ସୁପ୍ରିମ କୋର୍ଟର ନିର୍ଦ୍ଦେଶ : ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଲେ ତାହା ଧର୍ଷଣ ସହ ସମାନ ଅଟେ……

Spread the love

ଦେଶର ସର୍ବୋଚ ନ୍ୟାୟଳୟଙ୍କ ରାୟ ଏହା ଯେ, ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଲେ ତାହା ଧର୍ଷଣ ସହ ସମାନ ଅଟେ । ଦେଶର ସର୍ବୋଚ୍ଚ ନ୍ୟାୟଳୟ ଆଇପିସିର ଧାରାରେ କିଛି ପରିବର୍ତ୍ତନ କରିବା ପାଇଁ ଆଦେଶ ଦେଇଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟଳୟ ରାୟ ଦେଇଛନ୍ତି, ଯଦି ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ବନ୍ଧ ରଖନ୍ତି, ତାହେଲେ ଧର୍ଷଣ ଜନିତ ଅପରାଧ ସହ ସମତୂଲ୍ୟ ଅଟେ । ସୁପ୍ରିମ କୋର୍ଟ ଆଇପିସିର ସେହି ଧାରା (ଆଇପିସି 375(2))କୁ ଅସମ୍ବିଧାନିନ କହିଛନ୍ତି, ଯାହା ୧୫ ରୁ ୧୮ ବର୍ଷ ବୟସର ପତ୍ନୀଙ୍କ ସହ ଯଦି ପଡି ଶାରୀରିକ ସମ୍ବନ୍ଧ ରଖନ୍ତି ତାହାକୁ ଧର୍ଷଣ କୁହାଯିବ ନାହିଁ । କିନ୍ତୁ ବାଳ-ବିବାହ କାନୁନ ଅନୁସାରେ ଝିଅର ବୟସ ୧୮ ହେବା ଜରୁରୀ । କୋର୍ଟ ନିର୍ଦ୍ଦେଶ ଅନୁସାରେ ଯଦି ନାବାଳିକା ପତ୍ନୀ ଗୋଟିଏ ବର୍ଷ ଭିତରେ ପତି ଉପରେ କେସ୍ କରନ୍ତି ତାହେଲେ ଧର୍ଷଣ ଜନିତ ଅପରାଧ ମାମଲା ରଜୁ କରାଯିବ ।

ସୁପ୍ରିମ କୋର୍ଟ ନିଜ ନିର୍ଦେଶକୁ ସୁରକ୍ଷିତ ରଖିଛନ୍ତି । କେନ୍ଦ୍ର ଏହା ଉପରେ କହିଛି ଆଇପିସି ଧାରା ୩୭୫କୁ ବଳବତ୍ତର ରଖିବା ଦରକାର ଯାହା ପତିକୁ ସୁରକ୍ଷିତ ରଖିଥାଏ । ବାଳ-ବିବାହ ଅନୁସାରେ ଏହି ଧାରାକୁ ସଂରକ୍ଷଣ ରଖିବା ଜରୁରୀ ଅଟେ । କେନ୍ଦ୍ର ସରକାର ସୁପ୍ରିମ କୋର୍ଟକୁ ଅନୁରୋଧ କରିଛନ୍ତି ଏହି ଧାରାକୁ ରଦ୍ଧ କରାନଯାଉ ।

କେନ୍ଦ୍ର ସରକାର ସୁପ୍ରିମ କୋର୍ଟକୁ କହିଛନ୍ତି ବାଳ-ବିବାହ ସମାଜର ଏକ ସତ୍ୟ ଘଟଣା ଓ ଏହା ଉପରେ ନିୟମ ତିଆରି କରିବା ସଂସଦର କାମ ଅଟେ । କୋର୍ଟ ଏହି ଧାରା ଉପରେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ୧୫ ରୁ ୧୮ ବର୍ଷ ବୟସର ପତ୍ନୀଙ୍କ ସହ ଶାରୀରିକ ସମ୍ବନ୍ଧକୁ ଧର୍ଷଣ ଜନିତ ଅପରାଧ ଉପରେ ସୁପ୍ରିମ କୋର୍ଟ ଏହି ରାୟ ଦେଇଛନ୍ତି । ମାମଲାର ଶୁଣାଣି ସମୟରେ ସୁପ୍ରିମ କୋର୍ଟ ଏହି ରାୟ ମଧ୍ୟ ଦେଇଛନ୍ତି ଯେ ସତୀପ୍ରଥା ବହୁତ ବର୍ଷରୁ ଭାରତରେ ଚାଲିଆସିଥିଲା କିନ୍ତୁ ସେହି ପ୍ରଥାକୁ ବନ୍ଦ କରି ଦିଆଯାଇଛି । ସୁପ୍ରିମ କୋର୍ଟ ଏହା ମଧ୍ୟ କହିଛନ୍ତି,ଯେଉଁ ପ୍ରଥାଗୁଡିକ ବହୁ ବର୍ଷରୁ ପ୍ରଚଳିତ ହୋଇଆସିଛି ସେଗୁଡିକ ସମ୍ପୂର୍ଣ୍ଣ ଭାବରେ ଠିକ୍ ହୋଇନଥାଏ ।ସୁପ୍ରିମ କୋର୍ଟ ସେତେବେଳେ ଏହି ରାୟ ଦେଇଥିଲେ ଯେତେବେଳେ କେନ୍ଦ୍ର ସରକାର କହିଥିଲେ ପରମ୍ପରା ଗୁଡିକ ବହୁ ବର୍ଷରୁ ଚାଲିଆସୁଛି ଏହି କାରଣରୁ ସଂସଦ ଏହି ଧାରାକୁ ସୁରକ୍ଷିତ କରି ଆସୁଛି । ଯଦି କୌଣସି ବ୍ୟକ୍ତି ନିଜ ୧୫ ରୁ ୧୮ ବର୍ଷ ବୟସର ପତ୍ନୀ ସହ ଶାରୀରିକ ସମ୍ବନ୍ଧ ରଖନ୍ତି ତେବେ ତାହାକୁ ଧର୍ଷଣ ଜନିତ ଅପରାଧ ନୁହେଁ ।

ସୁପ୍ରିମ କୋର୍ଟଙ୍କ ବିଚାର ଅନୁସାରେ ବାଳ-ବିବାହକୁ କେବଳ ୧୫ ଦିନ ରୁ ୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ଉପରେ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କହିଥିଲେ କଣ ଏହା କୋଠର ଦଣ୍ଡ ଅଟେ ? ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଏହା କୋଠର ଦଣ୍ଡ ନୁହେଁ । କୋଠର ଦଣ୍ଡର ଅର୍ଥ ଆଇପିସି ଅନୁସାରେ ମୁତ୍ୟୁ ଦଣ୍ଡ ଅଟେ ।

ସୁପ୍ରିମ କୋର୍ଟ କହିଛନ୍ତି ବାଳ-ବିବାହ କାନୁନ୍ ଅନୁସାରେ ଅପରାଧ ଅଟେ । ଏହା ଜାଣି ମଧ୍ୟ ଲୋକମାନେ ବାଳ-ବିବାହ କରୁଛନ୍ତି । କୋର୍ଟ ଟିପ୍ପଣୀ ଦେଇଛନ୍ତି ଏହା ବିବାହ ନୁହେଁ ମରୀଚିକା ମାତ୍ର । ସୁପ୍ରିମ କୋର୍ଟ ବାଳ-ବିବାହ ଉପରେ ରାୟ ଦେଇ କହିଛନ୍ତି; ବାଳ-ବିବାହ କ୍ଷେତ୍ରରେ ୧୫ ରୁ ୧୮ ବର୍ଷ ବୟସର ଝିଅଙ୍କ ସହ ତାହାର ପତି ଯଦି ଶାରୀରିକ ସମ୍ପର୍କ ରଖିବାକୁ ଧର୍ଷଣ ବୋଲି ଧରି ନିଆଯାଉ ।

ଏହି କ୍ଷେତ୍ରରେ ପସ୍କୋ ଆକ୍ଟ ଅନୁସାରେ; ବାଳ-ବିବାହ କ୍ଷେତ୍ରରେ ୧୫ ରୁ ୧୮ ବର୍ଷ ବୟସର ଝିଅ ସହ ଯଦି ପତି ସମ୍ପର୍କ ରଖିଥାଏ, ତାହା ହେଲେ ପତିକୁ ଧର୍ଷଣ ଜନିତ ଦଣ୍ଡ ଦିଆନଯାଉ । ସୁପ୍ରିମ କୋର୍ଟ ଅନୁସାରେ ବାଳ ବିବାହ କ୍ଷେତ୍ରରେ ପିଲାଙ୍କ ଉପରେ ଗୋଟିଏ ଅତ୍ୟାଚାର ଅଟେ ଯାହାକି କମ ବର୍ଷର ବିବାହ ପରେ ଝିଅ ଉପରେ ଯୌନ ନିର୍ଯାତନା ଅଧିକ ହୋଇଥାଏ ।

କୋର୍ଟ ସେହି ସଂଗଠନର ବିଚାର ସମୟରେ ଶୁଣାଣି କରିଥିଲେ; ଯେତେବେଳେ ୧୫ ରୁ ୧୮ ବର୍ଷ ବୟସର ଝିଅଙ୍କ ବିବାହରେ ସୁରକ୍ଷିତ ନୁହେଁ, ଯେତେବେଳେ ସଂଗଠନ କହିଥିଲେ ଝିଅଙ୍କର ବିବାହର ବୟସ ସୀମା ୧୮ ବର୍ଷ ଅଟେ କିନ୍ତୁ ୧୮ ବର୍ଷରୁ କମ୍ ବୟସର ଝିଅଙ୍କର ବିବାହ ସମାଜରେ ହୋଇଚାଲିଛି । ୧୫ ରୁ ୧୮ ବର୍ଷ ବୟସର ଝିଅଙ୍କ ବିବାହ ଅବେଧ୍ୟ ନୁହେଁ କିନ୍ତୁ ଏହା ଅବେଧ୍ୟ ଘୋଷଣା କରାଯିବ ଦରକାର । କମ୍ ବୟସରେ ଝିଅଙ୍କ ବିବାହ ହେଲେ ଏହା ଝିଅଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଅଟେ ।