ମୁଲ୍ଲାପୁରରେ ନିଜ ବନ୍ଧୁଙ୍କ ସହ ବାହାରକୁ ଯାଇଥିବା ସମୟରେ ନାବାଳିକା ଗଣବଳତ୍କାରର ଶିକାର ହୋଇଛନ୍ତି । ।

Spread the love

ନାରୀକୁ ଦେବୀ ତୁଲ୍ୟ । କିନ୍ତୁ ଆମରୀ ଦେଶରେ ପ୍ରତିଦିନି ନାରୀମାନେ ଗଣ ଦୁଷ୍କର୍ମର ଶିକାର ହେଉଛନ୍ତି । ସରକାରଙ୍କ ନାରୀଙ୍କୁ ସୁରକ୍ଷା ପ୍ରଧାନ କରିବା ପ୍ରଦାନ କରିବା ପାଇଁ ଭିନ୍ନ ଭିନ୍ନ ନିୟମମାନ ପ୍ରଣୟନ କଲେ ମଧ୍ୟ ନାରୀମାନେ ନିଜକୁ ସୁରକ୍ଷିତ ମନେକରି ପାରୁନାହିନ୍ତି । ପୁଣି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ଲୁଧିଆନା ଅଞ୍ଚଳରେ । ଚଣ୍ଡୀଗଡ଼ର ମୁଲ୍ଲାପୁରରେ ନିଜ ବନ୍ଧୁଙ୍କ ସହ ବାହାରକୁ ଯାଇଥିବା ସମୟରେ ନାବାଳିକା ଗଣବଳତ୍କାରର ଶିକାର ହୋଇଛନ୍ତି ।

ପଞ୍ଜାବର ରାଜଧାନୀ ଚଣ୍ଡୀଗଡ଼ର ମୁଲ୍ଲାପୁର ଆଜି ଜଣେ ନାବାଳିକା ଗଣବଳତ୍କାରର ଶିକାର ହୋଇଛନ୍ତି । ଜଣେ ନାବାଳିକା ନିଜ ବନ୍ଧୁଙ୍କ ସହ କାରରେ ବୁଲୁ ଥିବା ସମୟରେ ପ୍ରାୟ ୧୨ ଜଣ ଅଚିହ୍ନା ବ୍ୟକ୍ତି ତାଙ୍କୁ ବଳାତ୍କାର କରିଥିଲେ । ଯାହାକି ଲୁଧିଅନା ଜିଲ୍ଲାର ମୁଲ୍ଲାପୁର ସହରେ ଘଟିଥିଲା ।

ପୋଲିସର ରିପୋର୍ଟ ଅନୁସାରେ ଝିଅଟି ଚୋକଲେଟ ଡେ ପାଳନ କରିବା ପାଇଁ ନିଜ ବନ୍ଧୁଙ୍କ ସହ ଯାଇଥିବ ସମୟରେ ସେ ଏହି ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଝିଅର ଏବଂ ତାଙ୍କ ବନ୍ଧୁଙ୍କ ବିବୃତ୍ତି ଅନୁସାରେ ଦୁଷ୍କର୍ମକାରୀ ମାନେ ବହୁତ ଜୋର ସେ ସେମାନଙ୍କୁ ମାଡ କରିଛନ୍ତି ଏବଂ କିଛି ଟଙ୍କା ମଧ୍ୟ ମାଗିଥିଲେ । ଏହାପରେ ସେମାନେ ନାବାଳିକାକୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ ।

ଲୁଧିଅନାର ଏସ.ଏସ.ପି ଭରିନ୍ଦର ସିଂ ବ୍ରାରଙ୍କ କହିବା ଅନୁଯାୟୀ ସେମାନେ ଅପରାଧୀଙ୍କ ବିରୋଧରେ ଅପହରଣ ଓ ଗଣଦୁଷ୍କର୍ମ ଅଭିଯୋଗରେ ଏକ ମାମଲା ରୁଜ୍ଜ କରିଛନ୍ତି । ପୋଲିସ ମଧ୍ୟ ଅପରାଧୀମାନଙ୍କୁ ଟ୍ରେସ କରିବା କାର୍ଯ୍ୟରେ ଜାରି ରହିଛନ୍ତି । ସେ ଆଶା କରୁଛନ୍ତି ଯେ, ଶୀଘ୍ରରୁ ଅତି ଶୀଘ୍ର ଅପରାଧୀମାନେ ଧରା ପଡିଯିବେ । ଲୁଧିଅନାର ଡି.ଆଇ.ଜି. ରେଞ୍ଜ ରଂବୀର ସିଂ କ୍ଷତ୍ର ଆଜି ଅପରାଧ ଘଟିଥିବା ସ୍ଥାନକୁ ଯାଇଥିବାର ସୂଚନା ବି ମିଳିଛି ।

ପିଡିତାଙ୍କୁ ସୁଧାର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଆତ୍ମୀୟମାନଙ୍କ ଠାରୁ ଜଣା ପଡିଛି ଯେ ଡାକ୍ତର ପିଡ଼ିତାଙ୍କ ଚିକିତ୍ସା କରିବାରେ ଡେରି କରୁଛନ୍ତି ।