ଏହି ସାହସୀ ଝିଅ ମୁମ୍ବାଇର ପ୍ରଥମ ମହିଳା ବସ ଡ୍ରାଇଭର ଅଟନ୍ତି । ଗାଡ଼ି ଚଲାନ୍ତି ତୋ ଲୋକମାନେ ପଛକୁ ବୁଲି ଦେଖନ୍ତି ।

Spread the love

ଏହି ଝିଅଟି ବଦଳାଇ ଦେଲେ ସମାଜର ଚିନ୍ତାଧାରାକୁ ! ଏହିପରି ହେଲେ ମୁମ୍ବାଇର ପ୍ରଥମ ମହିଳା ବସ ଡ୍ରାଇଭର ।

ପୂର୍ବ କେତେ ଦଶକରୁ କୌଣସି ମହିଳାଙ୍କ ଟାକ୍ସି, ଓଟୋ, ବସ କିମ୍ବା ବିମାନ ପରି ଯାନବାହନ ଚଳାଇବା ବଡ଼ ଅଲଗା ଓ ଆଶ୍ଚର୍ଯ୍ୟ ଜନକ ବୋଲି ମନେ କରାଯାଉଥିଲା । ବିଶେଷ କରି ମହିଳାମାନଙ୍କ ଦ୍ୱାରା ଜନସାଧାରଣ ଯାତାୟାତ ବାହାନ ଚଲେଇବା କିମ୍ବା କୌଣସି ଓଜନିଆ ଏବଂ ବଡ଼ ଗାଡ଼ିକୁ ରାସ୍ତାରେ ଚଳାଇବା କେତେ ଲୋକଙ୍କୁ ପସନ୍ଦ ଆସୁ ନଥିଲା । ଯଦିଓ ଧୀରେ ଧୀରେ ମହିଳାମାନେ ଏହି କ୍ଷେତ୍ରରେ ମଧ୍ୟ ଆଗକୁ ଆସୁଛନ୍ତି ଓ ସମାଜର ଚିନ୍ତାଧାରାକୁ ବଦଳାଇ ଦେଉଛନ୍ତି । ଏପରି ଏକ ମହିଳା ଅଟନ୍ତି; ମୁମ୍ବାଇର ଜନସାଧାରଣ ବସ ସର୍ବିସ BESTର ପ୍ରଥମ ଲାଇସେନ୍ସ ଧାରୀ ମହିଳା ଡ୍ରାଇଭର ।

ତାଙ୍କ ସହିତ ମିଶନ୍ତୁ । ଇଏ ହେଉଛନ୍ତି ୨୪ ବର୍ଷୀୟ ପ୍ରତୀକ୍ଷା ଦାସ । ପ୍ରତୀକ୍ଷା ଯେବେ ମୁମ୍ବାଇର ସଡ଼କରେ ସାର୍ବଜନୀନ ଯାତାୟାତ ବସ ଚଲାନ୍ତି; ତେବେ ତାଙ୍କୁ ଲୋକେ ପଛରୁ ବୁଲି ବୁଲି ବାରମ୍ବାର ଦେଖିଥାନ୍ତି । ସୂଚନା ଅନୁଯାୟୀ ପ୍ରତୀକ୍ଷା ଦାସ ମେକେନିକାଲ ଇଂଜିନିୟରିଂର ଡ଼ିଗ୍ରୀ ହାସଲ କରିଛନ୍ତି । ସେ ରିଜନଲ ଟ୍ରାନ୍ସପୋର୍ଟ ଅଫିସର (ଆରଟଓ) ହେବା ପାଇଁ ଚାହୁଁଥିଲେ, କିନ୍ତୁ ଏଥିପାଇଁ ତାଙ୍କୁ ଓଜନିଆ ବାହାନ ଗୁଡ଼ିକ ଚାଳନା କରିବାର ଦକ୍ଷତା ଆବଶ୍ୟକ ଥିଲା । ଏମିତିରେ ସେ ମୁମ୍ବାଇର ଗୋରେଗାଁଓ ବସ ଡ଼ିପୋଟରେ ବେଷ୍ଟ ଟ୍ରେନର ଠାରୁ ବସ ଡ୍ରାଇଭିଂ ଶିଖିବା ଆରମ୍ଭ କରି ଦେଇଥିଲେ ।

ପ୍ରତୀକ୍ଷା କହନ୍ତି ଯେ, “ଏହାକୁ ମୁଁ ଗତ ୬ ବର୍ଷରୁ ହାସଲ କରିବା ପାଇଁ ଚାହୁଁଥିଲି । ଓଜନିଆ ବାହାନ ମାନଙ୍କ ପ୍ରତି ଜଡ଼ିତ ହୋଇଥିବା ଏହା ମୋ ପାଇଁ କିଛି ନୂଆ ନୁହେଁ । ମୁଁ ଆରମ୍ଭରୁ ହିଁ କେତେ ବାଇକ ଚଳାଇଥିଲି, ଏହା ପରେ ବଡ଼ ବଡ଼ କାରଗୁଡିକ ମଧ୍ୟ ଚଳାଇଲି ଏବଂ ବର୍ତ୍ତମାନ ମୁଁ ବସ ଓ ଟ୍ରକ ମଧ୍ୟ ଚଳାଇ ପାରିବି । ଏପରି କରିପାରିବାର ଅନୁଭବ ବହୁତ ଭଲ ଲାଗିଥାଏ ।

ପ୍ରତୀକ୍ଷା ଏହା ମଧ୍ୟ କହିଲେ ଯେ, ସେ ବସ ଚଳାଇବା ଯେବେ ଆରମ୍ଭ କଲେ, ସେ ସମୟରେ ତାଙ୍କ ଟ୍ରେନର ବହୁତ ବ୍ୟସ୍ତ ହୋଇପଡୁଥିଲେ । ସେ ବାରମ୍ବାର ଏହା ପଚାରୁ ଥିଲେ ଯେ,”ଏହି ଝିଅ ଚଳେଇ ପାରିବ କି ନାହିଁ ?” ଜଣାଇଦେଉଛୁ ଯେ ବସ ଚଲେଇବା ପାଇଁ ବହୁତ ଶକ୍ତିର ଆବଶ୍ୟକତା ପଡ଼ିଥାଏ । କେବଳ ହାତରେ ଷ୍ଟିଅରିଂ ଧରିଲେ କିଛି ହୁଏ ନାହିଁ, ଏହା କାର ଚଲେଇବା ପରି ସହଜ ନୁହେଁ ।

ପ୍ରତୀକ୍ଷାଙ୍କ ତାଲିମ ୩୦ ଦିନର ଥିଲା ଯେଉଁଥିରେ କି ତାଙ୍କୁ ବେସିକ ଲେବଲରୁ ଆରମ୍ଭ କରି ଏଡଭାନ୍ସ ଲେବଲ ପର୍ଯ୍ୟନ୍ତ ବସର ଡ୍ରାଇଭିଂ ଶିଖାଗଲା । ପ୍ରଥମ ଦିନ ପ୍ରତୀକ୍ଷା କେବଳ ବସ ଡ଼ିପୋଟ ଭିତରେ ବିନା କୌଣସି ପ୍ରତିବନ୍ଧକରେ ପ୍ରଥମ ଗିଅରରେ ବସ ଚଳାଇଲେ । ସମସ୍ତ ଲୋକ ପ୍ରତୀକ୍ଷା ଉପରେ ଖୁସି ହେଲେ କାରଣ ବିନା କୌଣସି କଷ୍ଟରେ ସେ ଏହି କାମକୁ କରିଥିଲେ । ତାଲିମର ଦ୍ଵିତୀୟ ଦିନ ସେ ଇଷ୍ଟର୍ନ ଏକ୍ସପ୍ରେସ ହାଇୱେରେ ୧୬ କିଲୋମିଟର ପର୍ଯ୍ୟନ୍ତ ବସ ଚଳାଇଥିଲେ ।

ପ୍ରତୀକ୍ଷା କହନ୍ତି ଯେ “ଯେବେ ଯେବେ ମୁଁ ରାସ୍ତାରେ ବସ ଚଳାଏ, ତେବେ ଲୋକମାନେ ଅଟକି ମୋତେ ପଛକୁ ଚାହିଁ ଦେଖନ୍ତି । କିନ୍ତୁ ମୁଁ ତାଙ୍କୁ ଦେଖେ ନାହିଁ । ମୁଁ ନିଜକୁ ନିଜେ କହେ ନିଜର ସମ୍ପୂର୍ଣ୍ଣ ଧ୍ୟାନ ଡ୍ରାଇଭିଂ ଉପରେ କେନ୍ଦ୍ରିତ କରି ରଖ । ଗୋଟିଏ ଥର ଯଦି ମୋ ହାତରେ ଷ୍ଟେରିଂ ହ୍ବିଲ ଆସିଯାଏ, ତେବେ କେବଳ ମୁଁ, ବସ ଓ ସଡ଼କ ହିଁ ମତେ ଦେଖାଯାଏ । ସେହି ସମୟରେ ମୁଁ ଅନ୍ୟ କୌଣସି ବିଷୟରେ ଚିନ୍ତା କରେ ନାହିଁ ।”

ପ୍ରତୀକ୍ଷା ଭବିଷ୍ୟତରେ ଉଡାଯାହାଜ ଉଡ଼ାଇବା ମଧ୍ୟ ଶିଖିବାକୁ ଚାହଁନ୍ତି । ଏଥିପାଇଁ ସେ ଏବେ ଠାରୁ ଟଙ୍କା ଜମା କରିବା ଆରମ୍ଭ କରି ସାରିଲେଣି । କାହିଁକି ନା ପରେ ସେ ମୁମ୍ବାଇର ଫ୍ଲାଇଂ ସ୍କୁଲରୁ ତାଲିମ ନେଇପାରିବେ । ଏହା ଛଡ଼ା ସେ ବାଇକ ଟ୍ରିପରୁ ଲାଦାଖ ଯିବା ପାଇଁ ମଧ୍ୟ ଯୋଜନା କରିଛନ୍ତି । ଏହି ସମୟରେ ସେ ବାକି ବାଇକ ଗେଙ୍ଗ ବା ଦଳର ପ୍ରତିନିଧିତ୍ଵ କରିବେ ।

ଏବେ କୁହନ୍ତୁ କିଏ କହେ ଯେ, ଝିଅମାନେ ଭଲ ଡ୍ରାଇଭିଂ କରିପାରନ୍ତି ନାହିଁ ? ପ୍ରତୀକ୍ଷା ସମସ୍ତଙ୍କର ଏହି ଭାବନାକୁ ଭୁଲ ବୋଲି ସାବ୍ୟସ୍ତ କରିଦେଇଛନ୍ତି ।