଆଜିକାଲି ସପନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରଲ ହେବା ପାଇଁ ଲାଗିଛି । ଏହି ଭିଡ଼ିଓରେ ସେ ହରିୟାଣାର ଏକ ଗୋଶାଳା ପଣ୍ଡାଲରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ପ୍ରତ୍ୟେକ ଥର ଭଳି ଏହିଥର ମଧ୍ୟ ନୃତ୍ୟ ପ୍ରଦର୍ଶନ ପରେ ଲୋକମାନେ ପୁଣି ଥରେ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ବାଧ୍ୟ କରିଥିଲେ । ଜନଗହଳି ବଢିଯିବାରୁ ସେ ମାଇକ ସାହାଯ୍ୟରେ ଲୋକଙ୍କୁ ଶାନ୍ତି ରଖିବା ପାଇଁ ନିବେଦନ କରୁଥିଲେ । କିଛି ସମୟ ପରେ କିଛି ପିଲାମାନେ ମଞ୍ଚ ଉପରେ ସପନାଙ୍କ ସହ ନୃତ୍ୟ କରିବାର ଇଛା ବ୍ୟକ୍ତ କରିଥିଲେ ।

ଏହାପରେ ସପନା ସମସ୍ତ ପିଲାଙ୍କୁ ମଞ୍ଚ ଉପରକୁ ଡାକିଲେ ଏବଂ ମାଇକରେ କହିବାକୁ ଲାଗିଲେ, “ନିଜର ଝିଅକୁ ନର୍ତ୍ତକୀ କରିବା ପାଇଁ ଯଦି କାହାରି ମନରେ ଭୁଲ ଧାରଣ ଅଛି, ତେବେ ମୁଁ ପରାମର୍ଶ ଦେଉଛି ଯେ ନିଜର ଝିଅମାନଙ୍କୁ କଦାପି ନର୍ତ୍ତକୀ କରନ୍ତୁ ନାହିଁ, ଆଗକୁ ଆପଣଙ୍କ ଇଚ୍ଛା ଅଟେ ।”

ସପନା ଚୌଧୁରୀ ଏତିକରେ ଅଟକି ନଥିଲେ ଆଗକୁ ମଧ୍ୟ କହିଥିଲେ ଯେ, “ଅନେକଙ୍କୁ ସପନା ଚୌଧୁରୀ ଭଳି ହେବାକୁ ବଡ଼ ସଉକ ରହିଥାଏ କିନ୍ତୁ ସପନା ଚୌଧୁରୀ ଭଳି ହେବା ଏତେ ସହଜ ନୁହଁ । ଆପଣ ନିଜ ସହାୟତାରେ ଅନ୍ୟ କିଛି କାମ କରନ୍ତୁ କିନ୍ତୁ କଦାପି ନର୍ତ୍ତକୀ ହେବାକୁ ଚେଷ୍ଟା କରନ୍ତୁ ନାହିଁ । ମୁଁ ଚାହୁଁଚି ଝିଅମାନେ ଲେଖାପଢ଼ା କରି ନାମ ଅର୍ଜନ କରନ୍ତୁ, ମୁଁ ଚାହୁଁଚି ଯେ, ଏପରି ଏକ ଦିନ ଆସୁ ଏହି ପୃଥିବୀରୁ ନର୍ତ୍ତକୀର ଅସ୍ତିତ୍ଵ ଲୋପ ପାଇଯାଉ । କାରଣ ଯାହା ମୁଁ ସହ୍ୟ କରିଛି, ତାହା ଅନ୍ୟ କେହି ସହ୍ୟ ନ କରନ୍ତୁ ।”

ସପନା ଚୌଧୁରୀ ହରିୟାଣାର ପ୍ରସିଦ୍ଧ ନର୍ତ୍ତକୀ ଅଟନ୍ତି । ଆଜି ପର୍ଯ୍ୟନ୍ତ ସେ ପରର୍ଫାମେନ୍ସ ପୋଷାକ ପିନ୍ଧି ନୃତ୍ୟ କରିଛନ୍ତି କିନ୍ତୁ କିଛିଦିନ ତଳେ ତାଙ୍କ ଉପରେ ଅଶ୍ଲୀଳତା ପ୍ରସାରିତ କରିଥିବାର ଅଭିଯୋଗ ହୋଇଥିଲା । ପ୍ରକୃତରେ ସେ ମୁରାଦାବାଦର ରେଳବାଇ ପଡ଼ିଆରେ ଏକ କାର୍ଯ୍ୟକ୍ରମ କରିଥିଲେ । ସେଠାରେ ତାଙ୍କୁ ଦେଖିବା କ୍ଷଣି ଲୋକଙ୍କ ଭିଡ଼ ଜମିଗଲା । ଏହାପରେ ସପନାଙ୍କ ବିରୁଦ୍ଧରେ ଅଭିଯୋଗ ଲେଖା ହୋଇଥିଲା ଯେ, ସେ ଅଶ୍ଲୀଳତା ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହା ଛଡା ଅଧିକ ରାତି ପର୍ଯ୍ୟନ୍ତ ଡିଜେ ଲଗାଇ ଯୁବକମାନଙ୍କୁ ଉକସାୟା ଯାଇଥିଲା ।

ସପନା ଚୌଧୁରୀ ଯିଏ ଦେଶୀ ଗାର୍ଲ ଅବତାରରେ ଥିଲେ, “ବିଗ ବସ”ରୁ ଫେରିବା ପରେ ବହୁତ ମର୍ଡେନ ହୋଇଯାଇଛନ୍ତି । ତାଙ୍କର ଲୁକରେ ବହୁତ ପରିବର୍ତ୍ତନ ଆସିଯାଇଛି ଯାହା ତାଙ୍କର ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି । ସପନାଙ୍କ ପରିଚୟ କେବଳ ହରିୟାଣା ପର୍ଯ୍ୟନ୍ତ ସୀମିତ ଥିଲା କିନ୍ତୁ ଆଜି ସେ ଦୁନିଆରେ ଜଣେ ପ୍ରସିଦ୍ଧ ତାରକା ପାଲଟି ଯାଇଛନ୍ତି ।