ଏହି ତେଲକୁ ନିଜ ଶରୀରରେ ମାଲିସ କରନ୍ତୁ, ୮୦ବର୍ଷ ପର୍ଯ୍ୟନ୍ତ କୌଣସି ବ୍ୟଥା ଅନୁଭବ କରିବେ ନାହିଁ ।

Spread the love

ଅଜେ ଆମେ ଗୋଟିଏ ଏଭଳି ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ; ଯାହାର ଉପଯୋଗ କରି ଅଣ୍ଟା ବ୍ୟଥା, ଶରୀର ବ୍ୟଥା, କାନ୍ଧ, ଗୋଡ଼, ଆଣ୍ଠୁ ଏଭଳି ସବୁ ବ୍ୟଥାରୁ ମୁକ୍ତି ପାଇପାରିବ । ଏହି ଗୋଟିଏ ଉପାୟ ଦ୍ୱାରା ଆପଣଙ୍କର ସବୁ ବ୍ୟଥା ଗୁଡ଼ିକରୁ ମୁକ୍ତି ମିଳିଯାଏ । ଏହାର ପ୍ରଥମ ଦିନରୁ ପ୍ରୟୋଗ କରି ଆପଣ ନିଜେ ଅନୁଭବ କରିପାରିବେ । ତେବେ ଚାଲନ୍ତୁ ଏହି ପ୍ରୟୋଗରେ କଣ କଣ ଆବଶ୍ୟକ ହେବ ସେ ବିଷୟରେ ଆଜି ଆମେ ଜାଣିବା ।

ଏଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ରାଶି ତେଲ ଓ ରସୁଣ ତେଲ । ରାଶି ତେଲ ମିଳିଯିବ, କିନ୍ତୁ ରସୁଣ ତେଲ ମିଳିବା ବହୁତ କଷ୍ଟକର ଅଟେ । ତେବେ ଆସନ୍ତୁ ଜାଣିବା ରସୁଣ ତେଲ କିପରି କରାଯାଏ ।

ରସୁଣ ତେଲ କରିବାର ପ୍ରକ୍ରିୟା –

ପ୍ରଥମେ ଆପଣ ୧୦୦ ଗ୍ରାମ ସୋରିଷ ତେଲକୁ ଗୋଟିଏ ପାତ୍ରରେ ନିଅନ୍ତୁ, ତାହାପରେ ତାହାକୁ ଗ୍ୟାସ ଉପରେ ରଖି ଗରମ କରନ୍ତୁ । ତାପରେ ରସୁଣର ପାଖୁଡାକୁ ଖଣ୍ଡକରି ବା ଅଳ୍ପ ଛେଚି ସେଥିରେ ପକାଇ ଦିଅନ୍ତୁ । ତାହା ପରେ ତେଲକୁ ଭଲ ଭାବରେ ଫୁଟାନ୍ତୁ । ତେଲକୁ ସେପର୍ଯ୍ୟନ୍ତ ଗରମ କରିବେ, ଯେପର୍ଯ୍ୟନ୍ତ ରସୁଣ କଳା ନ ହୋଇଯିବ । ତାହା ପରେ ସେହି ତେଲକୁ ଥଣ୍ଡା ହେବାକୁ ଛାଡ଼ି ଦେବେ । ଏହାପରେ ତାହାକୁ ଛାଣି ଦେବେ, ରସୁଣ ତେଲ ପ୍ରସ୍ତୁତ ହୋଇଗଲା ।

ଏହି ତେଲର ପ୍ରୟୋଗ –

ରସୁଣ ତେଲ ଓ ରାଶି ତେଲକୁ ସମାନ ଭାଗରେ ନେଇ ଏହାକୁ ଭଲ ଭାବରେ ମିଶାନ୍ତୁ । ଏହା ପରେ ଆପଣ ଏହି ତେଲକୁ ସେହି ଜାଗାରେ ମାଲିସ କରିବେ, ଯେଉଁ ଜାଗାରେ ଆପଣଙ୍କ ଶରୀରରେ ବ୍ୟଥା ହେଉଛି । ଏହାପରେ ଆପଣ ସ୍ୱୟଂ ଅନୁଭବ କରିବେ କି ଆପଣଙ୍କ ଶରୀରର ବ୍ୟଥା ଦୁରେଇ ଯିବ । ଏହାର କିଛି ବି ସାଇଡ଼ ଏଫେକ୍ଟ ନାହିଁ କାରଣ ଏହା ଘରଇ ଉପଚାର ଅଟେ, ଆମେ ଏହାକୁ ନିଜେ କରିଛେ । ସେଥିପାଇଁ ଏହାର କିଛିବି ସାଇଡ଼ ଏଫେକ୍ଟ ନାହିଁ । ଏହାର ପରିଣାମ ମଧ୍ୟ ବହୁତ ଭଲ ଅଟେ । ଥରେ ହିଁ ମାଲିସ କରିବା ଦ୍ୱାରା ଆପଣ ସ୍ୱୟଂ ଏହାର ପରିଣାମକୁ ଅନୁଭବ କରିପାରିବେ ।