ଇନ୍ଦିରା ଗାନ୍ଧୀଙ୍କ ଭଳି ମୋତେ ମଧ୍ୟ ମୋର ସୁରକ୍ଷା କର୍ମୀ ହତ୍ୟା କରିପାରନ୍ତି ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲା ଏହି କଥା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲା ନିଜ ସୁରକ୍ଷା କର୍ମୀ ଓ ଭାରତୀୟ ଜନତା ପାର୍ଟି ଠାରୁ ନିଜ ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି । ସେ କହିଛନ୍ତି, “ମୁଁ ଏକମାତ୍ର ଏପରି ମୁଖ୍ୟମନ୍ତ୍ରୀ ଯାହାର ସୁରକ୍ଷା ନିଜ ହାତରେ ନାହିଁ ।” ମୋ ଆଗ ପଛରେ ଯେତେ ପୋଲିସ ଅଛନ୍ତି, ସମସ୍ତେ ବିଜେପି ସରକାରଙ୍କ ସବୁ ଖବର କରନ୍ତି । ମୋର (PSO) ଅଙ୍ଗରକ୍ଷକ ମଧ୍ୟ ବିଜେପିକୁ ଖବର କରିଥାଏ । ଭାରତୀୟ ଜନତା ପାର୍ଟିର ଲୋକେ ଇନ୍ଦିରା ଗାନ୍ଧୀଙ୍କ ଭଳି ମୋତେ ମଧ୍ୟ ମୋ ଅଙ୍ଗରକ୍ଷକ ଦ୍ଵାରା ସମାପ୍ତ କରିପାରନ୍ତି । ଏହି କଥା ଅରବିନ୍ଦ କେଜିରିବାଲା ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପୂର୍ବରୁ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ।
भाजपा मुझे क्यों मरवाना चाहती है? मेरा क़सूर क्या है? मैं देश के लोगों के लिए स्कूल और अस्पताल ही तो बनवा रहा हूँ। पहली बार देश में स्कूल और अस्पताल की सकारात्मक राजनीति शुरू हुई है। भाजपा इसको ख़त्म करना चाहती है। लेकिन अंतिम साँस तक मैं देश के लिए काम करता रहूँगा। https://t.co/v2HUzal5xo
— Arvind Kejriwal (@ArvindKejriwal) May 18, 2019
ଏହି ପାର୍ଟି ମୋତେ ନାହିଁ, ସ୍କୁଲ ଓ ଡାକ୍ତରଖାନାର ରାଜନୀତି ଶେଷ କରିବାକୁ ଚାହାଁନ୍ତି :-
ଏହି ଅବସରରେ ସେ ଏହା ମଧ୍ୟ କହିଛନ୍ତି, “ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିବା ମୋର ଉପରେ ୫ଥର ଆକ୍ରମଣ ହୋଇଛି । ଭାରତୀୟ ଜନତା ପାର୍ଟିର ଲୋକେ ମୋ ଉପରେ ଆକ୍ରମଣ କରିଥିବା ଲୋକମାନେ, “ଆମ୍ ଆଦମୀ ପାର୍ଟି” (ଆପ୍)ର ବିରୋଧକ ବୋଲି କହନ୍ତି । ଭାରତୀୟ ଜନତା ପାର୍ଟିର ଲୋକେ କହନ୍ତି ଯେ, “ଆପ୍” ଦଳର ସଦସ୍ୟମାନେ କେଜରିବାଲା ପ୍ରତି ରୁଷ୍ଟ ଥିବା ହେତୁ ତାଙ୍କ ଉପରେ ଆକ୍ରମଣ କରୁଛନ୍ତି । ସେ ଆହୁରି ଏହା ମଧ୍ୟ କହିଛନ୍ତି ଯେ, ମୁଁ ଜାଣିନି ଜନସାଧାରଣ କାହିଁକି ମୋର ଜୀବନ ନେବାକୁ ଚାହୁଁଛନ୍ତି । ମୁଁ ଲୋକଙ୍କ ଛୁଆକୁ ସ୍କୁଲ ଯିବାର ବ୍ୟବସ୍ଥା କରିଛ, ଡାକ୍ତରଖାନାରେ ଚିକିତ୍ସା ହେଉଛି, ମୁଁ ପୁଣ୍ୟ କାମ କରୁଛି । ଅରବିନ୍ଦ କେଜରିବାଲାଙ୍କ କହିବାନୁସାରେ ବିପକ୍ଷ ଦଳ ସ୍କୁଲ, କଲେଜ, ବିଜୁଳି, ପାଣିର ରାଜନୀତି ଶେଷ କରିବାକୁ ଚାହୁଁଛି । ଫଳରେ ସେମାନେ ସହଜରେ ଲୁଟି ପାରିବେ ।
ये पार्टियां मुझे नहीं, स्कूल-अस्पताल की राजनीति को खत्म करना चाहती हैं! – @ArvindKejriwal pic.twitter.com/krYRSQtXVR
— AAP (@AamAadmiParty) May 17, 2019
ଏପଟେ, ଆପ୍ ଦଳର ପ୍ରବକ୍ତା ସୌରଭ ଭରଦ୍ୱାଜ କେଜରିବାଲାଙ୍କ ଏହି କଥାକୁ ସମର୍ଥନ ଜଣାଇଛନ୍ତି । ଏହା ସହିତ ନିକଟରେ ତାଙ୍କ ପ୍ରତି ହୋଇଥିବା ଆକ୍ରମଣ ପାଇଁ ଜେଡ ସୁରକ୍ଷା ଦେବା ପାଇଁ ମଧ୍ୟ କହିଛନ୍ତି । ତାଙ୍କର କହିବାନୁସାରେ ବହୁତଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପୋଲିସର ଉପସ୍ଥିତିରେ ହୋଇଛି । ଏହି ଆକ୍ରମଣ ପାଇଁ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଦିଲ୍ଲୀ ପୋଲିସ ଉପରେ ଆମକୁ ଭରସା ନାହିଁ ।
ଏହା ପୂର୍ବରୁ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଏହି ମାସରେ ଦିଲ୍ଲୀର ମୋତି ନଗରରେ କେଜରିବାଲାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେତେବେଳେ ସେ ତାଙ୍କ ଦଳର ପାର୍ଥି ପାଇଁ ରୋଡ଼ ଶୋ କରୁଥିଲେ । ସେହି ସମୟରେ ସେ ଆକ୍ରମଣକାରୀ ତାଙ୍କ ଖୋଲା ଜିପ୍ ରେ ଚଢ଼ି ତାଙ୍କୁ ଚାପୁଡା ମାରିଥିଲା । ହେଲେ ତୁରନ୍ତ ଆପ୍ ସଦସ୍ୟମାନେ ସେ ଆକ୍ରମଣକାରୀଙ୍କୁ ଜିପରୁ ଟାଣି ତାକୁ ମାରପିଟ କରିଥିଲେ । ପରେ ତାକୁ ପୋଲିସ ହାଜତକୁ ନେଇଥିଲେ ।