୧୧ ହଜାର କୋଟି ଟଙ୍କାର ବଙ୍ଗଳା ରେ ରୁହନ୍ତି ମୁକେଶ ଆମ୍ବାନୀ ! ଥରଟି ଦେଖନ୍ତୁ ତାଙ୍କ ଘରର କିଛି ପଟ୍ଟଚିତ୍ର ।

Spread the love

ଆଜି ଆମେ ମୁକେଶ ଆମ୍ବାନୀଙ୍କ ବିଷୟରେ କଥା ହେବା । ଦୁନିଆରେ ତାଙ୍କୁ କିଏ ଅବା ନ ଜାଣିଛି ? ଯଦି ଦୁନିଆରେ ସବୁଠାରୁ ଅଧିକ ଧନୀ ଲୋକଙ୍କ ବିଷୟରେ କଥା ହେବା, ତେବେ ଆମ୍ବାନୀଙ୍କର ନାମ ଆସିବ ନାହିଁ ! ଏମିତି କସ୍ମିନ କାଳେ ସମମ୍ଭ ନୁହେଁ । ଆମ୍ବନିଙ୍କୁ ଦୁନିଆ ସାରା ଲୋକେ ଜାଣିଛନ୍ତି । ମୁକେଶ ଅମ୍ବାନୀଙ୍କର ଜନ୍ମ ୧୯୫୭ ମସିହା ୧୯ ଏପ୍ରିଲ । ତାଙ୍କର ଜନ୍ମ ୟମନ ନାମକ ସ୍ଥାନରେ ହୋଇଥିଲା । ମୁକେଶ ଅମ୍ବାନୀ ଜଣେ ବହୁତ ବଡ଼ ବ୍ୟବସାୟୀ ଅଟନ୍ତି । ଯଦି କଥା ହେବା ୨୦୧୬ ଫୋବ୍ସ ରିପୋର୍ଟ (Forbes report) ଅନୁସାରେ, ତାଙ୍କ ପାଖରେ ୨୨.୨ ଆରବ ଡଲାରର ନିଜସ୍ୱ ସମ୍ପତ୍ତି ଥିଲା ଆଉ ସେ ସେହି ସମୟରେ ଦୁନିଆର  ୩୬ ତମ ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ ।

ଆଜି ଆମେ ଆପଣଙ୍କୁ ମୁକେଶ ଅମ୍ବାନୀଙ୍କର ଘର ଭିତରର ଦୃଶ୍ୟ ଦେଖେବାକୁ ଯାଉଛୁ । ଆପଣ ବି ଦେଖି ନିଅନ୍ତୁ, ତାଙ୍କ ଘରର କିଛି ଫୋଟ ଚିତ୍ର, କେମିତି ଦେଖାଯାଉଛି । ବକିଙ୍ଘମ ପାଲେସ୍ ଦୁନିଆର ସବୁଠାରୁ ଦାମିକା ଘର ଅଟେ । ଏହାପରେ ଦ୍ଵିତୀୟ ନମ୍ବରରେ ରିଲାଏନ୍ସ ପରିବାରର ଏଣ୍ଟିଲିୟା ଘର ଆସିଥାଏ । ଏହି ଘର ମୁକେଶ ଅମ୍ବାନୀଙ୍କର ଅଟେ । ଆମେ ଆପଣଙ୍କୁ କହି ଦେଉଛୁ ଯେ, ମୁକେଶ ଅମ୍ବାନୀ ନିଜ ରୋଜଗାରର ଏକ ଚତୁର୍ଥ ଭାଗ ଏହି ଘର ସଜେଇବାରେ ଲଗେଇ ଦେଇଛନ୍ତି ।

ତାଙ୍କ ବଙ୍ଗଳାର ମୂଲ୍ୟ ପାଖାପାଖି ୧୧ ହଜାର କୋଟି ଟଙ୍କା ଅଟେ ଏବଂ ତାଙ୍କ ବଙ୍ଗଳାର ନାମ ହେଉଛି ଏଣ୍ଟିଲିୟା । ମୁକେଶ ଅମ୍ବାନୀଙ୍କର ଏହି ବଙ୍ଗଳା କୌଣସି ୫ ଷ୍ଟାର ହୋଟେଲ ଠାରୁ କମ୍ ନୁହେଁ । ଘରେ ହେଲିପେଡ଼, ଜିମ, ସିନେମା ଘର ଆଉ ଏମିତି ବହୁତ ଅଲଗା ଅଲଗା ସୁବିଧା ସମ୍ପୂର୍ଣ୍ଣର ବ୍ୟବସ୍ଥା କରାଯାଇଛି । ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ କରିବା କଥା ହେଉଛି, କେବଳ ୪ ଜଣଙ୍କର ସେବା ପାଇଁ ୬୦୦ ଲୋକଙ୍କୁ କାମ କରିବା ପାଇଁ ରଖାଯାଇଛି ।

ଅମ୍ବାନୀ ନିଜ ବଙ୍ଗଳାର ନାମ ଏଣ୍ଟିଲିୟା ନାମ ରଖିଛନ୍ତି । ଆଟଲାଣ୍ଟିକ ମହାସାଗର ଏକ ପୌରାଣିକ ଦ୍ଵୀପର ନାମ ଉପରେ ରଖିଛନ୍ତି । ଏଣ୍ଟିଲିୟା ଦେଶର ସବୁଠାରୁ ଦାମିକା ଇଲାକା ମୁମ୍ବାଇର ଅଲଟାମାଉଣ୍ଟ ରୋଡ଼ରେ ତିଆରି ହୋଇଛି । ଏହି ଅଞ୍ଚଳରେ ପ୍ରୋପାର୍ଟିର ମୂଲ୍ୟ ବହୁତ ଅଧିକ ଅଟେ । ଏଠାରେ ପ୍ରତି ସ୍କୟାର ଫୁଟ ୮୦,୦୦୦ ରୁ ୮୫,୦୦୦ ଟଙ୍କା ଅଟେ ।

ଏଣ୍ଟିଲିୟା ମୁକେଶ ଅମ୍ବାନୀ ନିଜର ମାଆ, ସ୍ତ୍ରୀ ଆଉ ନିଜର ଦୁଇ ପୁଅଙ୍କ ସହିତ ରହୁଛନ୍ତି । ତାଙ୍କର ଘର ବହୁତ ସୁନ୍ଦର ଅଟେ । ଆପଣ ଘର ବାହାରେ ଖୋଲା ଆକାଶ ଆଉ ସମୁଦ୍ର ଦେଖିବାର ମଜା ଉଠେଇ ପାରିବେ ।

ଏଣ୍ଟିଲିୟାରେ ୯ ଏଲିବେଟର (Elevator) ଉପଲବ୍ଧ ଅଛି । ହେଲଥ ସ୍ପା, ସ୍ୱିମିଙ୍ଗ ପୁଲ, ଜିମ, ଡ୍ୟାନ୍ସ ଷ୍ଟୁଡିଓ, ଯୋଗ ସେଣ୍ଟର, ପ୍ରାଇଭେଟ ଥ୍ରୀଏଟର ଆଦି ଏମିତି ସବୁ ସୁବିଧା ଆପଣଙ୍କୁ ଏଣ୍ଟିଲିୟାରେ ମିଳିଯିବ । ଏଣ୍ଟିଲିୟାର ପ୍ରତିଟି ଫ୍ଲୋରର ଡିଜାଇନ ସଂପୂର୍ଣ୍ଣ ଭିନ୍ନ ଭିନ୍ନ ଅଟେ । ପ୍ରତିଟି ଫ୍ଲୋରର ଡ଼ିଜାଇନିଂଗରେ ଅଲଗା ଅଲଗା ମେଟେରିଆଲ ବ୍ୟବହାର କରାଯାଇଛି ।

ଏଣ୍ଟିଲିୟାର ଷଷ୍ଠ ଫ୍ଲୋରରେ ଗ୍ୟାରେଜ ଅଛି । ଯେଉଁଠାରେ କି ବିଭିନ୍ନ ପ୍ରକାରର ବିଳାସ ଦାୟକ (Luxurious) କାର୍ ଗୁଡିକ ରହିଛି । ଗ୍ୟାରେଜ ପର ଫ୍ଲୋରରେ ଏଣ୍ଟିଲିୟାରେ ୫୦ ଜଣ ବସିବା ଭଳି ଏକ ସିନେମା ହଲ ମଧ୍ୟ ରହିଛି । ହୋଲ ଉପରେ ଆଉଟ ଡୋର ଗାର୍ଡେନ ଆଉ ସେଠାରେ ମନ୍ଦିର ତିଆରି ହୋଇଛି ।