ନାନା ପାଟେକରଙ୍କ ପୁତ୍ର ଏପରି ଜୀବନ ବିତାଉଛନ୍ତି, ଫୋଟ ଦେଖି ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ ।

Spread the love

ଆମ ଦେଶରେ ଧନୀ ଲୋକଙ୍କ ଅଭାବ ନାହିଁ କିନ୍ତୁ ଯେତେବେଳେ ଗରିବଙ୍କୁ ସାହାଯ୍ୟ କରିବାର କଥା ଆସେ ସେତେବେଳେ ସମସ୍ତ ଧନୀବ୍ୟକ୍ତି ପଛଘୁଞ୍ଚା ଦିଅନ୍ତି । ଯଦି ଏହି ଧନୀ ବ୍ୟକ୍ତିମାନେ ଇଛା କରନ୍ତି, ତେବେ ସମଗ୍ର ଦେଶରୁ ଦରିଦ୍ରତା ସବୁଦିନ ପାଇଁ ଲୋପ ପାଇଯିବ । କିନ୍ତୁ ଦେଶରେ ଏପରି କିଛି ବଦାନ୍ୟ ବ୍ୟକ୍ତି ଅଛନ୍ତି, ଯେଉଁ ମାନେ ଅଧିକ ଧନୀ ନହୋଇ ମଧ୍ୟ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି । ଏହିପରି ଏକ ବ୍ୟକ୍ତି ଅଟନ୍ତି ନାନା ପାଟେକର, ଯିଏକି ନିଜର ବଲିଉଡ ଫିଲ୍ମ ଗୁଡିକରେ ଗରିବମାନଙ୍କ ପାଇଁ ଲଢେଇ କରୁଥିବାର ଆପଣମାନେ ଦେଖିଥିବେ । ଏହି ଲଢେଇ ସେ ନିଜ ବାସ୍ତବ ଜୀବନରେ ମଧ୍ୟ ଜାରି ରଖିଛନ୍ତି । ସେ ସବୁବେଳେ ଗରିବମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । ବର୍ତ୍ତମାନ ତାଙ୍କର ସମାଜ ସେବା କାମକୁ ତାଙ୍କର ପୁତ୍ର ଆଗକୁ ବଢାଇବା ପାଇଁ ନିଜ ହାତ ବଢାଇଛନ୍ତି । ବଲିଉଡ ଅଭିନେତା ନାନା ପାଟେକରଙ୍କ ପୁତ୍ର ଏହି ଦିନମାନଙ୍କରେ ସମାଜ ସେବା ଏବଂ ଗରିବଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି ।

ନାନା ପାଟେକର ସମାଜ ସେବା କାର୍ଯ୍ୟରେ ଲାଗି ରହନ୍ତି :

ନାନା ପାଟେକର ଏକ ଏପରି ବ୍ୟକ୍ତି ଯିଏକି ବର୍ତ୍ତମାନ କମ୍ ଫିଲ୍ମ କରନ୍ତି । ସେ ଗରିବଙ୍କୁ ସାହାଯ୍ୟ କରିବାରେ ନିଜ ଜୀବନକୁ ଅତିବାହିତ କରୁଛନ୍ତି । ଦେଖିବାକୁ ଗଲେ ନାନା ପାଟେକର ଅନେକ ବଡ଼-ବଡ଼ ଫିଲ୍ମରେ କାମ କରିଛନ୍ତି କିନ୍ତୁ ସେ ଆଜି ମଧ୍ୟ ଏକ ସାଧାରଣ ମଣିଷର ଜୀବନ ବିତାଉଛନ୍ତି । ତିରଙ୍ଗା, କ୍ରାନ୍ତିବୀର ଏବଂ ୟସବନ୍ତ ଭଳି ଅନେକ ଦେଶଭକ୍ତ ଫିଲ୍ମରେ ନିଜର ଅଭିନୟ ଦ୍ଵାରା ଏକ ବିଶେଷ ପରିଚୟ ସୃଷ୍ଟି କରିଥିବା ନାନା ପାଟେକର ବର୍ତ୍ତମାନ ନିଜର ସମାଜ ସେବା କାମ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ବଲିଉଡର ସବୁଠାରୁ ଅନୁଭବୀ କଳାକାର ଭାବରେ ଜଣାଶୁଣା ନାନା ପାଟେକର ଏବେ ନିଜର ଫିଲ୍ମ ଅପେକ୍ଷା ନିଜର ସମାଜ ସେବା କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ କ୍ରାନ୍ତିବୀର ଜରିଆରେ ବଲିଉଡରେ ପ୍ରବେଶ କରିଥିବା ନାନା ପାଟେକରଙ୍କ ଅଭିନୟର ସମସ୍ତେ ପାଗଳ ଅଟନ୍ତି । ଯଦ୍ୟପି ସେ ଅଧିକ ଫିଲ୍ମ କରି ନାହାନ୍ତି କିନ୍ତୁ ସବୁବେଳେ ଗରିବମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । ନାନା ଏକ ତାରକା ହୋଇ ମଧ୍ୟ ସାଧାରଣ ଜୀବନ କାଟୁଛନ୍ତି । ବର୍ତ୍ତମାନ ତାଙ୍କର ପୁତ୍ର ମଧ୍ୟ ପିତାଙ୍କ ମାର୍ଗରେ ଚାଲି ଗରିବମାନଙ୍କୁ ସାହାଯ୍ୟ କରୁଛନ୍ତି ।

ଏହି ଯୁବକ ବଲିଉଡ ଅଭିନେତା ନାନା ପାଟେକରଙ୍କ ପୁତ୍ର ଅଟନ୍ତି :

ଆଜି ଆମେ ବଲିଉଡ ଅଭିନେତା ନାନା ପାଟେକରଙ୍କ ପୁତ୍ର ମହ୍ଲାର ପାଟେକରଙ୍କ ବିଷୟରେ ଜାଣିବା ଯିଏକି ନିଜ ପିତାଙ୍କ ଭଳି ସାଧାରଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଯେଉଁଠାରେ ବଲିଉଡର ଅନ୍ୟ ଶିଶୁ କଳାକାରମାନେ ଲାଇମ ଲାଇଟରେ ସବୁବେଳେ ରହିବାକୁ ପସନ୍ଦ କରନ୍ତି କିନ୍ତୁ ମଲ୍ହାର ସବୁବେଳେ ବଲିଉଡ ଦୁନିଆରୁ ଦୂରରେ ରୁହନ୍ତି । ଆଶ୍ଚର୍ଯ୍ୟ କଥା ଏହା ମଧ୍ୟ ଯେ, ସୋସିଆଲ ମିଡ଼ିଆର ଦୁନିଆରେ ବଲିଉଡ ଅଭିନେତା ନାନା ପାଟେକରଙ୍କ ପୁତ୍ର ସୋସିଆଲ ମିଡ଼ିଆ ବ୍ୟବହାର କରନ୍ତି ନାହିଁ ।

ଏହା ଯୋଗୁଁ ତାଙ୍କୁ ଅଧିକ ଲୋକ ଜାଣନ୍ତି ନାହିଁ । ସେ ନିଜର ଅବସର ସମୟକୁ ନିଜ ପରିବାର ସହ ବିତେଇବାକୁ ପସନ୍ଦ କରନ୍ତି । ନାନା ପାଟେକରଙ୍କ ସହ ତାଙ୍କର ସମ୍ପର୍କ ପିତା-ପୁତ୍ର ଠାରୁ ବି ଭଲ ବନ୍ଧୁତ୍ୱର ସମ୍ପର୍କ ରହିଛି । ଖବର ଅନୁସାରେ, ନିଜର ଅଭିନୟ ଦ୍ଵାରା ବଲିଉଡର ସବୁଠାରୁ ଭଲ ଜଣାଶୁଣା ଅଭିନେତା ନାନା ପାଟେକର ଫିଲ୍ମରେ ଆସିବା ପୂର୍ବରୁ ଭାରତୀୟ ସେନାରେ ମଧ୍ୟ କାମ କରିଛନ୍ତି । ନାନା ଲାଇମ ଲାଇଟରୁ ଦୁରେଇ ରହି ସମାଜ ସେବା କାମରେ ଲାଗି ରୁହନ୍ତି । ସେ ସବୁବେଳେ କୃଷକ ଏବଂ ଯୁବକମାନଙ୍କର ସାହାଯ୍ୟ କରନ୍ତି । ବର୍ତ୍ତମାନ ତାଙ୍କ ପୁତ୍ର ମଧ୍ୟ ଏହି ମାର୍ଗରେ କାମ କରୁଛନ୍ତି ।