5 ରାଜ୍ୟରେ ଭାଜପାର ପରାଜୟ ପରେ ଜ୍ୟୋତିଷାଚାର୍ଯ୍ୟ ନରେନ୍ଦ୍ର ମୋଦିଙ୍କ ଉପରେ କଲେ ବଡ଼ ଭବିଷ୍ୟବାଣୀ

Spread the love

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ପରାଜୟ ମିଳିବ ପରେ 2019ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ଲୋକଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି । ଏହାର କାରଣ, ଏହି ନିର୍ବାଚନକୁ ଆଗାମୀ 2019 ଲୋକସଭା ନିର୍ବାଚନର ସେମି-ଫାଇନାଲ ବୋଲି ଧରି ନିଆଯାଇଛି । ଏହି ନିର୍ବାଚନର ପରିଣାମ ଦେଖିଲା ପରେ, ସମଗ୍ର ଭାରତ ବର୍ଷରେ କେବଳ ଗୋଟିଏ କଥାର ଚର୍ଚ୍ଚା ଏବେ ବହୁତ ହେବାରେ ଲାଗିଛି ଯେ, 2019 ନିର୍ବାଚନରେ ବିଜେପି ପୁଣି କେନ୍ଦ୍ରରେ ସରକାର ଗଢି ପୈରିବା କି ନାହିଁ ଏବଂ ଯଦି ସରକାର ଗଢ଼ିବ ତେବେ ପ୍ରଧାନମନ୍ତ୍ରୀ ପଦଟି ନରେନ୍ଦ୍ର ମୋଦିଙ୍କୁ ମିଳି ପାରିବ ନା ନାହିଁ ? ଏହି ପରି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିଛି ।

ଏହି ବିଷୟରେ ଯେବେ ଆମେ ବ୍ରଜର ଵିଖ୍ୟାତ ଜ୍ୟୋତିଷାଚାର୍ଯ୍ୟ ଡ଼ଃ.ଅରବିନ୍ଦ ମିଶ୍ରଙ୍କ କହିବା କଥା, ପାଞ୍ଚଟି ରାଜ୍ୟରେ ବିଜେପିର ପରାଜୟ ହୋଇଛି ସତ କିନ୍ତୁ ଏହାର ଅସର ପ୍ରଧାନମନ୍ତ୍ରୀଙ୍କ ଉପରେ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ଏହି ସ୍ଥିତି 2019ରେ ହେବାକୁ ଥିବା ନିର୍ବାଚନକୁ ଆହୁରି ମଜବୁତ ବନେଇ ଦେଇଛି ।

ଜ୍ୟୋତିଷାଚାର୍ଯ୍ୟ ମହାଶୟ ମୋଦିଙ୍କୁ ନେଇ ଦୁଇଟି କଥା ସ୍ପଷ୍ଟ କରିଛନ୍ତି ଯେ, 2019 ଲୋକସଭା ନିର୍ବାଚନରେ ମୋଦି ହିଁ ଦେଶର ପ୍ରଧାନମନ୍ତ୍ରୀ ହେବେ । ହଁ ଏହା ସତ୍ୟ ଯେ ମୋଦିଙ୍କର ଯେତେ ଭଲ ସମୟ 2014 ରେ ଥିଲା ବର୍ତ୍ତମାନ ତାହା ନାହିଁ ଏବଂ ସେହି ସମୟ ପୁଣି ପୁନରାବୃତି ହେବ ନାହିଁ ।

ଚନ୍ଦ୍ରରେ ଶୁକ୍ର ର ପ୍ରତ୍ୟାନ୍ତର ଦ୍ୱାରା ଶାନ୍ତ ହେବ ଲୋକଙ୍କର କ୍ରୋଧ:-

ଜ୍ୟୋତିଷାଚାର୍ଯ୍ୟ ଡଃ. ଅରବିନ୍ଦ ମିଶ୍ର କହିଛନ୍ତି ଯେ, ମୋଦିଙ୍କ କୁଣ୍ଡଳୀରେ 26 ଜାନୁଆରୀ ରୁ 26 ଅଗଷ୍ଟ 2018 ଯାଏଁ ଚନ୍ଦ୍ରରେ କେତୁର ପ୍ରତ୍ୟାନ୍ତର ଥିଲା । ଏଥିପାଇଁ ତାଙ୍କର କିଛି ନିଷ୍ପତ୍ତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ତାଙ୍କୁ ଅନେକ ଆଲୋଚନା ଓ ବିରୋଧର ସାମ୍ନା କରିବାକୁ ପଡି ଥିଲା । ଏସି ଏସ୍ଟିଆକ୍ଟ ର ବିରୋଧ ମଧ୍ୟ ଏହି ସମୟରେ ହୋଇଥିଲା । କିନ୍ତୁ 26 ଅଗଷ୍ଟ ରୁ ଚନ୍ଦ୍ରରେ ଶୁକ୍ରର ପ୍ରତ୍ୟାନ୍ତର ଆରମ୍ଭ ହୋଇ ଯାଇଛି । ଏହା ପରେ ଲୋକଙ୍କ ମନରେ ତାଙ୍କ ପ୍ରତି ଥିବା କ୍ରୋଧ ଶାନ୍ତ ହେବାରେ ଲାଗିଛି ।

ଗଜକେଶରୀ ଯୋଗ ପୁଣି ଥରେ ବନେଇବ ପିଏମ:-

ଜ୍ୟୋତିଷାଚାର୍ଯ୍ୟ କହିଛନ୍ତି ଯେ, ମୋଦିଙ୍କ କୁଣ୍ଡଳୀ ବିଛା ଲଗ୍ନର ଅଟେ । ତାଙ୍କର ରାଶି ମଧ୍ୟ ବିଛା ଅଟେ । 11 ଅକ୍ଟୋବରକୁ ଶୁକ୍ରରାଶି ତାଙ୍କ ଲଗ୍ନ ଓ ରାଶିରେ ଆସିଯାଇଛି । ଏଥିପାଇଁ ପ୍ରବଳ ଗଜକେଶରୀ ଯୋଗ ହେଉଅଛି । ଶୁକ୍ରର ଏହି ସ୍ଥିତି ପୁଣି ଥରେ ମୋଦିଙ୍କର ଲୋକପ୍ରିୟତା ବଢେଇବ । ଏଥିପାଇଁ ନରେନ୍ଦ୍ର ମୋଦି ପୁଣି ଥରେ 2019 ରେ ପ୍ରଧାନମନ୍ତ୍ରୀ ହୋଇ ପାରିବେ ।