ସହିଦ ଯବାନ ମନୋଜଙ୍କ ଶେଷ କଥା ପତ୍ନୀଙ୍କୁ: ମୁଁ ସେଠାରେ ପହଞ୍ଚି ତୁମକୁ ଫୋନ୍‌ କରିବି ।

Spread the love

ପ୍ରତିଟି ଦେଶ ବାସୀଙ୍କ ପାଇଁ ଏହା ଏକ ବଡ ଦୁଖଦ ଖବର ଯାହାକୁ ଆମେ ଭୁଲିପାରିବାନି । ଉରୀ ପରେ ଏହା ହେଉଛି ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ହୋଇଛି ଭାରତୀୟ ସୈନିକ ମାନଙ୍କ ଉପରେ ଯେଉଁଥିରେ ୪୩ ଯବାନ ସହିଦ ହୋଇଛନ୍ତି । ସେଠି ମଧ୍ୟରେ ରହିଛନ୍ତି ଆମ ଓଡ଼ିଶାର ଦୁଇ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରା । ପ୍ରସନ୍ନ ଜଗତସିଂହ ପୁର ନାଉଗାଁର ଓ ମନୋଜଙ୍କ ଘର କଟକ ଜିଲ୍ଲା ସ୍ଥିତ ନିଆଳି ଅଂଚଳରେ ବୋଲି ସୂଚନା ରହିଛି ।

କାଶ୍ମୀରରେ ଗୁରୁବାର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୪ ଜଣ ଯବାନଙ୍କ ମଧ୍ୟରୁ କଟକ ଜିଲ୍ଲା ନିଆଳିର ରତନପୁର ଗ୍ରାମର ମନୋଜ ବେହେରାଙ୍କ ପତ୍ନୀ ଇଲିଲତାଙ୍କ କ୍ଷେତ୍ରରେ ଏପରି ଅଭାବନୀୟ ଘଟଣା ଘଟିଛି । ତାଙ୍କ ଉପରେ ହଠାତ୍‌ ଲଦି ହୋଇ ପଡ଼ିଛି ଦୁଃଖର ପାହାଡ଼ । ମନୋଜ ବେହେରା ୨୦୦୬ରେ ସି.ଆର.ଏଫ. ରେ ଯୋଗ ଦେଇଥିଲେ । ସେ ୨୦୧୭ରେ ବିବାହ ମଧ୍ୟ କରିଥିଲେ ! ଆଉ ତାଙ୍କର ଏକ ବର୍ଷର ଛୋଟ ଶିଶୁ କନ୍ୟା ମଧ୍ୟ ଅଛି । ଏହା ଜୟପୁରରେ ରହୁଥିବା ତାଙ୍କର ଭିଣେଇ ଏହା ସୂଚନା ଦେଇଛନ୍ତି । ପୁରା ଗାଁ ରେ ଶୋକର ଛାୟା ଖେଳି ଯାଇଛି ।

ମନୋଜ ବେହେରା ସିଆରଏଫ କନେଷ୍ଟବଲ ଭାବେ କାର୍ଯ୍ୟରତ ଥିଲେ । ସ୍ୱାମୀ ସହିଦ ମନୋଜଙ୍କ ସହ ଶେଷ ବାର୍ତ୍ତାଳାପକୁ ମନେପକାଇ ଇଲିଲତା କହନ୍ତି, ‘ସେ ମତେ ଫୋନ କରି କହିଲେ, ମୁଁ ଆଜି ଶ୍ରୀନଗର ପଳାଇ ଯିବି । ରାସ୍ତା ଜାମ ହୋଇଯିବ । ଏଥିପାଇଁ ମୁଁ ସକାଳ ୩ଟାରେ ଉଠିବି । ମୁଁ ତୁମକୁ ସେଠାରେ ପହଞ୍ଚି ହିଁ ଫୋନ୍‌ କରିବି ।’

ମନୋଜଙ୍କ ଫୋନକୁ ଅପେକ୍ଷା କରିଥିବା ଇଲିଲତା ଭାବି ନ ଥିଲେ କି ତାଙ୍କର ଏହି ଅପେକ୍ଷାର ଅନ୍ତ କେବେ ବି ଘଟିବ ନାହିଁ । କିନ୍ତୁ ୫ ଘଣ୍ଟା ପରେ କଶ୍ମୀରରୁ ଇଲିଲତାଙ୍କ ପାଖକୁ ଫୋନ୍‌ କଲ ଆସିଲା । ଫୋନ କଲରୁ ଜାଣିବାକୁ ପାଇଲେ, କାଶ୍ମୀରରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇ ଯାଇଛନ୍ତି, ଯେଉଁଥିରେ ଆପଣଙ୍କ ସ୍ୱାମୀଙ୍କର ବି ନାମ ରହିଛି । ଏହି ଖବର ଶୁଣିବା ସଂଗେ ସଂଗେ, ସେ ମୁର୍ଚ୍ଛା ପାଲଟି ଯାଇଥିଲେ । କେବଳ ଶେଷ ଥର ଯାହା କଥା ହେଇଛନ୍ତି ତାହା କହି କହି ଘର ଲୋକଙ୍କ ସାମ୍ନାରେ କାନ୍ଦୁଛନ୍ତି ।

ସ୍ୱାମୀଙ୍କ ସହିତ ହୋଇଥିବା ଶେଷକଥାକୁ ମନେ ପକାଇ ଇଲିଲତା ଭୋ ଭୋ ହୋଇ କାନ୍ଦି ଉଠନ୍ତି ।