ଯଦି ଆପଣ ମୁଖ ଘା’ଆ ଯୋଗୁଁ ଚିନ୍ତିତ ଅଛନ୍ତି; ତେବେ ଘୋରେଇ ଉପାୟ ବ୍ୟବହାର କରନ୍ତୁ । ଗୋଟିଏ ଦିନ ମଧ୍ୟରେ ମୁଖର ଘା’ଆ ଠିକ ହୋଇଯିବ ।

Spread the love

ମୁଖ ଜନିତ ଘା’ଆ ହେବା ଏକ ସାଧାରଣ କଥା ଅଟେ । ଯାହାଦ୍ଵାରା ପ୍ରତ୍ୟେକ ଲୋକ ଚିନ୍ତିତ ହୋଇଥାନ୍ତି । ଖରାପ ଖାଇବା ପିଇବା ଯୋଗୁଁ ପେଟ ସଫା ହୋଇନଥାଏ, ସେଥିପାଇଁ ମୁଖ ଜନିତ ଘା’ଆ ସମସ୍ୟା ଅଧିକ ଦେଖାଯାଇଥାଏ । ଏହା ସହ ଯେଉଁମାନେ ଅଧିକ ମସଲାଯୁକ୍ତ ଖାଦ୍ୟର ରୁଚି ରଖନ୍ତି, ସେମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ମିଠା, ରାଗ ଖାଦ୍ୟ ଏକାଠି ଖାଇବା ଦ୍ଵାରା ମଧ୍ୟ ଅନେକଥର ଏହି ସମସ୍ୟା ଦେଖା ଦେଇଥାଏ ।

ମୁଖରେ ଘା’ଆ ଯୋଗୁଁ ଅସହ୍ୟ କଷ୍ଟ ସହିବାକୁ ପଡିଥାଏ :

ଯେବେ ମୁଖରେ ଘା’ଆ ହୋଇଥାଏ; ସେତେବେଳେ ଅତ୍ୟଧିକ ଯନ୍ତ୍ରଣାର ସମୂଖୀନ ହେବାକୁ ପଡିଥାଏ । ଘା’ଆ ମୁଖର ଜିଭରେ କିମ୍ବା ଗାଲର ଆଖପାଖରେ ମଧ୍ୟ ହୋଇଥାଏ । ଆପଣ କିଛି ଖାଇବା ଦ୍ଵାରା ମୁଖରେ ବହୁତ ଜ୍ଵାଳା ହୋଇଥାଏ । ଯେତେବେଳେ ମୁଖର ଏହି ଘା’ଆ ଯୋଗୁଁ ଜ୍ଵାଳା ହୋଇଥାଏ, ସେତେବେଳେ ଆପଣ ଭାବୁଥାନ୍ତି କଣ କଲେ ଏହା ଭଲ ହୋଇଯିବ । ଆଜି ଆମେ ଆପଣଙ୍କୁ ଏମିତି କିଛି ଘୋରେଇ ଉପାୟ କହିବୁ, ଯାହାଦ୍ଵାରା ଆପଣ ଅତିଶୀଘ୍ର ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଏହି ଘୋରେଇ ଉପାୟକୁ ବ୍ୟବହାର କରନ୍ତୁ :

• ମୁଲେଠି :

ମୁଲେଠି ଯେକୌଣସି ଚେରମୂଳି ଔଷଧ ଦୋକାନରେ ମିଳିଯିବା । ମୁଖର ଘା’ଆ ପାଇଁ ମୁଲେଠି ଏକ ରାମବାଣ ଅଟେ । ମୁଖରେ ଘା’ଆ ହୋଇଥିଲେ ଏକ ଚାମଚ ମୁଲେଠି ଗୁଣ୍ଡକୁ ଦୁଇ କପ ପାଣିରେ ମିଶାଇ ୩-୪ ଘଣ୍ଟା ପାଇଁ ରଖି ଦିଅନ୍ତୁ । ଏହି ପାଣିକୁ ଦିନ ମଧ୍ୟରେ ୩-୪ ଥର କୁଳି କରିବେ । ଏପରି କରିବା ଦ୍ଵାରା ଆପଣ ଏହି ସମସ୍ୟାରୁ ରକ୍ଷା ପାଇବେ ।

• ନଡ଼ିଆ କ୍ଷୀର ଏବଂ ମହୁ :

ଯେତେବେଳେ ଆପଣଙ୍କ ମୁଖରେ ଘା’ଆ ହୋଇଥାଏ, ସେତେବେଳେ ଆପଣ ଏକ ଚାମଚ ନଡ଼ିଆ କ୍ଷୀରରେ ଅଳ୍ପ ମହୁ ମିଶାଇ ଦିନକୁ ଦୁଇ ତିନି ଥର ଲଗାଇଲେ ଆପଣଙ୍କୁ ଉପଶମ ମିଳିବ । ଏହା କରିବା ଦ୍ଵାରା ଆପଙ୍କ ବ୍ୟଥା ଦୂର ହେବ ଘା’ଆ ମଧ୍ୟ ଠିକ ହୋଇଥାଏ ।

• ଶୁଖିଲା ଧନିଆ :

ଧନିଆର ମଞ୍ଜିକୁ ପ୍ରତ୍ୟେକ ଘରେ ମସଲା ରୂପରେ ବ୍ୟବହାର କରାଯାଏ । ଏହାର ବ୍ୟବହାର ଦ୍ଵାରା ଆପଣ ମୁଖର ଘା’ଆକୁ ମଧ୍ୟ ଠିକ କରିପାରିବେ । ପ୍ରଥମେ ଆପଣ ଏକ ଚାମଚ ଧନିଆର ମଞ୍ଜିକୁ ଏକ କପ ପାଣିରେ ଫୁଟାଇବେ, ପରେ ତାକୁ ଛାଣି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଏହି ପାଣିକୁ ଦିନରେ ଦୁଇ ତିନି ଥର କୁଳୁକୁଳୁ କରିଲେ ଆପଣଙ୍କୁ ଅତିଶୀଘ୍ର ଉପଶମ ମିଳିବ ।

• ବେକିଙ୍ଗ ଶୋଢା :

ଏଥିରେ ସୋଡିଅମ ବାୟୋକାର୍ବୋନେଟ ଥାଏ, ଯାହା ଘା’ଆକୁ ଭଲ କାରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ଏକ ଚାମଚ ବେକିଙ୍ଗ ସୋଡାକୁ ପାଣିରେ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏବେ ଏହି ପେଷ୍ଟକୁ ଦିନରେ ଦୁଇ ତିନି ଥର ଘା’ଆରେ ଲଗାଇଲେ ଆପଣଙ୍କୁ ଉପଶମ ମିଳିଥାଏ ।

• ମହୁ :

ଘା’ଆ ହୋଇଥିବା ସ୍ଥାନରେ ମହୁ ଲଗାଇଲେ ବ୍ୟଥାରୁ ଏବଂ ଜ୍ଵାଳାରୁ ଉପଶମ ମିଳିଥାଏ । ଏହା ସହ ଆପଣ ମହୁରେ ଲେମ୍ବୁରସ ମିଶାଇ କୁଳୁକୁଳୁ କରିଲେ, ଆପଣଙ୍କୁ ଉପଶମ ମଧ୍ୟ ମିଳିଥାଏ ।