ନିତା ଅମ୍ବାନୀଙ୍କ ବୋହୁଙ୍କୁ ମୁହଁ ଦେଖାରେ ଦେଇଥିଲେ ଏହି ମୂଲ୍ୟବାନ ଉପହାର,ଏହି ଉପହରର ମୂଲ୍ୟ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଚଳିତ ବର୍ଷ ମାର୍ଚ୍ଚ ମାସ 9 ତାରିଖରେ ଆକାଶ ଅମ୍ବାନୀ ଓ ଶ୍ଳୋକା ମେହେତାଙ୍କ ବିବାହ ହୋଇଥିଲା । ଦୁହୁଁଙ୍କ ଏହି ବିବାହ ବାନ୍ଦ୍ରାକୁର୍ଲାରେ ସ୍ଥିତ ଜିଓ ୱାର୍ଲଡ୍ ସେଣ୍ଟରରେ ହୋଇଥିଲା । ବିବାହରେ ଶ୍ଳୋକା ଏକ ଲାଲ୍ ରଙ୍ଗର ଶାଢୀ ପିନ୍ଧିଥିଲେ । ଲାଲ୍ ରଙ୍ଗ ଶାଢ଼ୀ ଶ୍ଲୋକଙ୍କୁ ଭଲ ମାନୁଥିଲା । ଏହି ବିବାହରେ ଦେଶ ବିଦେଶର ବହୁ ପ୍ରତିଷ୍ଟିତ ବ୍ୟକ୍ତି ଯୋଗ ଦେଇଥିଲେ । ବିବାହରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେୟର୍ ଓ ତାଙ୍କ ପତ୍ନୀ ଚେରୀ ବ୍ଲେୟର୍ ଓ ସଂଯୁକ୍ତ ରାଷ୍ଟ୍ରର ପୂର୍ବ ମହାସଚିବ ବାନ୍ନ କି ମୁଁନ ସାମିଲ ହୋଇଥିଲେ । ଏହା ବ୍ୟତୀତ ରାଜାନୈତିଜ୍ଞ, ଖେଳାଳି ଓ ଚଳଚିତ୍ର ଜଗତର ବଡ ବଡ କଳାକାରମାନେ ଯୋଗ ଦେଇଥିଲେ । ୧୧ ମାର୍ଚ୍ଚରେ ଜିଓ ସେଣ୍ଟର୍ ରେ ଏକ ବିରାଟ ଭୋଜିର ଆୟୋଜନ ହୋଇଥିଲା ।

ମୁହଁ ଦେଖାରେ ବୋହୁକୁ ଦିଅ ଯାଇଥିଲା :

ସୂତ୍ରରୁ ଜଣା ପଡ଼ିଛି; ନିତା ଅମ୍ବାନୀ ନିଜ ବୋହୁଙ୍କୁ ଏକ ମୂଲ୍ୟବାନ ଉପହାର ଦେଇଛନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ ନିତା ଅମ୍ବାନୀ ନିଜ ବୋହୁଙ୍କୁ 50 ନୁହେଁ କି 100 ନୁହେଁ, 300 କୋଟି ଟଙ୍କାର ଏକ ବହୁ ମୂଲ୍ୟ ଉପହାର ଦେଇଛନ୍ତି । ଏପରି ବହୁ ମୂଲ୍ୟ ଉପହାର କେହି କାହାକୁ ଦିଆନ୍ତି ନାହିଁ କିନ୍ତୁ ନିତା ନିଜ ବୋହୁଙ୍କୁ ଏପରି ମୂଲ୍ୟବାନ ଉପହାର ଦେଇ ପ୍ରମାଣିତ କରିଛନ୍ତି ଯେ, ସେ ନିଜ ବୋହୁଙ୍କୁ କେତେ ଭଲ ପାଆନ୍ତି ।

ଉପହାରରେ ଦେଇଛନ୍ତି 300 କୋଟି ଟଙ୍କାର ହାର :

କହିବାକୁ ଚାହୁଁଛୁ, ନିତା ନିଜ ବୋହୁ ଶ୍ଲୋକଙ୍କୁ 300 କୋଟି ଟଙ୍କାର ହାର ଉପହାର ଦେଇଛନ୍ତି । ଶାଶୁଙ୍କ ଠାରୁ ଏହି ବହୁ ମୂଲ୍ୟ ଉପହାର ପାଇଁ ଶ୍ଳୋକା ବହୁତ ଖୁସି ଅଛନ୍ତି । କେବଳ ନିତା ହିଁ ନୁହେଁ ନିତାଙ୍କ ଝିଅ ମଧ୍ୟ ନିଜ ଭାଉଜଙ୍କୁ ଏକ ମୂଲ୍ୟବାନ ଉପହାର ଦେଇଛନ୍ତି । କହିବାକୁ ଚାହୁଁଛୁ, ଇସା ଅମ୍ବାନୀ ନିଜ ଭାଉଜଙ୍କୁ ଖୁବ୍ ଭଲ ପାଆନ୍ତି । ତେଣୁ ସେ ଶ୍ଳୋକାଙ୍କୁ ଏକ ବଙ୍ଗଳା ଉପହରରେ ଦେଇଛନ୍ତି । ଦୁଇ ଜଣ ନଣଦ ଭାଉଜ ହେବା ସହ ଦୁହେଁ ଭଲ ସାଙ୍ଗ ମଧ୍ୟ ।

ଶ୍ଳୋକା କିଏ ଅଟନ୍ତି :

ଶ୍ଳୋକା ମେହେଟା ବ୍ୟବସାୟୀ ରସେଲ ମେହେତାଙ୍କ ଝିଅ ଅଟନ୍ତି । ଶ୍ଳୋକା ନିଜ ସ୍କୁଲ ପାଠପଢା ଧିରୁ ଭାଇ ଅମ୍ବାନୀ ବିଦ୍ୟାଳୟରୁ ଶେଷ କରିଛନ୍ତି । ପରେ ନିଜ ପଢା ପାଇଁ ପ୍ରିଷ୍ଠନ୍ ୟୁନିଭରସିଟି ଚାଲି ଯାଇଥିଲେ ।ଏଠାରେ ସେ, ଏନ୍ଥ୍ରୋପୋଲୋଜୀର ପଡ଼ିଥିଲେ । ଏହାପରେ ସେ ଲଣ୍ଡନ୍ ସ୍କୁଲ ଅଫ୍ ଇକୋନିମିସି ଓ ପଲିଟିକାଲ୍ ସାଇନ୍ସରେ ମାଷ୍ଟର ଡିଗ୍ରୀ ଶେଷ କରିଥିଲେ । ୨୦୧୪ ମସିହାରେ ଶ୍ଳୋକା ପିତାଙ୍କ କମ୍ପାନୀ ରୋସି ବ୍ଲୁ ଫାଉଣ୍ଡେସନ୍ ରେ ନିର୍ଦ୍ଦେଶକର ପଦ ସମ୍ଭାଳି ଥିଲେ । ଏହା ସହ ସେ କାନେକ୍ଟର ନାମକ ସଂସ୍ଥାରେ ଫଉଣ୍ଡର ଅଛନ୍ତି । ଏହି କମ୍ପାନୀ ଏନ୍.ଜି.ଓ ଗୁଡିକୁ ସାହାଯ୍ୟ କରିବା କାମ କରେ ।