ମୃତ୍ୟୁର 9 ମାସ ପୂର୍ବରୁ ଜାଣି ପାରିବେ ମୃତ୍ୟୁ ପାଖେଇ ଆସିଲାଣି, ଏହି ସବୁ ସାଙ୍କେତିକ ସୂଚନାରୁ :

Spread the love

ଯେମିତିକି ଆପଣ ସମସ୍ତେ ଜାଣିଛନ୍ତି ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଡର ରହିଥାଏ । କିନ୍ତୁ ପ୍ରତି ମନୁଷ୍ୟକୁ ଦିନେ ନା ଦିନେ ମୃତ୍ୟୁକୁ ସାମ୍ନା କରିବାକୁ ପଡ଼ିଥାଏ । ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏମିତି କିଛି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହାକି ମୃତ୍ୟୁ ପୂର୍ବରୁ ଦେଖା ଯାଇଥାଏ, ଯାହାର ଆଧାର ଉପରେ ଯେ କେହି ତା’ର ମୃତ୍ୟୁର 9 ମାସ ପୂର୍ବରୁ ଅନୁମାନ କରିପାରିବ ଯେ ତାର ମୃତ୍ୟୁର ଘଡ଼ି ପାଖେଇ ଆସିଲାଣି କି ନାହିଁ ।

1) ଆପଣଙ୍କୁ ଅବଗତ କରାଇ ଦେଉଛୁ ଯେ, ଯେବେ ମନୁଷ୍ୟର ଅନ୍ତିମ ସମୟ ପାଖେଇ ଆସିଥାଏ ସେତେବେଳେ ଆଇନାରେ ତା’ର ଚେହେରା ଦେଖାଯାଇ ନ ଥାଏ । ଯଦି କାଚରେ ନିଜର ଚେହେରା ଦେଖିଲା ପରେ ବି ନ ଦେଖାଯାଏ କିମ୍ବା ଆଉ କିଛି ଜିନିଷର ଆକୃତି ଦେଖାଯାଏ ତ ବୁଝି ନିଅନ୍ତୁ ଯେ ତା’ର ଅନ୍ତିମ ସମୟ ଆସିଯାଇଛି ।

2) ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଯେବେ ମନୁଷ୍ୟର ମୃତ୍ୟୁ ସମୟ ପାଖେଇ ଆସି ଥାଏ, ତାର ପ୍ରତିଛାଇ ବି ତା’ର ସାଥିରେ ନ ଥାଏ । ଯଦି କାହାର ପ୍ରତି ଛବି ତାକୁ ଦେଖା ନ ଯାଇ ତେବେ ବୁଝି ନିଅନ୍ତୁ ଯେ ସେ ଆଉ କିଛି ଦିନର ହିଁ ଅତିଥି ଅଟେ ଏହି ଦୁନିଆର ।

3) ଯେବେ କେହି ମନୁଷ୍ୟର ମୃତ୍ୟୁ ପାଖେଇ ଆସିଥାଏ ତେବେ ତାର ଶରୀରରେ ଗନ୍ଧ ଆସିବା ଆରମ୍ଭ ହୋଇ ଯାଇଥାଏ । ଯଦି କାହାର ଦେହରୁ ଗନ୍ଧ ଆସିବା ଆରମ୍ଭ ହୋଇ ଯାଏ ତ ବୁଝି ନିଅନ୍ତୁ ଯେ ତା’ର ଅନ୍ତିମ ସମୟ ନିକଟତର ହୋଇ ଆସିଲାଣି ।

4)  ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ ଯେ, ଶାସ୍ତ୍ର ଅନୁସାରେ ଏମିତି ମାନ୍ୟତା ରହିଛି ଯେ, ଯେବେ ମନୁଷ୍ୟର ମୃତ୍ୟୁ ନିକଟତର ହୋଇଥାଏ, ତେବେ ତାକୁ ଲାଗିଥାଏ ଯେ ଆକାଶରେ ସ୍ଥିତ ପିଣ୍ଡ ଦୁଇ ଭାଗରେ ବିଭକ୍ତ ହେଇଯାଉଛି ।