ମୁମତାଜଙ୍କ ଠାରୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ ତାଙ୍କ ଝିଅ ! ସୁନ୍ଦରତାରେ ମଧ୍ୟ ଦେଇଛନ୍ତି ତାଙ୍କ ମାଆଙ୍କୁ ଟକ୍କର

Spread the love

ବର୍ତ୍ତମାନ ହିଁ ମୁମତାଜଙ୍କ ଛୋଟ ଝିଅ ତାନ୍ୟା ନିଜ ବିକିନୀର ଫୋଟୋ ସବୁ ସେୟାର କରିଛନ୍ତି । ଫୋଟୋରେ ସେ ବହୁତ ସୁନ୍ଦରୀ ଓ ଆକର୍ଷଣୀୟ ଦେଖାଯାଉଛନ୍ତି ।

ମୁମତାଜଙ୍କ ନାମ ତାଙ୍କ ସମୟର ସବୁଠାରୁ ସୁନ୍ଦରୀ ଓ ପ୍ରସିଦ୍ଧ ଅଭିନେତ୍ରୀଙ୍କ ସହ ସାମିଲ କରାଯାଇଥିଲା । ମୁମତାଜ ନିଜ ଫିଲ୍ମୀ କରିୟର ବା ଚଳଚିତ୍ର ଜୀବନରେ କେତେ ପ୍ରସିଦ୍ଧ ଓ ପ୍ରଶଂସନୀୟ ଚଳଚିତ୍ର ଦର୍ଶକଙ୍କୁ ଭେଟ୍ଟୀ ଦେଇଥିଲେ । କିନ୍ତୁ ତାଙ୍କର ଯେବେ ବିବାହ ସମୟ ଆସିଲା, ତେବେ ସେ ଗୋଟିଏ ସାଧାରଣ ବ୍ୟକ୍ତିଙ୍କୁ ନିଜର ଜୀବନ ସାଥୀ ରୂପେ ଚୟନ କରିଥିଲେ । ମୁମତାଜ ଜଣେ ସାଧାରଣ ବ୍ୟବସାୟ କରୁଥିବା ମୟୁର ବାଧବାନୀଙ୍କ ସହିତ ୧୯୭୪ରେ ବିବାହ କରିଥିଲେ । ମୁମତାଜ ବଲିଉଡରେ ୧୦୦ରୁ ଅଧିକ ଚଳଚିତ୍ରରେ କାମ କରିଛନ୍ତି । ମୁମତାଜଙ୍କ ଯୋଡି “ରାଜେଶ ଖାନ୍ନା”ଙ୍କ ସହିତ ବହୁତ ପ୍ରସିଦ୍ଧ ଥିଲା । ଦୁଇ ଜଣ ଯେବେ ସାଥିରେ ପରଦା ଉପରକୁ ଆସୁଥିଲେ, ତେବେ ସମସ୍ତଙ୍କୁ ଚକିତ କରି ଦେଉଥିଲେ । ମୁମତାଜ “ରୋଟି”, “ଆପ କି କସମ”, “ଖିଲନା” ଓ “ପଥର କେ ସନମ” ପରି କେତେକ ପ୍ରସିଦ୍ଧ ଚଳଚ୍ଚିତ୍ରରେ କାମ କରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମୁମତାଜ ନିଜ ଚଳଚିତ୍ର ଜୀବନରେ ବା ଫିଲ୍ମୀ କରିୟରର ଆରମ୍ଭ ଦିନରେ କେତେ ସାଇଡ ରୋଲ ମଧ୍ୟ କରିଥିଲେ । ମୁମତାଜଙ୍କ ସୌନ୍ଦର୍ଯ୍ୟତା ଓ ତାଙ୍କର ଆକର୍ଷଣୀୟ ବ୍ୟବହାର ସମସ୍ତଙ୍କୁ ପାଗଲ କରି ଦେଉଥିଲା । କିଛି ସେପରି ହିଁ ଆକର୍ଷଣୀୟ ଅଟନ୍ତି ତାଙ୍କ ଛୋଟ ଝିଅ ତାନ୍ୟା ମାଧବାନୀ ।

ମାଆଙ୍କ ପରି ସୁନ୍ଦରୀ ଅଟନ୍ତି ତାନ୍ୟା :

ମୁମତାଜଙ୍କ ଦୁଇଟି ଝିଅ ଅଛନ୍ତି; ଯାହାଙ୍କ ନାମ ନତାଶା ଓ ତାନ୍ୟା ମାଧବାନୀ ଅଟେ । ତାଙ୍କ ବଡ ଝିଅ ନତାଶା ମାଧବାନୀଙ୍କ ବିବାହ ବଲିଉଡର ଅଭିନେତା ଫର୍ଦ୍ଦିନ ଖାଁଙ୍କ ସହିତ ହୋଇଛି । ଫର୍ଦ୍ଦିନ ଓ ନତାଶା ବାଲ୍ୟ କାଳରୁ ସାଙ୍ଗ ଥିଲେ ଏବଂ ତାଙ୍କ ଛୋଟ ଝିଅ ତାନ୍ୟା ମଧ୍ୟ ଏକ ଆନନ୍ଦମୟ ଜୀବନ ଅତିବାହିତ କରୁଛନ୍ତି । ତାନ୍ୟା ବାଧବାନୀ ମୁମତାଜଙ୍କ ପରି ସୁନ୍ଦରୀ ଓ ଆକର୍ଷଣୀୟ ଅଟନ୍ତି । ସମ୍ପର୍କରେ ତାନ୍ୟା ଫର୍ଦ୍ଦିନ ଖାଁଙ୍କ ଶାଳୀ ଅଟନ୍ତି । ତାନ୍ୟା ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ଓ ଅଧିକାଂଶ ସମୟରେ ନିଜର ଫୋଟୋ ଗୁଡିକ ସେୟାର କରନ୍ତି । ତାନ୍ୟା ଦେଖିବାକୁ କୌଣସି ବଲିଉଡ ଅଭିନେତ୍ରୀ ଠାରୁ କମ ନୁହଁନ୍ତି । ତାଙ୍କ ଫୋଟୋ ଗୁଡିକ ଦେଖି ଆପଣ ମଧ୍ୟ ଭାବିବେ ଯେ, ତାନ୍ୟା କାହିଁକି ଏବେ ପର୍ଯ୍ୟନ୍ତ ବଲିଉଡ ଠାରୁ ଦୂରରେ ଅଛନ୍ତି । କୁହାଯାଉଛି ଯେ, ତାନ୍ୟା ୨୦୧୫ରେ ନିଜ ପ୍ରିୟ ବନ୍ଧୁ ମାର୍କୋଙ୍କ ସହିତ ଲଣ୍ଡନରେ ହିନ୍ଦୁ ଓ ଖ୍ରୀଷ୍ଟିୟାନ ରୀତି ନୀତି ଅନୁସାରେ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ବର୍ତ୍ତମାନ ହିଁ ତାନ୍ୟା ନିଜ ପରିବାର ସହିତ ଛୁଟିରେ ମାଲଦୀପ ବୁଲିବା ପାଇଁ ଯାଇଥିଲେ । ସେ ପରିବାର ସହିତ ଛୁଟିରେ ବହୁତ ମଜା କଲେ ଓ ନିଜ ଆକର୍ଷଣୀୟ ବିକିନୀର ଫୋଟୋ ମଧ୍ୟ ସେୟାର କରିଥିଲେ ।

ଗୋଟିଏ ଥର ମିଳିଥିଲା ‘ଶ୍ରେଷ୍ଠ ଅଭିନେତ୍ରୀ’ର ପୁରସ୍କାର :

ମୁମତାଜକୁ ତାଙ୍କ ସମୟର ‘ଦିବା’ ବୋଲି କୁହାଯାଉଥିଲା । ତାଙ୍କ ଶାଢ଼ୀ ପିନ୍ଧିବାର ଷ୍ଟାଇଲ ହେଉ ବା ସ୍କିନ ଫିଟ ସୁଟକୁ ସମ୍ଭାଳିବା ହେଉ ସେ ବହୁତ ଭଲ ଭାବରେ କରି ପାରୁଥିଲେ । ନିଜ ସମ୍ପୂର୍ଣ୍ଣ ଜୀବନରେ ମୁମତାଜଙ୍କୁ କେବଳ ଗୋଟିଏ ଥର ଚଳଚ୍ଚିତ୍ର “ଖିଲନା” ପାଇଁ ଫିଲ୍ମ ଫେୟରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତାଙ୍କୁ ପୁରସ୍କାର ମିଳିଥିଲା । କୁହାଯାଉଥିଲା ଯେ, ସେ ସମୟରେ ଏହି ରୋଲ ବହୁତ ଅଭିନେତ୍ରୀଙ୍କୁ ମିଳିଥିଲା କିନ୍ତୁ ସମସ୍ତେ ଏହାକୁ କରିବା ପାଇଁ ମନା କରି ଦେଇଥିଲେ । ଏହାର ପ୍ରମୁଖ କାରଣ ଥିଲା, ଚଳଚିତ୍ରରେ ମୁଖ୍ୟ ଭୂମିକା “ଚାନ୍ଦ”ର ବେଶ୍ୟା ହେବାର ଥିଲା । ଆପଣଙ୍କୁ ଜଣାଇ ରଖୁଛୁ ଯେ, ମୁମତାଜଙ୍କୁ ୨୦୦୦ ମସିହାରେ ବ୍ରେନ କେନ୍ସର ବା କର୍କଟ ରୋଗ ହୋଇଥିଲା । ଯେବେ ତାଙ୍କୁ ଏହି ରୋଗ ହୋଇଥିଲା, ତେବେ ତାଙ୍କ ବୟସ ଥିଲା ୫୪ ବର୍ଷ । କିନ୍ତୁ ଚିକିତ୍ସା ପରେ ସେ ଏତେ ଗମ୍ଭୀର ରୋଗକୁ ମଧ୍ୟ ଚିତ୍କିସିତ ହୋଇ ପାରିଥିଲେ ।

ଦେଖନ୍ତୁ ମୁମତାଜଙ୍କ ଝିଅ ଶେୟର କରିଥିବା ଫୋଟ :