ପୁଲୱାମା ଆକ୍ରମଣରେ : ସହିଦଙ୍କ ପୁଅ ମୁଖାଗ୍ନି ଦେବା ସମୟରେ କହିଲା ନିଆଁରେ ଜଳିଯିବେ ମୋର ପାପା….

Spread the love

ଭଗଲପୁର : ସହିଦ ଯବାନ ରତନଙ୍କ ଶବ ଯେତେବେକେ ଘରକୁ ଆସିଲା, ସେହି ଶବକୁ ତାଙ୍କ ପତ୍ନୀ ଓ ପୁଅ କୃଷ୍ଣ ଦୁହେଁଙ୍କୁ ଦେଖି ପରି ନଥିଲେ । ସହିଦଙ୍କ ପତ୍ନୀ ଯେତେବେଳେ ଘର ଲୋକଙ୍କ ପାଖରେ ଯିଦ କରିଲେ, ଶଶୁର ରାମନିରଂଜ ଠାକୁର ଅମଣ୍ଡଡା ପୋଲିସଙ୍କ ସହାୟତାରେ ନିଜ ବୋହୂକୁ କହଳଗାଁର ଘଟିକୁ ନେଇଥିଲେ । ଯେଉଁଠାରେ ସେ ସହିଦ ରତନଙ୍କୁ ଅନ୍ତିମ ଥର ପାଇଁ ଦେଖି ଥିଲେ । ତାଙ୍କ ସହିତ ତାଙ୍କ ଭଉଣୀ ମଧ୍ୟ ଥିଲେ । ପତିର ବିୟୋଗରେ ବେସୁଧ ରାଜନନ୍ଦିନୀକୁ ଲୋକମାନେ ବୁଝାଇସୁଝାଇ ଘରକୁ ପଠାଇଥିଲେ ।

କୃଷ୍ଣା ନିଦରୁ ଉଠିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଗଲା :

ସହିଦ ରତନଙ୍କ ଶବ ଆସିବ ପରେ ଚାରି ବର୍ଷର କୃଷ୍ଣାଙ୍କୁ ନିଦରେ ଶୋଇଥିବା ଅବସ୍ଥାରେ ତାଙ୍କ ଦାଦା କୋଳରେ ଧରି ଗଙ୍ଗା ଘାଟରେ ପହଂଚିଲେ । ଘାଟରେ ଲୋକଙ୍କ ପାଟିତୁଣ୍ଡ ଶବ୍ଦ ଶୁଣି ପୁଅ କୃଷ୍ଣାର ନିଦ ଭାଙ୍ଗିଗଲା ଏବଂ ସେଠାର ପରିସ୍ଥିତି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲା । ଦାଦା ପିଲାଟିକୁ ବୁଝାଇବା ଚେଷ୍ଟା କରିଲେ କିନ୍ତୁ ସେ ବାପଙ୍କ ପାଖକୁ ଯିବାକୁ ଜିଦ ଧରି ବସିଲା । ଏବଂ ଗାର୍ଡ ଅଫ ଅନୋର ଦେବା ପରେ ପୁଅକୁ ମୁଖାଗ୍ନି ଦେବା ପାଇଁ ଦାଦା ଧରି ଯାଇଥିଲେ । ଦାଦାଙ୍କ କାନ୍ଧ ଉପରେ ରହି ହିଁ ମୁଖାଗ୍ନି ଦେବାକୁ ଯାଇଥିବା କୃଷ୍ଣା ନିଜ ବାପାକୁ ଚିହ୍ନି ନେଇଥିଲା ।

ପୁଅ କୃଷ୍ଣା କହିଲେ, “ମୋର ବାପାକୁ ନିଆଁ ଲାଗିଯିବ, ସେ ଜାଳି ମରିଯିବେ” । ପିଲାର ମୁହଁରୁ ଏହି ଶବ୍ଦ ଶୁଣିବା କ୍ଷେଣେ ସେଠାରେ ଉପସ୍ଥିତ ଥିବା ଲିକଙ୍କ ଧୌର୍ଯ୍ୟ ଭାଙ୍ଗିଗଲା । ଦାଦାଙ୍କ ସହ ଉପସ୍ଥିତ ଲୋକେ ମଧ୍ୟ ଭୋ ଭୋ କରି କାନ୍ଦି ଉଠିଲେ । କୌଣସି ପ୍ରକାରରେ ମୁଖାଗ୍ନି ଦେଇ ପୁଅ କୃଷ୍ଣାଙ୍କୁ ଭାଉଜଙ୍କୁ ଦେଇଦେଲେ ।

ଘରେ ସମସ୍ତଙ୍କ କାନ୍ଦ ଦେଖି କୃଷ୍ଣା ଆଶ୍ଚର୍ଯ୍ୟ ହୋଇଯାଉଛି । ମା’ଙ୍କୁ ପାଣି ଗ୍ଲାସଟି ଦେଇ କହୁଛି, ବାପାଙ୍କୁ ଫୋନ କର ମୁଁ କଥା ହେବି । ନିରୀହ ଛୁଆର ଏହି ଭଲି କଥା ଶୁଣି ସମସ୍ତଙ୍କ ଆଖୁରୁ ଲୁହ ଝରି ଆସୁଛି ।

ଫୋନ୍ ରେ ବାପା ମୁଁ କବିତା ଶୁଣାଉ ଥିଲି :

ସହିଦ ରତନ ନିଜ ପୁଅ କୃଷ୍ଣାକୁ ବହୁତ ଭଲ ପାଉଥିଲେ । ସେ ପ୍ରତିଦିନ ଫୋନରେ ନିଜ ପୁଅ ସହ କଥା ହେଉଥିଲେ । ପୁଅ ମଧ୍ୟ ସ୍କୁଲରେ ଯାହା ସବୁ ପଢା ହେଉଥିଲା ବାପାଙ୍କୁ ଫୋନରେ ଜଣାଉଥିଲା । ଯେତେବେଳେ ବାପା ମୋତେ କହିବେ କବିତା ଗାଇବା ପାଇଁ ମୁଁ ସଂଗେ ସଂଗେ poem ଗାଇ ଶୁଣାଉଥିଲି ।