ଦିବ୍ୟାଙ୍ଗ ମୁସଲମାନ୍ ମୁର୍ତ୍ତଜା ଅଲିଙ୍କ ବଡ ଘୋଷଣା – ସହୀଦଙ୍କ ପରିବାରଙ୍କୁ ଦେବେ ୧୧୦ କୋଟି ଟଙ୍କା

Spread the love

ଜାମ୍ମୁ କାଶ୍ମୀରର ପୁଲୱାମା ଆତ୍ମଘାତୀ ଆକ୍ରମଣରେ ସହିଦ ହେରିଥିବା ଯବାନଙ୍କ ପରିବାରକୁ ସମଗ୍ର ଦେଶ ସହଯୋଗର ହାତ ବଢ଼ାଇଛନ୍ତି । ସମସ୍ତେ ସହିଦ ଯବାନଙ୍କ ପରିବାରକୁ ସହଯୋଗ କରିବା ପାଇଁ ଆଗେଇ ଆସୁଛନ୍ତି । ଏହିପରି ପରିସ୍ଥିତିରେ ରାଜସ୍ଥାର କୋଟ ନିବାସୀ ଏବଂ ମୁମ୍ବାଇରେ ରହୁଥିବା ମୂର୍ତ୍ତଜା ଅଲି (Murtaza Ali) ଏହି ସହିଦ ପରିବାରଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ସେ ସହିଦ ପରିବାରଙ୍କୁ ୧୧୦ କୋଟି ସାହାଯ୍ୟ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି । ସହିଦ ପରିବାରକୁ ସାହାଯ୍ୟ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଇ-ମେଲ୍ ପଠାଇ ସେଥିରେ ପ୍ରଧାନମନ୍ତ୍ରୀ ରିଲିଫ୍ ଫୋଣ୍ଡକୁ ୧୧୦ କୋଟି ସାହାଯ୍ୟ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ମଧ୍ୟ ସେହି ଇ-ମେଲ୍ ରେ ଉଲ୍ଲେଖ କରିଛନ୍ତି । ଏତଦ୍-ବ୍ୟତୀତ ତାହା ସହ ସାମାଜିକ କାର୍ଯ୍ୟରେ ନୂଆ ଯୋଜନା ବି କିଛି ନୁଆ ଟେକ୍ନୋଲୋଜି ବିଷୟରେ କଥା ହେବେ ।

ସୂଚନ ମୁତାବକ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ମୂର୍ତ୍ତଜା ଅଲି ମେଲ୍ ପଠାଇବା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ତାଙ୍କ ଦୁଇ ତିନି ଦିନ ଅପେକ୍ଷା କରିବା ପାଇଁ କୁହାଯାଇଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ମୂର୍ତ୍ତଜା ଅଲି ଜଣେ ଦିବ୍ୟାଙ୍ଗ ଅଟନ୍ତି । ଜନ୍ମରୁ ସେ ଅନ୍ଧ । ସେ କୋଟା ରେ କମର୍ସ କଲେଜରେ ଗ୍ରାଜୁଏସନ୍ କରିଛନ୍ତି । ସେ ନିଜ ପୈତୃକ ବିଜନେସ୍ ଅଟୋମୋବାଇଲ୍ ବ୍ୟବସାୟ କରୁଥିଲେ । ନେତ୍ରହୀନ ହୋଇଥିବା ଯୋଗୁଁ ତାଙ୍କର କ୍ଷତି ହେଉଥିଲା । ଏମିତିରେ ସେ ମୋବାଇଲ୍ ଓ ଡିଶ୍ ଟିଭି କ୍ଷେତ୍ରରେ କାମ କଲେ । ବର୍ଷ ୨୦୧୦ ରେ କେଉଁ କାମରେ ଜୟପୁର ଆସିଗଲେ ।

୧୪ ଫେବୃୟାରୀ, ଜାମ୍ମୁ କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୪ ସି.ଆର୍.ପି.ଏଫ୍ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ସହଯୋଗ ସାହାଯ୍ୟ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଚଳଚିତ୍ର ଦୁନିଆର ଅଭିନେତା ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଉଦ୍ୟୋଗପତି ମୁକେଶ ଅମ୍ବାନୀ ଏହିପରି ବରିଷ୍ଠ ନାଗରିକମାନେ ଆଗେଇ ଆସିଥିଲେ ।