ବଲିଓଡ଼ର ଉଚ୍ଚକୋଟିର କଳାକାର ଯିଏ ଏକ ସମୟରେ ମୁମ୍ବାଇର ଲୋକାଲ ଷ୍ଟେସନରେ ବିକ୍ରୀ କରୁଥିଲେ ଧନିଆ….

Spread the love

କପିଳ ଶର୍ମାଙ୍କୁ ହାସ୍ୟ ମନୋରଞ୍ଜନର ବାଦଶାହ ବା ରାଜା ବୋଲି କୁହାଯାଇଥାଏ । ବହୁତ ଚିନ୍ତା ଓ ତାଙ୍କର ତଳକୁ ଖସୁଥିବା କ୍ୟାରିୟରର ଗ୍ରାଫକୁ କପିଳ ପୁଣିଥରେ ସମ୍ଭାଳି ନେଇଛନ୍ତି । ଜଣାଇ ଦେଉଛୁ ଯେ, “ଦ କପିଳ ଶର୍ମା ଶୋ”ର ଟେଲିଭିଜନରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି । ପୁଣିଥରେ ଜଣାଇ ଦେଉଛୁ ଯେ, କପିଳଙ୍କ କାର୍ଯ୍ୟକ୍ରମରେ ବଲିଉଡର କେତେକ ନାମିଦାମୀ କଳାକାର ସାମିଲ ହୋଇଛନ୍ତି ଓ ନିକଟରେ ଯିଏ କପିଳଙ୍କ କାର୍ଯ୍ୟକ୍ରମକୁ ଆସିଥିଲେ ସେ ହେଉଛନ୍ତି ନବାଜୁଦ୍ଦିନ ସିଦ୍ଧିକୀ ଓ ଅମୃତା ରାଓ, ଏହି ଦୁଇଜଣ ନିଜ ଚଳଚ୍ଚିତ୍ର “ଠାକରେ”ର ପ୍ରମୋଶନ କରିବା ପାଇଁ କପିଳଙ୍କ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଅମୃତା ଓ ନବାଜୁଦ୍ଦିନ ଦୁହେଁ କପିଳଙ୍କ କାର୍ଯ୍ୟକ୍ରମରେ ବହୁତ ମଜା କରିଥିଲେ ଏବଂ ଏହି ହସ, ମଜା ଭିତରେ ନବାଜୁଦ୍ଦିନ ନିଜ ଜୀବନର ସେହି ଘଟଣା ଗୁଡିକ ବିଷୟରେ କହିଲେ ଯାହା କି ବୋଧ ହୁଏ ତାଙ୍କ ସମର୍ଥକ ମାନଙ୍କୁ ମଧ୍ୟ ଜଣା ନଥିବ । ନବାଜୁଦ୍ଦିନ ନିଜ ଜୀବନର ସେ ସମୟ ବିଷୟରେ କହିଲେ ଯେବେ ସେ ଚଳଚ୍ଚିତ୍ର ଜଗତରେ ସଂଘର୍ଷ କରୁଥିଲେ । ନବାଜୁଦ୍ଦିନ କହିଲେ ଯେ, ସେ ନିଜ ଜୀବନର ସଂଘର୍ଷ ଦିନଗୁଡିକରେ ଧନିଆ ମଧ୍ୟ ବିକ୍ରୀ କରୁଥିଲେ ।

ନବାଜୁଦ୍ଦିନ କହିଲେ ଯେ, ‘ଯେବେ ମୁଁ ବଲିଉଡ ଜଗତରେ ଛୋଟ ଛୋଟ ଭୂମିକରେ ଅଭିନୟ କରୁଥିଲି, ତେବେ ତାହାର କୌଣସି ଟଙ୍କା ବା ପାଉଣା ମିଳୁନଥିଲା’ । ସେହି ସମୟରେ ତାଙ୍କର ଏକ ବନ୍ଧୁ ତାଙ୍କୁ ପଚାରିଲେ ଯେ, ନବାଜ ଭାଇ ୧୦୦ କୁ ୨୦୦ କରିବେ କି ? ମୁଁ ହଁ କହି ଦେଲି । ଆମେ ଦାଦର ପହଞ୍ଚିଲୁ ଓ ଦୋକାନୀକୁ ୨୦୦ ଟଙ୍କାର ଧନିଆ କିଣିଲୁ ଓ ଦାଦର, ପନିପରିବା ବଜାର ପାଖରେ ରଖି ୧୦ଟଙ୍କାରେ ଏକ ଗୁଚ୍ଛ କହି କହି ବିକ୍ରୀ କରିବା ଆରମ୍ଭ କଲୁ । ଧନିଆ ତୋ ବିକ୍ରୀ ହେଲା ନାହିଁ, କିନ୍ତୁ ସମସ୍ତ ଧନିଆ ଖରାପ ହୋଇ କଳା ପଡ଼ିଗଲା । ଯାହା ପାଖରୁ ଏହା କିଣିଥିଲୁ ତା ପାଖକୁ ଯାଇ କହିଲୁ ଯେ, ଏହା କଳା ପଡିଯାଇଛି । ତୋ ସେ କହିଲା ଯେ, ତା’ ଉପରେ ପାଣି ପକେଇଥିଲେ କି ଆପଣମାନେ ? ଆମେ କହିଲୁ ଯେ, ଆମେ ଏହା କରିବା ଭୁଲି ଗଲୁ ଓ ପରେ ଖାଲି ହାତରେ ବିନା ଟିକେଟରେ ଘରକୁ ଫେରି ଆସିଥିଲୁ ।

ନବାଜୁଦ୍ଦିନ ନିଜ କ୍ୟାରିୟରର ଆରମ୍ଭ ଦିନ ଗୁଡିକରେ ବହୁତ ସଂଘର୍ଷ କରିଥିଲେ କିନ୍ତୁ ଆଜି ସେ ବଲିଉଡର ଜଣେ ନାମିଦାମୀ କଳାକାର ଭାବରେ ପରିଚିତ ।

ଆଶା କରୁଚ୍ଚୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ Comment ମାଧ୍ୟମରେ ନିଜ ମତାମତ ପ୍ରଦାନ କରନ୍ତୁ ଏବଂ ନିଜ ବନ୍ଧୁଙ୍କ ମଧ୍ୟରେ ଶେୟାର କରନ୍ତୁ ! ଧନ୍ୟବାଦ !