୧୪ ବର୍ଷୀୟ ପୁତ୍ରର କୋଠରୀରେ ମାଆ ହଠାତ୍ ପହଞ୍ଚିଲା, ଭିତରର ଦୃଶ୍ୟ ଦେଖି ପୋଲିସକୁ ଡାକିଲା ।

Spread the love

ଆମେରିକାର ମେରୀଲେଣ୍ଡରେ ରହୁଥିବା ଏକ ମାଆର ହୃଦୟକୁ ସେତେବେଳେ ଆଘାତ ଲାଗିଲା, ଯେତେବେଳେ ସେ ନିଜର ୧୪ବର୍ଷୀୟ ପୁତ୍ରର କୋଠରୀରେ ପହଞ୍ଚିଥିଲା । କୋଠରୀରେ ସେ ଯାହା ଦେଖିଲେ, ତୁରନ୍ତ ପୋଲିସକୁ ଫୋନ କରି ଘରକୁ ଡାକିଲେ । ପୋଲିସ ତାଙ୍କ ପୁତ୍ରକୁ ଗିରଫ କରି ଜେଲ ପଠାଇ ଦେଲା । ଏହି ଘଟଣାଟି ସେହି ଅଭିଭାବକଙ୍କ ପାଇଁ ଅତ୍ୟନ୍ତ ଗୁଟୁତ୍ଵପୂର୍ଣ୍ଣ ଯେଉଁମାନେ ବର୍ତ୍ତମାନ ଯୁଗରେ ନିଜ ପିଲାମାନଙ୍କର ଧ୍ୟାନ ରଖୁ ନାହାନ୍ତି । ସେହି କୋଠରୀରେ କଣ ହୋଇଥିଲା ?

ମିଡ଼ିଆ ରିପୋର୍ଟ ଅନୁସାରେ ୧୪ବର୍ଷୀୟ ସୋଲୋମନ ପିୟୁଲଙ୍କ ମାଆ ନିଜର ଦୁଇ ବର୍ଷର ଅନ୍ୟ ଏକ ପୁତ୍ରଙ୍କୁ ଶୁଆଇବାରେ ବ୍ୟସ୍ତ ରହୁଥିଲେ । ସେହି ସମୟରେ ସୋଲୋମନ ଏବଂ ତାର ୮ବର୍ଷର ସମ୍ପର୍କୀୟ ଭଉଣୀ ସହିତ କୋଠରୀରେ ଖେଳୁଥାଆନ୍ତି ।

ହଠାତ ଦୁହିଁଙ୍କର ସ୍ଵର ଶୁଭିବା ବନ୍ଦ ହୋଇଯିବା ଯୋଗୁଁ ସୋଲୋମନର ମାଆ ପାଦ ଚିପି ଚିପି କୋଠରୀରେ ପହଂଚି ଥିଲେ । ଭିତରର ଦୃଶ୍ୟ ଦେଖି ତାଙ୍କର ଚେତା ଉଡିଯାଇଥିଲା ।

ସମ୍ପର୍କୀୟ ଭଉଣୀକୁ ସୋଲୋମନ ବଳାତ୍କାର କରୁଥିଲା ।

– ସୋଲୋମନର ମାଆ ଦେଖିଲେ ଯେ, ତାଙ୍କ ପୁତ୍ର ନିର୍ବସ୍ତ୍ର ଥିଲା ଏବଂ ୮ବର୍ଷର ସମ୍ପର୍କୀୟ ଭଉଣୀ ସହ ପାଶବିକ ବ୍ୟବହାର କରୁଥିଲା । ତାହାର ନିକଟରେ ଏକ ଛୁରୀ ମଧ୍ୟ ଥିଲା । କ୍ରୋଧିତ ମାଆ ତଳକୁ ଧାଇଁ ଯାଇ ସିଧା ପୋଲିସକୁ ଫୋନ କରିଥିଲେ ।

ସୋଲୋମନର ମାଆ ପୋଲିସକୁ ନିଜ ପୁତ୍ରର କାର୍ଯ୍ୟକଳାପ ବିଷୟରେ କହିଥିଲେ । ଯାହାପରେ ପୋଲିସ ୮ବର୍ଷର ଝିଅର ବକ୍ତବ୍ୟ ନେଲା । ଝିଅଟି କହିଥିଲା, ସୋଲୋମନ ତାକୁ ଛୁରୀ ଦେଖାଇ ଧମକାଇ ଥିଲା ଯେ ଯଦି ସେ ଟିକିଏ ମଧ୍ୟ ପାଟି କରିଲେ, ଛୁରୀରେ ମାରିଦେବ । ଧମକ ଦେବା ପରେ ସୋଲୋମନ ତାହା ସହିତ ପାଶବିକ ଅତ୍ୟାଚାର କରିବାକୁ ଲାଗିଲା ।

ପୋଲିସ ତାକୁ ଜେଲ ପଠାଇଲା :

ପୀଡିତ ଝିଅ ଏବଂ ସୋଲୋମନର ମାଆଙ୍କ ସାକ୍ଷ୍ୟକୁ ଆଧାର କରି ପୋଲିସ ତାକୁ ଜେଲ ପଠାଇଲା । ପୋଲିସର ଅନୁସନ୍ଧାନରେ ସୋଲୋମନକୁ ଝିଅର ବଳାତ୍କାର କରିବାର ଦୋଷୀ ପାଇଥିଲା । ଏହାପରେ ବୟସ୍କଙ୍କ ଭଳି ତାହା ଉପରେ ମକଦ୍ଦମା ଚଲାଇ ଆଜୀବନ କାରାଦଣ୍ଡ ଶୁଣାଇଲେ । ମେରିଲେଣ୍ଡର ନିୟମ ଅନୁସାରେ ୧୪ ବର୍ଷୀୟ ପୁଅ ଉପରେ ମଧ୍ୟ ବୟସ୍କଙ୍କ ଭଳି ମକଦ୍ଦମା ଲଗାଯାଇ ପାରିବ, ଯଦି ସେ ଏହି ପ୍ରକାରର ଅପରାଧରେ ଲିପ୍ତ ଥାଏ । ଯଦ୍ୟପି , ସୋଲୋମନ ୧୪ ବର୍ଷର ଥିଲା କିନ୍ତୁ ତାହାର ଗମ୍ଭୀର ଅପରାଧକୁ ଦେଖି ଏପରି ନିଷ୍ପତ୍ତି ନିଆ ଯାଇଥିଲା ।

ସୋଲୋମନର ମକଦ୍ଦମା ଯୁକ୍ତିତର୍କର ବିଷୟ ପାଲଟି ଗଲା :

– କିଛି ସମାଜ ସେବମାନଙ୍କ ପାଇଁ ସୋଲୋମନର ମକଦ୍ଦମା (କେସ) ଯୁକ୍ତିତର୍କର ବିଷୟ ପାଲଟି ଗଲା । ଅପରାଧୀ ସୋଲୋମନକୁ କିଛି ଲୋକ ପୀଡିତ ବୋଲି ଦର୍ଶାଇଲେ । ଅନେକଙ୍କ ମତରେ ସେ କୌଣସି ଅଶ୍ଲୀଳ ଫିଲ୍ମ ଏବଂ ଯୌନ ହିଂସା ଦେଖି ଏହିସବୁ ଶିଖିଥିବ । ଏହି ପରିସ୍ଥିତିରେ ତାକୁ ବାଳ ସୁଧାର ଗୃହକୁ ପଠେଇ ଦେବା ଉଚିତ ।