ଅକ୍ଷୟ ତୃତୀୟାରେ ସୁନା କିଣିନ୍ତୁ ବା ନାହିଁ କିନ୍ତୁ ଏହି ୫ଟି ଜିନିଷ ମଧ୍ୟରୁ ଗୋଟିଏ ନିଶ୍ଚୟ କିଣନ୍ତୁ !

Spread the love

କରୋନା ସମସ୍ତ ପର୍ବପର୍ବାଣୀକୁ ଧୂଳିସାତ କରିଦେଇଛି । ଛଡାଇନେଇଛି ଜନତାଙ୍କ ମୁହଁରୁ ହସ । ଏହିପରି ସ୍ଥିତିରେ ଲୋକେ କେଉଁ ଖୁସି ନେଇ ପର୍ବପର୍ବାଣୀର ମଜା ନେବେ । ତଥାପି ପରମ୍ପରା ଓ ସଂସୃତିକୁ ବଜାୟ ରଖିବା ପାଇଁ ଲୋକେ ଆଡମ୍ବର ସହକାରରେ ପର୍ବପର୍ବାଣୀ ପାଳନ କରିବା ପରିବର୍ତ୍ତେ ଅଳ୍ପ କେତେକ ଲୋକଙ୍କ ଅଥବା ନିଜ ପରିବାର ସଦସ୍ୟଙ୍କ ମଧ୍ୟରେ ପର୍ବପର୍ବାଣୀ ପାଳନ କରିନିଅନ୍ତି । ଆପଣଙ୍କ ସମସ୍ତେ ଜାଣିଥିବେ ଆଜି ଅକ୍ଷୟ ତୃତୀୟା । ଆଜିର ଏହି ଦିନରେ ସୁନା କିଣିବା ଅତ୍ୟନ୍ତ ଶୁଭଦୟାକ ବୋଲି ପୂର୍ବରୁ ମାନ୍ୟତା ରହିଛି କିନ୍ତୁ ସୁନା କିଣିବା କଣ ସମସ୍ତଙ୍କ ପକ୍ଷରେ ସମ୍ଭବ ପର କି ? ନା, ଯେଉଁମାନେ ସୁନା କିଣି ନପାରନ୍ତି, ସେମାନେ ୧୦ ଟଙ୍କାରେ ଏହି ଜିନିଷ ନିଶ୍ଚୟ କିଣନ୍ତୁ ।

କୁହାଯାଏ ଯେ, ଅକ୍ଷୟ ତୃତୀୟା ଦିନ ସୁନା କିଣିବା ବହୁତ ଶୁଭ ଅଟେ । ଏମିତିରେ ଅକ୍ଷୟ ତୃତୀୟାକୁ ସର୍ବସିଦ୍ଧି ମୁହୂର୍ତ୍ତ ରୂପେ ମାନ୍ୟତା କରାଯାଏ ଏବଂ ଯେମିତି ଦୀପାବଳି ଦିନ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ । ସେହିପରି ଅକ୍ଷୟ ତୃତୀୟା ଦିନ ମଧ୍ୟ ଲକ୍ଷ୍ମୀକୃପା ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହା ଦ୍ୱାରା ବର୍ଷସାରା ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହେ ବୋଲି ଆବାହମାନ କାଳରୁ ଏହିପରି ମାନ୍ୟତା ରହିଆସିଛି । ସୁନାର ଭାବ ଯେଉଁପରି ବଢିଛି, ସାଧାରଣ ଜନତାଙ୍କୁ କିଣିବା ତ କଷ୍ଟକର ହୋଇପାରେ, ତେଣୁ ଆପଣ ସୁନା କିଣି ପାରୁ ନାହାନ୍ତି ତ ନିରାଶ ହୁଅନ୍ତୁ ନାହିଁ । କାରଣ ଯଦି ଏହି ଦିନ ମାତ୍ର ୫ ରୁ ୧୦ ଟଙ୍କାର ଜିନିଷ ଘରକୁ ଆଣନ୍ତି; ତାହା ହେଲେ ସେତିକି ହିଁ ଲାଭ ହୋଇଥାଏ ଯେତିକି କି ସୁନା କିଣିଲେ ହୁଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ କଣ ଅଟେ :

୧. ମାଟିଦୀପ: କୁହାଯାଏ କି ମାଟିର ମହତ୍ୱ ସୁନା ସହ ସମାନ ଏବଂ ସୁନା ନ କିଣି ପାରିଲେ ମାଟିର କୌଣସି ପାତ୍ର କିମ୍ବା ମାଟିର ଗୋଟିଏ ଛୋଟ ଦୀପ ଅକ୍ଷୟ ତୃତୀୟା ଦିନ ଘରକୁ ଆଣିଲେ ଘର ଶୁଭମୟ ହୁଏ ।

୨. କପା: ଅକ୍ଷୟ ତୃତୀୟା ଦିନ ୫ଟଙ୍କାର କପା କିମ୍ବା ସୂତା କିଣିଲେ ମଧ୍ୟ ବହୁତ ଲାଭ ମିଳିଥାଏ ।

୩. ମୌସୁମୀ ଫଳ: କୁହାଯାଏ କି ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ରସଭରା ମୌସୁମୀ ଫଳ (ଆମ୍ବ, ପଣସ ଇତ୍ୟାଦି) କିଣିଲେ ଶୁଭ ହୁଏ ଏବଂ ଆପଣ କମ ଖର୍ଚ୍ଚରେ ବହୁ ଲାଭବାନ ହେବେ ।

୪. ହଳଦିଆ ସୋରିଷ: କୁହାଯାଏ କି ଏହି ଦିନ ମୁଠାଏ ହଳଦିଆ ସୋରିଷ ଘରକୁ ଆଣିଲେ ମା ଲକ୍ଷ୍ମୀଙ୍କ ଆଶିଷ ମିଳିଥାଏ ଏବଂ ଏହାର ମହତ୍ତ୍ୱ ମଧ୍ୟ ବଢ଼ିଥାଏ ।

୫. ଲୁଣ: ଅକ୍ଷୟ ତୃତୀୟା ଦିନ ସୈନ୍ଧବ ଲୁଣ ଘରକୁ ଆଣିଲେ ଶୁଭ ହୁଏ ଏବଂ ଘରେ ଖୁସି ଖେଳିଯାଏ କିନ୍ତୁ ଏହାକୁ ଖଆନ୍ତୁ ନାହିଁ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିବ । ପସନ୍ଦ ଆସିଲେ ନିଜ ବନ୍ଧୁ ଓ ପରିବାର ମଧ୍ୟରେ ଶେୟାର କରନ୍ତୁ ।