୧୪ ବର୍ଷୀୟ ପୁଅକୁ ଜେଲ ପଠାଇବା ପାଇଁ ମାଆ ସ୍ଵୟଂ ପୋଲିସକୁ ଡକାଇଥିଲେ । ଜାଣନ୍ତୁ ପୁଅର ଭୁଲ କଣ ଥିଲା ?

Spread the love

ପୁଅର ବୟସ ଯେତେ ଅଧିକ ହେଲେ ମଧ୍ୟ ମାଆଙ୍କ ଆଖିରେ ପୁଅ ଛୋଟ ହିଁ ହୋଇଥାଏ । ୧୪ ବର୍ଷୀୟ ଜଣେ ପିଲାର ମାଆ ଗୋଟିଏ ରାତିରେ କିଛି ଏହିପରି ଦେଖି ନେଇଥିଲା, ଯାହା ଦେଖିବା ପରେ ମାଆକୁ ନିଜକୁ ବିଶ୍ବାସ କରି ପାରିନଥିଲେ ଯେ, ତାର ପୁଅ ଶାନ୍ତଶିଷ୍ଟ ନୁହେଁ ବରଂ ଜଣେ ସୈତାନ ଅଟେ । ପୁଅର ଏହିପରି ସୈତାନପଣ ଦେଖି ମାଆର କିଛି ମୁହୂର୍ତ୍ତ ପାଇଁ ହୋସ ଉଡିଯାଇଥିଲା କିନ୍ତୁ ପରେ ଜଣେ ଦାୟିତ୍ୱବାନ ନାଗରିକ ରୂପରେ ମାଆ ପୋଲିସକୁ ଘରକୁ ଡାକି ନିଜ ପୁଅକୁ ଜେଲ ପଠାଇବା ପାଇଁ ସୁଫାରିସ କରିଥିଲେ । ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବ ଜଣେ ୧୪ ବର୍ଷୀୟ ପିଲା ଏହିପରି କଣ ଭୁଲ କରିଛି ? ଯାହାଫଳରେ ମାଆ ଏହିପରି କିଛି କରିବା ପାଇଁ ଚିନ୍ତା କରିଥିଲେ ।

ଏହି ପରିବାର ମେରୀମ୍ୟାଣ୍ଡରେ ରୁହଁନ୍ତି । ଏଠାରେ ଜଣେ ମହିଳା ନିଜର ଦୁଇ ସନ୍ତାନଙ୍କ ସହ ରୁହଁନ୍ତି ଏବଂ ମହିଳାଙ୍କ ବଡ଼ ପୁଅ ୧୪ ବର୍ଷୀୟ ସୋଲୋମନ ପ୍ୟାଲ ଏବଂ ଛୋଟ ପୁଅ କେବଳ ଦୁଇ ବର୍ଷର ଅଟେ । ଏକଦା ମହିଳା ନିଜର ଛୋଟ ପୁଅକୁ ଶୁଆଇବା ପାଇଁ ତଳ କକ୍ଷରେ ଥିଲେ । ଉପର କକ୍ଷରେ ମହିଳାଙ୍କ ବଡ଼ ପୁଅ ଏବଂ ସମ୍ପର୍କୀୟ ଖେଳୁଥିବାର ଶବ୍ଦ ଶୁଣା ଯାଉଥିଲା । ଯେଉଁ ଝିଅଟି ପ୍ୟାଲୁ ସହ ଖେଳୁଥିଲା ସେ କେବଳ ୮ ବର୍ଷୀୟ ଥିଲା । ଖେଳିବାର ଶବ୍ଦ ତଳ କକ୍ଷକୁ ଶୁଣାଯାଉଥିଲା, କିନ୍ତୁ ହଠାତ ଶବ୍ଦ ଶୁଣା ନ ଯିବାରୁ ମହିଳା ଉପରକୁ ଯାଇଥିଲେ ।

ପ୍ୟାଳୁଙ୍କ ମାଆ ଯେତେବେଳେ ଧୀରେ ଧୀରେ କକ୍ଷରେ ପହଞ୍ଚିଥିଲେ, ସେହି ସମୟରେ ଭିତରର ଦୃଶ୍ୟ ଦେଖି ମହିଳାଙ୍କ ହୋସ ଉଡି ଯାଇଥିଲା । ମହିଳା ଦେଖିଥିଲେ ପ୍ୟାଲୁ ନିଜ ସମ୍ପର୍କୀୟ ଭଉଣୀ ସହ କୌଣସି ଖେଳ ଖେଳୁ ନ ଥିଲା । ସେ ଝିଅଟି ସହ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରୁଥିଲା । ଝିଅଟି ଶରୀରରେ କୌଣସି କପଡା ନଥିଲା ଏବଂ ପାର୍ଶ୍ଵରେ ଏକ ଚାକୁ ଥିଲା । କିଛି ସମୟ ପାଇଁ ମହିଳାଙ୍କ ହୋସ ଉଡି ଯାଇଥିଲା କିନ୍ତୁ କିଛି ମୁହୂର୍ତ୍ତ ପରେ କ୍ରୋଧରେ ତଳ କକ୍ଷକୁ ଯାଇ ବିନା କୌଣସି ବିଳମ୍ବରେ ପୋଲିସକୁ ଫୋନ କରିଥିଲେ ।

ସୋଲୋମନ ଘରେ ପୋଲିସ ଆସିବା ପରେ ମହିଳା ନିଜ ପୁଅର କୁକର୍ମ ବିଷୟରେ ପୋଲିସକୁ ଜଣାଇଥିଲେ । ସେହି ଛୋଟ ଝିଅଟି ସେଠାରେ ଉପସ୍ଥିତ ଥିଲା । ପୋଲିସ ଝିଅଟିକୁ ପ୍ରଶ୍ନ କରିଥିଲେ, ସେହି ସମୟରେ ଝିଅଟି କହିଥିଲା ସୋଲୋମନ ଚାକୁ (ଛୁରୀ) ଦେଖାଇ ମୋତେ ଭୟଭୀତ କରିଥିଲା । ସୋଲୋମନର କଥାରେ ଝିଅଟି ଭୟଭୀତ ହୋଇଯାଇଥିଲା ଏବଂ ସୋଲୋମନ ଝିଅଟି ସହ ଦୁଷ୍କର୍ମ କରୁଥିଲା ।

ସୋଲୋମନର ମାଆ ମଧ୍ୟ ପୋଲିସକୁ ଏହି ବିଷୟରେ ସାକ୍ଷ୍ୟ ପ୍ରଦାନ କରିଥିଲେ । ଯେତେବେଳେ ସେ କକ୍ଷର କବାଟ ଖୋଲିଥିଲେ କକ୍ଷ ଭିତରର ଦୃଶ୍ୟ ଦେଖି ସେ ଚକିତ ହୋଇ ଯାଇଥିଲେ । ପୋଲିସ ଯାଞ୍ଚ କରିବା ପରେ ସୋଲୋମନ ଆରୋପୀ ପ୍ରମାଣିତ ହୋଇଥିଲା । ସୋଲୋମନର ବୟସ କେବଳ ୧୪ ବର୍ଷ ଅଟେ କିନ୍ତୁ ତାହା ଉପରେ ଏକ ସାବାଳକ ରୂପରେ ମାମଲା ରଜ୍ଜୁ କରାଯାଇଥିଲା ଏବଂ ଆଜୀବନ କାରାବାସ ଦଣ୍ଡ ଦିଆ ଯାଇଥିଲା । କହିବା ପାଇଁ ଚାହୁଁଛୁ; ମେରୀଲ୍ୟାଣ୍ଡରେ ୧୬ ବର୍ଷର ପିଲାଙ୍କୁ ସାବାଳକ ରୂପରେ ଗଣା ଯାଇଥାଏ ।ସୋଲୋମନର ବୟସ ୧୪ ଅଟେ କିନ୍ତୁ ତାର ଅପରାଧ ଗୁରୁତର ଅଟେ ଏବଂ ଭୟଙ୍କର ଅଟେ । କିଛି ଲୋକଙ୍କ ମାନ୍ୟତା ଥିଲା ଯେ, ତାର କାର୍ଯ୍ୟ ଘୃଣ୍ୟ ଥିଲା କିନ୍ତୁ ସୋଲୋମନକୁ ବାଲ ସୁଧାର ଗୃହକୁ ପଠାଇବା ଉଚିତ ଥିଲା । ତାର ମନରେ ସୈତାନିତ ନଥିବ କିନ୍ତୁ ସେ ପର୍ଣ୍ଣ ଫିଲ୍ମ ଦେଖି ଏହି ବିଷୟ ଶିଖି ଯାଇଥିବ ।