ନବାଜୁଦ୍ଦିନ ସିଦ୍ଧିକୀଙ୍କ ଝିଆରୀଙ୍କ ଯୌନ ଉତ୍ପୀଡ଼ନ ହୋଇଛି । ଦାଦାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ପିଡ଼ିତା ।

Spread the love

ଲକଡାଉନ ସମୟରେ ନବାଜୁଦ୍ଦିନ ସିଦ୍ଧିକୀ ଏବଂ ତାଙ୍କର ପରିବାର ଉପରେ ସମସ୍ୟା ଘେରି ରହିଛି । ଗୋଟିଏ ପକ୍ଷରେ ଅଭିନେତାଙ୍କ ପତ୍ନୀ ନବାଜୁଦ୍ଦିନଙ୍କ ଠାରୁ ଛାଡପତ୍ର ନେବା ଚିନ୍ତା କରିଥିବା ବେଳେ ଅନ୍ୟପକ୍ଷରେ ନବାଜିଦ୍ଦିନଙ୍କ ଭାଇଙ୍କ ଉପରେ ଯୌନ ଉତ୍ପିଡନର ଆରୋପ ଲାଗିଛି । ଯାହାଫଳରେ ନବାଜୁଦ୍ଦିନଙ୍କ ପରିବାର ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ପିଡ଼ିତା ନାବାଳିକା ଦିଲ୍ଲୀର ଜାମିୟା ନଜର ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଇଛନ୍ତି । ନବାଜୁଦ୍ଦିନଙ୍କ ଝିଆରୀଙ୍କ ଏହି ମାମଲାଟି ସେହି ସମୟର ବୋଲି କହିଛନ୍ତି ଯେତେବେଳେ ନବାଜୁଦ୍ଦିନଙ୍କ ଝିଆରୀଙ୍କୁ ୯ ବର୍ଷ ହୋଇଥିଲା ।

Google

ଇଟାଇମ୍ସର ଏକ ରିପୋର୍ଟ ଅନୁସାରେ ନବାଜୁଦ୍ଦିନଙ୍କ ଝିଆରୀ କହିଛନ୍ତି ଯେତେବେଳେ ସେ ୯ ବର୍ଷୀର ହୋଇଥିଲେ ସେହି ସମୟରେ ତାଙ୍କ ସହ ଯୌନ ନିର୍ଯ୍ୟାତନା ହୋଇଥିଲା । ନବାଜୁଦ୍ଦିନଙ୍କ ଝିଆରୀ କହିଥିଲେ ଯେତେବେଳେ ମୋର ବୟସ ୨ ବର୍ଷ ହୋଇଥିଲା ସେହି ସମୟରେ ମୋର ମାତା ପିତାଙ୍କ ଛାଡ଼ପତ୍ର ହୋଇଯାଇଥିଲା । ଏହାପରେ ମୋ ପିତା ଦ୍ଵିତୀୟ ବିବାହ କରିଥିଲେ ଯାହାଫଳରେ ମୋତେ ମୋ ସାବତ ମାଆଙ୍କ ସହ ରହିବା ପାଇଁ ପଡିଥିଲା । ସେତେବେଳେ ମୁଁ ବହୁତ ଛୋଟ ଥିଲି ଯାହାଫଳରେ ମୋତେ ଜଣା ପଡିନଥିଲା ଯେ ମୋ ସହ ହିଂସା ହୋଇଛି । କିନ୍ତୁ ସମୟ ଅତିବାହିତ ହେବା ପରେ ମୋତେ ଜଣା ପଡିଥିଲା ଯେ ମୋର ଦାଦା ମୋ ସହ ଖରାପ କାର୍ଯ୍ୟ କରିଥିଲେ । ତାଙ୍କର ଅଜବ ପ୍ରକାରର ସ୍ପର୍ଶ ମୋତେ ଘୃଣା ଲାଗୁଥିଲା । ନବାଜୁଦ୍ଦିନଙ୍କ ଝିଆରୀ କହିଥିଲେ ମୁଁ କୋର୍ଟରେ ବିବାହ କରିନେଇଥିଲି ଏହାପରେ ମଧ୍ୟ ମୋ ସହ ଅତ୍ୟାଚାର ହୋଇଛି ଯେଉଁଥିରେ ମୋର ବାପା ଏବଂ ବଡ଼ ବାପା ( ନବାଜୁଦ୍ଦିନ) ଉଭୟ ସାମିଲ ଅଛନ୍ତି ।

Google

ଏହା ମଧ୍ୟରେ ଯୁବତୀ ଜଣଙ୍କ ନବାଜୁଦ୍ଦିନଙ୍କ ଉପରେ ମଧ୍ୟ ଗମ୍ଭୀର ଆରୋପ ଲଗାଇଥିଲେ । ନବାଜୁଦ୍ଦିନଙ୍କ ଝିଆରୀ କହିଥିଲେ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ମିଳିନାହିଁ । ଏକଦା ମୋ ବଡ଼ ପାପା ମୋତେ ପ୍ରଶ୍ନ କରିଥିଲେ ତୁମେ ଜୀବନରେ କଣ କରିବା ପାଇଁ ଚାହୁଁଛ ସେହି ସମୟରେ ମୋ ସହ ଘଟିଥିବା ସମସ୍ତ ଘଟଣା ବିଷୟରେ ବଡ଼ ବାପାଙ୍କୁ ଜଣାଇଥିଲି ଏବଂ ମୁଁ ମାନସିକ ଚିନ୍ତାଗ୍ରସ୍ତ ଅଛି ବୋଲି ମଧ୍ୟ ଜଣାଇଥିଲି କିନ୍ତୁ ସେ ମୋ କଥାରେ ସହମତ ହୋଇନଥିଲେ । ମୁଁ ଚିନ୍ତା କରିଥିଲି ସେ ମୋତେ ଠିକ ରୂପରେ ବୁଝି ପାରିବେ କାରଣ ସେ ଅନ୍ୟ ସମାଜରେ ରୁହଁନ୍ତି କିନ୍ତୁ ମୋ ବଡ଼ ବାପା ମୋତେ କହିଥିଲେ ତୁମ ଦାଦା ତୁମ ସହ କଦାପି ଏହିପରି କରିନଥିବେ ।