ସାଂସଦ ହେବା ସାଙ୍ଗେ ସାଙ୍ଗେ ବିବାହ କରିବାକୁ ଯାଉଛନ୍ତି ନୁସରତ ଜାହାଁ, ଜାଣନ୍ତୁ କାହା ସହିତ ବିବାହ କରିବେ ?

Spread the love

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିପୁଳ ପରିମାଣରେ ବିଜୟ ହାସଲ କରି ମଇ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୫୭ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ଦେଶ ବିଦେଶର ଅନେକ ରାଜନୀତିଜ୍ଞ ଯୋଗ ଦେଇଥିଲେ । ଏହାଛଡା ବଲିଉଡର କିଛି କଳାକାରଙ୍କୁ ମଧ୍ୟ ଏହି ସମାରୋହରେ ଦେଖିବାକୁ ମିଳିଥିଲା । ୧୭ ତମ ଲୋକସଭା ନିର୍ବାଚନରେ ୭୮ଜଣ ମହିଳା ସାଂସଦ ନିର୍ବାଚିତ ହୋଇ ସଂସଦରେ ପହଞ୍ଚିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀରୁ ସାଂସଦ ହୋଇଛନ୍ତି ନୁସରତ ଜାହାଁ, ଆଉ ଗତ କିଛି ଦିନ ହେଲା ତାଙ୍କର ସୌନ୍ଦର୍ଯ୍ୟ ବିଷୟରେ ସବୁଆଡେ ଚର୍ଚ୍ଚା ହେଉଛି । ସାଂସଦ ହେବାର ସାଙ୍ଗେ ସାଙ୍ଗେ ବୋହୂ ହେବାକୁ ଯାଉଛନ୍ତି ନୁସରତ ଜାହାଁ, ଏବେ ସେ ବିବାହ କରିବାକୁ ଯାଉଛନ୍ତି ।

ସାଂସଦ ହେବା ତୁରନ୍ତ ବଧୂ ସାଜିବେ :

ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାଁ ବର୍ତ୍ତମାନ ସାଂସଦ ହୋଇଗଲେ । ସେ ପଶ୍ଚିମବଙ୍ଗର ବିରହାଟ ଲୋକସଭା ଆସନରୁ ବିଜୟ ହାସଲ କରିଛନ୍ତି । କିଛି ଦିନ ପୂର୍ବରୁ ନୁସରତ ଜାହାଁ ନିଜ ପୋଷକକୁ ନେଇ ଅପମାନିତ ହୋଇଥିଲେ । ବର୍ତ୍ତମାନ ଶୁଣାଯାଉଛି କି ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ନୁସରତ ଜାହାଁ କୋଲକାତାର ବଡ଼ ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ କରିବେ ଏବଂ ଏହା ଏକ (ଡେଷ୍ଟିନେସନ-ୱେଡିଙ୍ଗ) ଗନ୍ତବ୍ୟ ବାହାଘର ଯାହାର ଆୟୋଜନ ଇଂସ୍ତାବୁଲ ହୋଇଛି । ଏହି ବିଷୟରେ ସୂଚନା ନିଜେ ନୁସରତ ଜାହାଁ ନିଜ ସୋସିଆଲ ମିଡ଼ିଆରେ ଦେଇଛନ୍ତି । ନୁସରତ ଜାହାଁ ନିଜ ଇଂଷ୍ଟଗ୍ରାମରେ ଗୋଟେ ଫୋଟ ସେୟାର କରିଛନ୍ତି; ଯେଉଁଥିରେ ସେ ଗୋଟିଏ ହାତରେ ମୁଦି ପିନ୍ଧି ଛନ୍ତି ଏବଂ ଅନ୍ୟ ହାତକୁ ଜଣେ ଧରିଛନ୍ତି ।

ଏହି ଫୋଟରେ ଉପରେ ଲେଖା ହୋଇଛି, ‘ଯେତେବେଳେ ସ୍ଵପ୍ନ ଭଲ ଏବଂ ସତ ହୁଏ, ସେତେବେଳେ ଜୀବନରେ ଦୁହେଁ ଦୁଇଜଣଙ୍କ ହାତ ଧରିଥିବା’। କିଛି ଦିନ ତଳେ ଅପମାନିତ ହେବାକୁ ନେଇ ଗୋଟିଏ ନ୍ୟୁଜ ଚ୍ୟାନେଲର ସାକ୍ଷାତକାରରେ ନୁସରତ ଜାହାଁ କହିଥିଲେ, ଅପନିନ୍ଦିତ କରିଥିବା ହେତୁ ଧନ୍ୟବାଦ । ମୋ କହିବା କଥା ଲୋକମାନେ ଆପଣଙ୍କୁ ପସନ୍ଦ କରନ୍ତି, ତେଣୁ ଆପଣଙ୍କୁ ଅପ-ନିନ୍ଦିତ କରନ୍ତି । ଆହୁରି କହିଛନ୍ତି, ମୋ ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଯେତେବେଳେ ଲୋକମାନେ ଆପଣଙ୍କୁ ପସନ୍ଦ କରନ୍ତି, ସେତେବେଳେ ସେମାନେ ଆପଣଙ୍କ ବିଷୟରେ ଜଣିବାକୁ ଚାହାଁନ୍ତି, ଆପଣଙ୍କ ପାଇଁ ସମୟ ଦିଅନ୍ତି, ଏହା ବହୁତ ଭଲ କଥା ।ଲୋକମାନେ ବହୁତ ଖୁସି ହେବେ ଯେ, ବର୍ତ୍ତମାନ ସଂସଦ ଭବନରେ ଯୁବା ପିଢ଼ି ବସିବେ । ସତରେ ସମୟର ଛବି ବଦଳୁଛି ।