ଆଗାମୀ ୯ ମାସ ପର୍ଯ୍ୟନ୍ତ ଏହି ରାଶିମାନଙ୍କ ଉପରେ ମା’ ଲଷ୍ମୀଙ୍କ କୃପା ରହିବ ! ସବୁ ଇଚ୍ଛା ପୂରଣ ହେବ ।

Spread the love

ସେହି ଲୋକମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ଯେଉଁମାନଙ୍କ ଉପରେ ମା, ଲଷ୍ମୀଙ୍କ ଆଶୀର୍ବାଦ ଥାଏ । ଆପଣ ସମସ୍ତେ ଜାଣନ୍ତି ମା ଲଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ଯେତେବେଳେ ମଧ୍ୟ ଜୀବନରେ ଟଙ୍କାର ଆବଶ୍ୟକ ହୋଇଥାଏ, ଆମେ ସର୍ବ ପ୍ରଥମେ ମାଆ ଲାଷ୍ମୀଙ୍କୁ ସ୍ମରଣ କରିଥାଉ । ଶୁକ୍ର ଓ ଲଷ୍ମୀ ମାଆଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଅଛି । ତେଣୁ ଶୁକ୍ରବାର ଦିନରେ ଲଷ୍ମୀଙ୍କ ପୂଜା କରିବା ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ ।

ଆସୁଥିବା ୯ ମାସ ପର୍ଯ୍ୟନ୍ତ, କେତେକ ବିଶେଷ ରାଶି ଉପରେ ଶୁକ୍ରର ସ୍ଥିତି ଭଲରେ ରହିବ । ତେଣୁ ଏମାନଙ୍କୁ ଅଧିକ ଲାଭ ମିଳିବାର ସମ୍ଭାବନା ଅଧିକ ଅଛି । ଆସନ୍ତୁ କେଉଁ ରାଶିମାନଙ୍କ ଜୀବନ ପରିବର୍ତ୍ତନ ହେବାକୁ ଯାଉଛି ସେ ବିଷୟରେ ଏବେ ଆମେ ସମ୍ପୁର୍ଣ ରୂପେ ଜାଣିବା ।

ମେଷ ରାଶି –

ଏହି ରାଶିର ଜାତକଧାରୀ ମାନଙ୍କୁ ବହୁତ ଲମ୍ବା ସମୟ ପରେ ଭଲ ଦିନ ଆସିବାକୁ ଯାଉଛି । ଖାସ୍ କରି ଧନ ସମ୍ବନ୍ଧୀୟ ମାମଲାରେ ଏମାନଙ୍କୁ ଅନେକ ପ୍ରକାରର ଲାଭ ମିଳିବାକୁ ଯାଉଛି । ଯେଉଁମାନେ ଚାକିରୀ କରୁଛନ୍ତି ବା ଚାକିରୀ କରିବା ପାଇଁ ଖୋଜୁଛନ୍ତି, ସେମାନଙ୍କ ପାଇଁ ଗୋଟିଏ ଭଲ ସୁଯୋଗ ମିଳିବାକୁ ଯାଉଛି । ଏହାଛଡା ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ସୁନିଶ୍ଚିତ ଭାବରେ ଯଥେଷ୍ଟ ଲାଭ ହେବ । ଆପଣଙ୍କୁ ଅତି ଶୀଘ୍ର ଏହାର ଫଳ ପ୍ରାପ୍ତ ହେବ । ନିଜ ଭାଗ୍ୟକୁ ଶକ୍ତିଶାଳୀ କରିବା ପାଇଁ ଏହି ରାଶିର ଲୋକମାନଙ୍କୁ ପ୍ରତ୍ୟେକ ଶୁକ୍ରବାର ଦିନ ମାତା ଲଷ୍ମୀଙ୍କ ସମ୍ମୁଖରେ ଗୋଟିଏ ଘିଅ ଦୀପ ଜଳେଇ ମାଆ ଲକ୍ଷ୍ମୀଙ୍କ ଆରତୀ କରିବା ଭଲ ।

କର୍କଟ –

ଏହି ରାଶିର ଲୋକମାନେ ନିଜ ସମ୍ପର୍କୀୟ ବା କୌଣସି ଚିହ୍ନା ଲୋକଙ୍କ ମାଧ୍ୟମରେ ଧନ ଲାଭର ଆନନ୍ଦ ଉଠାଇ ପାରିବେ । ଏମାନଙ୍କ ଠାରୁ ଆପଣଙ୍କୁ କୌଣସି ବଡ଼ ପୁରସ୍କାର ମିଳିପାରିବ ନଚେତ ଏମାନଙ୍କ କାରଣରୁ ଆପଣଙ୍କୁ କିଛି ଏଭଳି କାମ କରିବ ସୁଯୋଗ ମିଳିବ ଯାହାଦ୍ୱାରା ଆପଣ ନିଜ ଭାଗ୍ୟକୁ ପରିବର୍ତ୍ତନ କରିପାରିବ । ତେଣୁ ସବୁବେଳେ ଆଖି ଓ କାନକୁ ଖୋଲା କରି ରଖିଥାଅ । ଯେତେବେଳେ ଆପଣଙ୍କୁ ସୁଯୋଗ ମିଳିବ, ସେତେବେଳେ ତାର ଲାଭ ନିଶ୍ଚୟ ଉଠାଇବ ।

ତୁଳା ରାଶି –

ତୁଳା ରାଶିର ଲୋକମାନଙ୍କୁ ସବୁଠାରୁ ଅଧିକ ଲାଭ ମିଳିବାକୁ ଯାଉଛି । ଯେଉଁ କାର୍ଯ୍ୟ ଅଧୁରା ହୋଇ ରହିଯାଇଛି, ତାହା ପୂରଣ ହେବାକୁ ଯାଉଛି । ଯେଉଁ କ୍ଷେତ୍ରରେ ଆପଣ ଧନ ରୋଜଗାର କରିବା ପାଇଁ ଆଶା ରଖିଛନ୍ତି, ସେଠାରୁ ଆପଣଙ୍କୁ ନିଶ୍ଚିତ ଫାଇଦା ମିଳିବ । ତେଣୁ ଆଗାମୀ ୯ ମାସ ଏହାର ଲାଭ ଉଠାନ୍ତୁ । ଏହା ସଙ୍ଗେ ସଙ୍ଗେ ଶୁକ୍ରବାର ଦିନ ଗରିବଙ୍କୁ ଧନ ଦାନ କରିବା ଆପଣଙ୍କ ଅତ୍ୟନ୍ତ ଉତ୍ତମ ଓ ଶୁଭଦାୟକ ଅଟେ ।