ଚାରି ମାସର ଛୁଆକୁ ନେଇ ପରୀକ୍ଷା ଦେବାକୁ ଆସିଥିଲା ମାଆ । ତା’ ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…..

Spread the love

ଗୋଟିଏ ଯୁବତୀ ମହିଳା ବାଧ୍ୟ ହୋଇ ନିଜର ଚାରି ମାସର ଛୋଟ ଛୁଆକୁ ନେଇ ପରୀକ୍ଷା ଦେବାକୁ ଯାଇଥିଲା । ତେଲେଙ୍ଗାନା ପୋଲିସଙ୍କ ବାସ୍ତବରେ ହୃଦୟ ଜିଣିପାରିଲ ଭଳି ଏମିତି କିଛି କାମ କରିଥିଲେ । ମାଆ ପରୀକ୍ଷା ଦେବା ସମୟରେ ପୋଲିସ କର୍ମୀ ଜଣକ ଛୋଟ ଛୁଆଟିର ଯତ୍ନ ନେଇଥିଲେ ।

ପରୀକ୍ଷା କେନ୍ଦ୍ର ବାହାରେ କାନ୍ଦୁଥିବା ଛୋଟ ଛୁଆଟିକୁ କେତେ ଗେଲ ଆଦର ଦେଇ ଖେଳାଉଥିଲେ ପୋଲିସକର୍ମୀ ଜଣକ । ଆପିଏସ୍ ଅଧିକାରୀ ରେମ ରାଜେଶ୍ୱରୀ ହୃଦୟକୁ ସ୍ବର୍ଶ କଲା ଭଳି ଫୋଟ ନେଇ ଟ୍ୱିଟର ରେ ସେୟାର କରିଥିଲେ । ପୋଲିସ କର୍ମୀ ଜଣକ ଗୋଟିଏ ବେଞ୍ଚ ଉପରେ ବସି ପିଲାଟିକୁ ଖେଳାଉଥିଲେ, ଏହିପରି ସବୁ ହୃଦୟକୁ ସ୍ବର୍ଶ କଲା ଭଳି ଫୋଟ ନେଇଥିଲେ ଆପିଏସ୍ ରେମ ରାଜେଶ୍ୱରୀ ଏବଂ ସେହି ଫୋଟ ଗୁଡିକ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ ।

ହେଡ କନେଷ୍ଟବଳ ମୁଜୀଵ ଓ ରେହେମାନ ଦୁହେଁ ତେଲେଙ୍ଗାନା ରାଜ୍ୟର ମହବୁବ ନଗରରେ ଥିବା ମୁଁସପେଟ ପୋଲିସ ଷ୍ଟେସନରେ କାର୍ଯ୍ୟରତ । ପରୀକ୍ଷା କନେଷ୍ଟବଳ ପରୀକ୍ଷା ନିମନ୍ତେ ସୁରକ୍ଷା କର୍ମୀ ଭାବରେ ଦୁହେଁଙ୍କୁ ମହବୁଵ ନଗରରେ ଥିବା ଜୁନିୟର କକେଜରେ ନିଯୁକ୍ତି କରାଯାଇଥିଲା ।

ରେହେମାନ ଗୋଟିଏ ଟିଭି ସାମ୍ବାଦିକଙ୍କୁ କହିଲେ, ମହିଳା ଜଣକ ପରିବାରରେ ଏକାକୀ ଏବଂ ଚାକିରୀ ତାଙ୍କୁ ନିହାତି ଆବଶ୍ୟକ । ସ୍ନାକୋତ୍ତର ପଢ଼ିଛନ୍ତି, କିନ୍ତୁ ଗୋଟିଏ ଭଲ ଚାକିରୀ ପାଇବା ତାଙ୍କ ପକ୍ଷେ ବର୍ତ୍ତମାନ ପର୍ଯ୍ୟନ୍ତ କଷ୍ଟସାଧ୍ୟ ହୋଇଛି । ବର୍ତ୍ତମାନ ସେ କନେଷ୍ଟବଳ ହେବାକୁ ଚାହୁଁଛନ୍ତି । ତେଣୁ କନେଷ୍ଟବଳ ନିମନ୍ତେ  ମହିଳା ଜଣକ ପରୀକ୍ଷା ଦେବାକୁ ଆସିଛନ୍ତି ।

ରେହେମାନ ଆହୁରି ମଧ୍ୟ କହିଲେ ଯେ ମହିଳା ଜଣକ ପରୀକ୍ଷା ଦେବା ସମୟୀ ଛୁଆଟି ବହୁତ କାନ୍ଦୁଥିଲା, ଛୁଆଟି କୁ ଶାନ୍ତ କରାଇବା ନିମନ୍ତେ ମୁଁ ସେହି ମହିଳାଙ୍କ ଠାରୁ ଛୁଆଟିକୁ ଆଣିଛି ଏବଂ ଛୁଆଟିକୁ ଖୁସି କରାଇବା ପାଇଁ ଚେଷ୍ଟା କରୁଛି ।