ବୟସ୍କ ବ୍ୟକ୍ତିଙ୍କ ଆଣ୍ଠୁ ଗଣ୍ଠି ବଥାରୁ ମୁକ୍ତି ପାଇଁ ଶୋରିଷ ଶାଗ ଖାଆନ୍ତୁ :

Spread the love

ଗରମ ଦିନ ଅପେକ୍ଷା ଶୀତ ଦିନେ ଅଧିକ ଶୋରିଷ ଶାଗ ଲୋକମାନେ  ଖାଇଥାନ୍ତି   । କାରଣ ଏହି ଋତୁରେ ଶୋରିଷ ଶାଗ ଖାଇବାର ଏକ ଅଲଗା ମଜା ଅଛି । ଅଧିକାଂଶ ଲୋକେ ଶୋରିଷ ଶାଗର ସେବନ ମକା ରୁଟି ସହିତ କରିଥାନ୍ତି । ତେଣୁ ଯଦି ଆପଣ ବି ଶୋରିଷ ଶାଗ ସେବନ କରି ଥାନ୍ତି ତେବେ ଆଜି ଏହି ପୋଷ୍ଟରେ ଜାଣି ନିଅନ୍ତୁ ଏହି ଶୋରିଷ ଶାଗ ଖାଇଲେ କଣ କଣ ସବୁ ଲାଭ ହୋଇଥାଏ । ଯଦି ଆପଣ ଏହା ଜାଣିବାକି ଚାହୁଁଛନ୍ତି ତାହେଲେ ଏହି ପୋଷ୍ଟଟିକୁ ଶେଷ ଯାଏଁ ପଢ଼ନ୍ତୁ ।

ଶୋରିଷ ଶାଗ ଦ୍ୱାର ଏହି ସବୁ ଲାଭ ହୋଇ ଥାଏ :-

  • ଶୋରିଷ ଶାଗରେ “ଫାଇବର”ର  ମାତ୍ରା ବହୁତ ଅଧିକ ପରିମାଣରେ ମିଳିଥାଏ  । ଯାହାକି ପାଚନ ତନ୍ତ୍ର କ୍ରିୟାକୁ ସୁସ୍ଥ ରଖି ଥାଏ । ତେଣୁ ଯେଉଁ ଲୋକମାନଙ୍କର  ହଜମି ପ୍ରକ୍ରିୟା ଠିକ୍ ରେ ହୁଅ ନାହିଁ  ଓ  ପେଟ ସମସ୍ୟା ରୋଗରେ ପୀଡିତ ଅଛନ୍ତି ତାଙ୍କ ପାଇଁ ଏହା ବହୁତ ଲାଭକାରୀ ହୋଇଥାଏ ।
  • ଶୋରିଷ ଶାଗରେ ଭରପୁର ମାତ୍ରାରେ କ୍ୟାଲସିୟମ ପୋଟାସୀୟମ ଭିଟାମିନସ୍ ମିଳି ଥାଏ, ଯାହାକି ଶରୀରର ହାଡକୁ ବହୁତ ଶକ୍ତିଶାଳୀ କରି ଦେଇ ଥାଏ । ତେଣୁ ଏହାର ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ହୋଇଥାଏ ।
  • ଆଉ ଯେଉଁ ମହିଳାଙ୍କର ବୟସ 50 ବର୍ଷରୁ ଅଧିକ ସେଇ ମହିଳାମାନେ ଏହି ଶୋରିଷ ଶାଗ ନିହାତି ସେବନ କରିବା ଦରକାର କାରଣ ଏହି ବୟସରେ ଏହା ସେବନ କଲେ ହାଡ଼ ସବୁ ମଜବୁତ ରହିବା ସଙ୍ଗେ ସଙ୍ଗେ ଶରୀରରେ  ଶକ୍ତି (ଏନର୍ଜୀ) ଭରପୂର ସଂଚାରିତ ହୋଇଥାଏ । ଯାହାଫଳରେ ଆଣ୍ଠୁ ଗଣ୍ଠି ସମସ୍ୟା ରହି ନ ଥାଏ । ତେଣୁ ଏହି ଶୋରିଷ ଶାଗ ଆମେ ଖାଇବା ନିହାତି ଆମ ପାଇଁ ବହୁତ ଭଲ ଓ ଉପକୃତ କରି ଥାଏ ।

ଏହାକୁ ନିଜେ ଆପଣାନ୍ତୁ ଏବଂ ଏହି ଆନୁଛେଦଟିଟି Share କରି ଅନ୍ୟକୁ ମଧ୍ୟ ଆପଣାଇବାକୁ କୁହନ୍ତୁ !