ମାଆ କରିଲେ ଅନ୍ୟ ମାନଙ୍କ ଘରେ କାମ, ଝାଡୁ ପୋଛା ଲଗାଇଲେ, ରାସ୍ତାରେ ପରିବା ବିକ୍ରି କଲେ ଓ ଝିଅକୁ ବନାଇଲେ ଡ଼ାକ୍ତର।

Spread the love

ନୂଆଦିଲ୍ଲୀ:- ଏକ ଏପରି ମାଆର ସଫଳତାର କାହାଣୀ କହିବାକୁ ଯାଉଛୁ, ଯିଏ ଅନ୍ୟ ଲୋକଙ୍କ ଘରେ କାମ କରି, ଝାଡୁ ପୋଛା କରି, ରାସ୍ତାରେ ପରିବା ବିକ୍ରି କରି, ବସ୍ ଷ୍ଟାଣ୍ଡରେ ପାଣି ଦେଇ ନିଜ ଝିଅକୁ ଡାକ୍ତର ବନାଇଛନ୍ତି । ଏହି ମହିଳାଙ୍କ ନାମ ସୁମିତ୍ରା । ସେ ଉତ୍ତର ପ୍ରଦେଶର ହମିର୍ ପୁର ଜିଲ୍ଲାର ମୌଦହାକସ୍ଵେର ବାସିନ୍ଦା ଅଟନ୍ତି ।

ସୁମିତ୍ରା କହିଛନ୍ତି, ତାଙ୍କର ୫ଟି ସନ୍ତାନ । ୨ଟି ପୁଅ ଓ ୩ଟି ଝିଅ। ସବୁଠୁ ବଡ଼ ଝିଅଙ୍କ ନାମ ଅନିତା । ପରିବାରର ଆର୍ଥିକ ସ୍ଥିତି ଅତି ଶୋଚନୀୟ । ପୁଣି ୧୪ ବର୍ଷ ପୂର୍ବେ ତାଙ୍କ ସ୍ଵାମୀଙ୍କ ଦେହାନ୍ତ କିଛି ରୋଗ ଯୋଗୁ ହୋଇଥିଲା । ଯାହାପରେ ପୁରା ପରିବାରକୁ ସମ୍ଭାଳିବାର ଦାୟିତ୍ୱ ସୁମିତ୍ରାଙ୍କ ମୁଣ୍ଡ ଉପରକୁ ଆସିଯାଇଥିଲା । ସୁମିତ୍ରା ବହୁତ ପଢି ନାହାନ୍ତି । କିନ୍ତୁ ଦାରିଦ୍ର୍ୟତା ପିଲାମାନଙ୍କ ପଢାପଢି ମଧ୍ୟରେ ଆସିବାକୁ ସେ ଦେବାକୁ ଚାହୁଁ ନଥିଲେ ।

ସେ କହିଛନ୍ତି କି, ‘ମୋର ସବୁଠୁ ବଡ଼ ଝିଅ ଅନିତା ପଢ଼ାପଢିରେ ଖୁବ୍ ଭଲ ଓ ଡାକ୍ତର ହେବାକୁ ଚାହୁଁଥିଲେ । ମୁଁ ଜାଣିଛି ଯେ, ଡାକ୍ତର ଓ ଇଂଜିନିୟରିଂ ବଡ ଘରର ପିଲାମାନେ ହୁଅନ୍ତି ଗରିବ ଘରର ନୁହେଁ । କିନ୍ତୁ ଏହା ବି ଜାଣିଥିଲି କି, ଏମିତି କିଛି କାମ ନାହିଁ ଯାହା ଅସମ୍ଭବ ବୋଲି କହିବି । ଗୋଟିଏ ମାଆ ହିସାବରେ ମୋର କର୍ତ୍ତବ୍ୟ ଯେ, ମୁଁ ମୋ ପିଲାମାନଙ୍କର ସବୁ ଆଶା ଓ ସ୍ୱପ୍ନକୁ ପୂରଣ କରିବାରେ ମୁଁ ସାମର୍ଥ୍ୟ ହେବି ।

ସେ କହିଛନ୍ତି ‘ମୁଁ, ନିଜ ସାରା ଜୀବନ ଦାରିଦ୍ର୍ୟତାରେ ବିତାଇଛି, କିନ୍ତୁ ଗରିବ ହୋଇଥିବା ଯୋଗୁଁ ମୁଁ ନିଜ ପିଲାମାନଙ୍କ ଆଶା ସ୍ୱପ୍ନକୁ ଭାଙ୍ଗିବାକୁ ଦେଇପାରି ନଥାନ୍ତି।’ ସେ କହିଛନ୍ତି ଅନିତା ୧୦ମ ଶ୍ରେଣୀରେ ୭୧% ଓ ଦ୍ଵାଦଶ ଶ୍ରେଣୀରେ ୭୫% ନମ୍ବର ରଖି ପାସ ହୋଇଥିଲେ ।

ଆରମ୍ଭ କରିଥିଲେ ଝିଅକୁ ଡାକ୍ତର ବନାଇବା ପାଇଁ କାମ:-

ଝିଅକୁ ଡାକ୍ତର ବନାଇବା ପାଇଁ ସୁମିତ୍ରା ମାଆ ହିସାବରେ ସମସ୍ତ କର୍ତ୍ତବ୍ୟ କରିଛନ୍ତି । ସେ ଘର ଘରକୁ ଯାଇ ଝାଡୁ ପୋଛା କଲେ । ବସ୍ ଷ୍ଟାଣ୍ଡରେ ପାଣି ବିକିଲେ । ଯେତେବେଳେ ଏହି ସବୁ କାମଗୁଡିକରୁ ଅଧିକ ପଇସା ମିଳିଲା ନାହିଁ, ସେତେବେଳେ ସେ ରାସ୍ତାରେ ପରିବା ଦୋକାନ ଲଗାଇ ପାରିବ ମଧ୍ୟ ବିକ୍ରି କରିବା ଆରମ୍ଭ କରିଥିଲେ ।

ଅନିତାଙ୍କ ଭାଇ ନିଜ ଭଉଣୀକୁ ପଢ଼ାଇବା ପାଇଁ ପରିବା ଦୋକାନ ଖୋଲିଲେ । ସୁମିତ୍ରା କହିଛନ୍ତି କି, ଗୋଟିଏ ଗୋଟିଏ ପଇସା ରଖି ଅନିତାଙ୍କ ପାଖକୁ ପଇସା ପଠାଯାଉ ଥିଲା । ସୁମିତ୍ରା ନିଜ ଝିଅଙ୍କ ପାଇଁ ଯାହା ବି କଷ୍ଟ ପଡ଼ିଥିଲେ ତାହାର ଫଳ ମିଳିଲା । ୨୦୧୩ ମସିହାରେ କାନପୁରରେ ଗୋଟିଏ ବର୍ଷର ପ୍ରସ୍ତୁତି ପରେ ସିପିଏମଟିରେ ଅନିତାଙ୍କ ସିଲେକ୍ସନ୍ ହୋଇଥିଲା । ସେ ୬୮୨ ରେଙ୍କ ହାସଲ କରିଥିଲେ । ଯାହାପରେ ତାଙ୍କୁ ଇଟବାର ସୈଫାଇ ମେଡିକାଲ କଲେଜରେ ଏଡ଼ମିଶନ୍ ମିଳିଥିଲା । ଆପଣଂକୁ ଜଣାଇ ଦେଉଛୁ ଯେ, ଅନିତାଙ୍କ ଏମବିବିଏସ୍ ପ୍ରସ୍ତୁତିର ଏହା ୫ମ ବା ଶେଷ ବର୍ଷ । ଅନିତା କହିଛନ୍ତି ଯେ, ଯେତେବେଳେ ତାଙ୍କର ସିଲେକ୍ସନ୍ ହେଲାପରେ, ତାଙ୍କ ମାଆ ବହୁତ କାନ୍ଦିଥିଲେ । ଯାହାକୁ ଦେଖି ସେ ମଧ୍ୟ କାନ୍ଦି ପକାଇଥିଲେ ।

ଅନିତା ଆହୁରି ମଧ୍ୟ କହିଛନ୍ତି ଯେ, ମାଆ ମୋତେ ଡାକ୍ତର ବନାଇବା ପାଇଁ ବହୁତ କଷ୍ଟ କରିଛନ୍ତି । ମୋ ବାପାଙ୍କ ଦେହାନ୍ତ ବି ରୋଗ ଯୋଗୁ ହୋଇଥିଲା ଓ ଚିକିତ୍ସା ପାଇଁ ପଇସା ନଥିଲା । ମୁଁ ଦାରିଦ୍ର୍ୟତା ଦେଖିଛି; ତେଣୁ ଭବିଷ୍ୟତରେ ମୁଁ ଗରିବ ଲୋକଙ୍କ ମାଗଣାରେ ଚିକିତ୍ସା କରିବି । ଏହା କହିବା ଉଚିତ ଯେ, ଦୁନିଆରେ ଜଣେ ମାଆ ହି ହୋଇଥାଏ ଯିଏ ନିଜ ପିଲାମାନଙ୍କ ପାଇଁ ସବୁକିଛି କରିପାରେ । ଯାହା ଲୋକଙ୍କୁ ଅସମ୍ଭବ ମନେ ହୋଇଥାଏ । ଯିଏ ବି କହିଛନ୍ତି ଠିକ୍ କହିଛନ୍ତି ଯେ ମାଆର ପ୍ରାର୍ଥନାରେ ବହୁତ ଶକ୍ତି ଥାଏ ।