ପରୱେଜ୍ ମୁସାରଫ୍ ପାକିସ୍ତାନକୁ ଦେଲେ ଚେତାବନୀ ଦେଇ, ଭାରତକୁ ପରମାଣୁ ବୋମାର ଧମକୀ !

Spread the love

ଜମ୍ମୁ-କାଶ୍ମୀର ର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହେବା ପରଠାରୁ ପାକିସ୍ତାନ ଓ ଭାରତ ମଧ୍ୟରେ ଅଶାନ୍ତିପୂର୍ଣ ବାତାବରଣ ସୃଷ୍ଟି ହୋଇଯାଇଛି । ପୁଲୱାମାରେ ହେଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ । ପୁଲୱାମା ଆକ୍ରମଣର ଦାୟିତ୍ୱ ଜୈସ-ଏ-ମହମ୍ମଦ ନେଲେ । ଯାହା ପରେ ଭାରତ ଲଗାତାର ବଡ଼ ପଦକ୍ଷେପ ନେଲେ । ଏହାକୁ ନଜରରେ ରଖି ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରୱେଜ୍ ମୁସାରଫ୍ ଙ୍କ ବଡ଼ ବୟାନ ସାମ୍ନାକୁ ଆସିଲା, ଯାହା ପରେ ପାକିସ୍ତାନରେ ଆହୁରି ଭୟଭୀତ ମଧ୍ୟ ହୋଇଗଲା ।

ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରୱେଜ୍ ମୁସାରଫ୍ ପାକିସ୍ତାନକୁ ଚେତାବନୀ ଦେଇ କହିଲେ କି, ଆମେ ଯଦି ଭାରତ ଉପରେ ଗୋଟିଏ ଏଟମ୍ ବମ୍ ପକେଇବା ତେବେ ଭାରତ ଆମ ଉପରେ ୨୦ ଟି ବମ୍ ପକେଇ ଆମକୁ ଶେଷ କରିଦେବେ । ଏହି ବୟାନ UAEରେ ହେଉଥିବା ଗୋଟିଏ ପ୍ରେସ୍ କନଫେରାନ୍ସରେ କହିଥିଲେ । ସେ ଏହା ମଧ୍ୟ କହିଲେ କି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ବହୁତ ଭୟାନକ ହୋଇଯାଇଛି । ଦୁହେଁଙ୍କ ମଧ୍ୟରେ କୌଣସି ପରମାଣୁ ବୋମ୍ ରେ ଯୁଦ୍ଧ ହେବନାହିଁ । କାରଣ ଏଭଳି ହେଲେ ପାକିସ୍ତାନ ସମାପ୍ତ ହେଇଯିବ ।

ଦ୍ୱିତୀୟ ପଟେ ପାକିସ୍ତାନକୁ ଯାଉଥିବା ନଦୀର ପାଣିକୁ ବନ୍ଦ କରିବାକୁ ନେଇ ବିବାଦ ବହୁତ ବଢିଗଲା । ପାକିସ୍ତାନ କହିଲେ କି ଯଦି ଆମ ଭାଗର ପାଣିକୁ ବନ୍ଦ କର ତେବେ ଆମେ ଜବରଦସ୍ତ ଉପାୟରେ ଆପତ୍ତି କରିବୁ । ପରୱେଜ୍ ମୁସାରଫ୍ ଏହା ମଧ୍ୟ କହିଦେଲେ କି ଦ୍ୱିତୀୟ ଉପାୟ ଏହା ଅଟେ କି, ଆମେ ହିଁ ପ୍ରଥମେ ଭାରତ ଉପରେ ୫୦ ଟି ଏଟମ୍ ବମ୍ ପକେଇ ଦେବା, ଯେପରିକି ଭାରତକୁ ଆମ ଉପରେ ୨୦ଟି ବମ ପକେଇ ନ ପାରୁ । ଭାରତ ପ୍ରତି ଏଭଳି କହି ପରୱେଜ୍ ମୁସାରଫ୍ ବହୁତ ବଡ଼ ଭୁଲ କରିଦେଲେ ।