ଅକ୍ଷୟ ତୃତୀୟାରେ ସୁନା ନ କିଣି ପାରିଲେ ନାହିଁ କିନ୍ତୁ ଏହି ୧୦ ଟଙ୍କାର ଜିନିଷ ନିଶ୍ଚୟ କିଣନ୍ତୁ ।

Spread the love

ଅକ୍ଷୟ ତୃତୀୟାରେ ସୁନା ନ କିଣି ପାରିଲେ ମଧ୍ୟ ୧୦ଟଙ୍କାର ଜିନିଷ ନିଶ୍ଚୟ କିଣନ୍ତୁ । କୁହାଯାଏ ଯେ, ଅକ୍ଷୟ ତୃତୀୟା ଦିନ ସୁନା କିଣିବା ବହୁତ ଶୁଭ ଅଟେ । ଏମିତିରେ ଅକ୍ଷୟ ତୃତୀୟାକୁ ସର୍ଵସିଦ୍ଧି ମୁହୂର୍ତ୍ତ ରୂପେ ନିଆଯାଏ ଏବଂ ଯେମିତି ଦୀପାବଳି ଦିନ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ । ସେହିପରି ଅକ୍ଷୟ ତୃତୀୟା ଦିନ ମଧ୍ୟ ଲକ୍ଷ୍ମୀ କୃପା ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କଲେ ଶୁଭ ଫଳ ପ୍ରାପ୍ତି ହୁଏ । ଏହା ଦ୍ୱାରା ବର୍ଷ ସାରା ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହେ ବୋଲି ଆବାହମାନ କାଳରୁ ଏହିପରି ମାନ୍ୟତା ରହି ଆସିଛି । ଯଦି ଆପଣ ଲକ୍ଷ ଲକ୍ଷ ଟଙ୍କାର ସୁନା କିଣି ପାରୁ ନାହାନ୍ତି ତ ନିରାଶ ହୁଅନ୍ତୁ ନାହିଁ । କାରଣ ଯଦି ଏହି ଦିନ ମାତ୍ର ୫ ରୁ ୧୦ ଟଙ୍କାର ଜିନିଷ ଘରକୁ ଆଣନ୍ତି; ତାହା ହେଲେ ସେତିକି ହିଁ ଲାଭ ହୋଇଥାଏ ଯେତିକି କି ସୁନା କିଣିଲେ ହୁଏ ।

ଆସନ୍ତୁ ଜାଣିବା ।

୧. ମାଟିଦୀପ: କୁହାଯାଏ କି ମାଟିର ମହତ୍ୱ ସୁନା ସହ ସମାନ ଏବଂ ସୁନା ନ କିଣି ପାରିଲେ ମାଟିର କୌଣସି ପାତ୍ର କିମ୍ବା ମାଟିର ଗୋଟିଏ ଛୋଟ ଦୀପ ଅକ୍ଷୟ ତୃତୀୟା ଦିନ ଘରକୁ ଆଣିଲେ ଘର ଶୁଭମୟ ହୁଏ ।

୨. ମୌସୁମୀ ଫଳ: କୁହାଯାଏ କି ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ରସଭରା ମୌସୁମୀ ଫଳ (ଆମ୍ବ, ପଣସ ଇତ୍ୟାଦି) କିଣିଲେ ଶୁଭ ହୁଏ ଏବଂ ଆପଣ କମ ଖର୍ଚ୍ଚରେ ବହୁ ଲାଭବାନ ହେବେ ।

୩. କପା: ଅକ୍ଷୟ ତୃତୀୟା ଦିନ ୫ଟଙ୍କାର କପା କିମ୍ବା ସୂତା କିଣିଲେ ମଧ୍ୟ ବହୁତ ଲାଭ ମିଳି ଥାଏ ।

୪. ଲୁଣ: ଅକ୍ଷୟ ତୃତୀୟା ଦିନ ସୈନ୍ଧବ ଲୁଣ ଘରକୁ ଆଣିଲେ ଶୁଭ ହୁଏ ଏବଂ ଘରେ ଖୁସି ଖେଳିଯାଏ କିନ୍ତୁ ଏହାକୁ ଖଆନ୍ତୁ ନାହିଁ ।

୫. ହଳଦିଆ ସୋରିଷ: କୁହାଯାଏ କି ଏହି ଦିନ ମୁଠାଏ ହଳଦିଆ ସୋରିଷ ଘରକୁ ଆଣିଲେ ମା ଲକ୍ଷ୍ମୀଙ୍କ ଆଶିଷ ମିଳିଥାଏ ଏବଂ ଏହାର ମହତ୍ତ୍ୱ ମଧ୍ୟ ବଢ଼ିଥାଏ ।