ନଜର ରଖୁଥିବା ବ୍ୟକ୍ତିଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇ ଯୁବତୀ ଆଘାତ

Spread the love

ଭୁବନେଶ୍ୱର :- ନଜର ରଖୁଥିବା ବ୍ୟକ୍ତିଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇ ଯୁବତୀ ଆଘାତ ହୋଇଛନ୍ତି । ଭୁବନେଶ୍ୱରର ଦୋଳମୁଣ୍ଡାଇ ଛକରେ ପ୍ରାୟ ରାତି ୯ ଟାରେ ଏହିପରି ଭୟାନକ ଘଟଣା ଘଟିଛି । ଗତ ରବିବାର ରାତି ୯ଟାରେ ଜଣେ ଯୁବକ ଗାର୍ମେଣ୍ଟ ଦୋକାନ ରେ ତୀକ୍ଷଣ ବସ୍ତୁ ଦ୍ଵାରା ଏକ ଯୁବତୀ ଙ୍କ ଉପରକୁ ଆକ୍ରମଣ କରିଥିଲେ ।

ପୀଡିତ ଯୁବତୀ ଜଣକ ସେହି ଷ୍ଟୋର ବା ଦୋକାନରେ ସେଲସ ଗାର୍ଲ ଭାବରେ କାମ କରୁଥିଲେ । ଆକ୍ରମଣ ଦ୍ୱାରା ଯୁବତୀଙ୍କ ବେକ ଏବଂ ହାତରେ ବହୁତ ଆଘାତ ଲାଗିଛି । ସେ ବର୍ତ୍ତମାନ ଏସ. ସି. ବି. କଲେଜ ଓ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହି ଘଟଣା ପ୍ରାୟ ରାତି ୯ଟାରେ ଘଟିଥିଲା ।

ଅଭିଯୁକ୍ତ ଜଣକ ଯୁବତୀଙ୍କୁ ମନେ ମନେ ଭଲ ପାଉଥିଲେ । ଅଭିଯୁକ୍ତକାରୀଙ୍କ ନାମ ହେଉଛି ବାପି । ସେ ବକ୍ସି ବଜାର ଅଞ୍ଚଳର ବୋଧେଇ ସାହିର ବାସିନ୍ଦା ବୋଲି ପୋଲିସ କହିଛି ।

ମିଳିଥିବା ସୂଚନା ଅନୁସାରେ ବାପି ସୋ-ରୁମ ଭିତରକୁ ଆସି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଓ ଯୁବତୀଙ୍କୁ ନିଜ ସହ ଆସିବା ପାଇଁ କହିଥିଲେ । ଏଥିରେ ଯୁବତୀ ରାଜି ହୋଇ ନ ଥିଲେ । ଯାହା ଫଳରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଭଳି ଭୟାନକ ଘଟଣାର ରୂପ ନେଇଥିଲା । ଅଭିଯୁକ୍ତ ଜଣକ ଭଙ୍ଗା କାଚ ଗ୍ଲାସ ଦ୍ୱାରା ଯୁବତୀଙ୍କୁ ଆକ୍ରମଣ କରିଥିଲେ ।

ଯୁବତୀଙ୍କ ବିଷୟରେ ଜାଣିବା ପରେ ଯୁବତୀଙ୍କ ସାଙ୍ଗ ଓ ସ୍ଥାନୀୟ ଲୋକମାନଙ୍କ ଦ୍ଵାରା ଅଭିଯୁକ୍ତକୁ ବାଦାମବାଡି ପୋଲିସ ହାତରେ ଦେଇଛନ୍ତି ।