ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ମାଆ ଓ ଝିଅ ମିଶି ଏକାଠି ହାସଲ କରିଲେ ପିଏଚଡ଼ିର ଡିଗ୍ରୀ ।

Spread the love

୧୫ ମାର୍ଚ୍ଚରେ ମାଲା ଦତ୍ତା ନିଜ କଲେଜ ପୂରଣ ହେବାର ୩୪ ବର୍ଷ ପରେ ପିଏଚଡ଼ିର ଉପାଧି ପ୍ରାପ୍ତ କରିଛନ୍ତି । ଏହି ଡିଗ୍ରୀକୁ ପ୍ରାପ୍ତ କରିବା ସହ ଏହି ଦିନଟି ଆହୁରି ମଧୁମୟ ହୋଇଗଲା କାରଣ ତାଙ୍କର ୨୮ ବର୍ଷୀୟ ଝିଅ ଶ୍ରେୟା ମିଶ୍ର ମଧ୍ୟ ୧୫ ମାର୍ଚ୍ଚ ଦିନ ହିଁ ପିଏଚଡ଼ିର ଉପାଧି ପ୍ରାପ୍ତ କରିଛନ୍ତି ।

ମା ଓ ଝିଅକୁ ଏକାଠି ମିଳିଲା ପିଏଚଡ଼ିର ଡିଗ୍ରୀ :

ଆପଣଂକୁ ଜଣାଇ ଦେଉଛୁ ଯେ, ମାଲା ଦତ୍ତା ରକ୍ଷା ମନ୍ତ୍ରାଳୟ ସହ କାମ କରୁଥିବା ଏକ ଭାରତୀୟ ଆର୍ଥିକ ସେବା ଅଧିକାରୀ ଅଟନ୍ତି । ସେ କହିଛନ୍ତି କି ୧୯୮୫ ମସିହାରେ ସେ ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକସ ରେ ଅର୍ଥଶାସ୍ତ୍ର ରେ ମାଷ୍ଟର ପୂରଣ କରିବା ପରେ ସେ ପିଏଚଡ଼ି କରିବାକୁ ଚାହୁଁଥିଲେ। ମାଲା ଦତ୍ତା କହିଛନ୍ତି କି ମୋତେ ୨୦୧୨ରେ କାମରୁ ବିରତି ନେବାକୁ ପଡିଲା, ଯେବେ ମୋର ଛୋଟ ଝିଅ ଦ୍ୱାଦଶ ବୋର୍ଡର ପରୀକ୍ଷା ଦେଇଥିଲେ । ଏହି ସମୟରେ ସେ ପିଏଚଡ଼ି ପାଇଁ ଦାଖିଲ କରିଥିଲେ । ସେତେବେଳେ ସେ ମନ୍ତ୍ରାଳୟରୁ ଅବକାଶ ନେଇଥିଲେ । ପିଏଚଡ଼ି ପୂରଣ କରିବା ପାଇଁ ଗମ୍ଭୀରତାର ସହ କାମ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଏହା ବି କହିଛନ୍ତି ଯେ, ଏହା ପ୍ରଥମ ଥର ଅଟେ; ଯେବେ ସେମାନେ ମା ଓ ଝିଅର ଯୋଡି ମିଶିକି ପିଏଚଡ଼ି ପାଇଁ ପ୍ରସ୍ତୁତ ହୋଉଥିଲେ ।

ମାଲା ଦତ୍ତାଙ୍କ ଝିଅ ଶ୍ରେୟା ମିଶ୍ର ବିଶ୍ୱ ବ୍ୟାଙ୍କରେ ଏଡ଼ଭାଇଜର ଅଛନ୍ତି । ଯିଏ କି ଗ୍ରାଜୁଏସନ୍ କରିବାର ଦୁଇ ବର୍ଷ ପରେ ମନୋବିଜ୍ଞାନରେ ପିଏଚଡି ହାସଲ କରିଛନ୍ତି । ପିଏଚଡ଼ିରେ ଦାଖିଲା ନେଲା ପରେ ମାଲା ଦତ୍ତା ଓ ତାଙ୍କ ଝିଅ ଅନୁଭବ କଲେ ଯେ ତାଙ୍କୁ ପିଏଚଡ଼ି ଏକାଠି ହୋଇ ପୂରଣ କରିବା ଦରକାର । ଯାହାକି ଆମ ଜୀବନର ସବୁଠୁ ଅଲଗା ମୁହୂର୍ତ୍ତ ହୋଇପାରିବ । ଶ୍ରେୟା କହିଛନ୍ତି କି ସେ ନିଜ ମାଙ୍କ ଠାରୁ ମାର୍ଗଦର୍ଶନ ନେବା ଆରମ୍ଭ କରିଥିଲେ ଓ ପିଏଚଡ଼ିକୁ ପୁରା କରିବା ପାଇଁ ୩ ବର୍ଷ କଠିନ ପରିଶ୍ରମ କରିଥିଲି ।

ଗତବର୍ଷ ମାଆ ଓ ଝିଅ ଉଭୟ ମୌଖିକ ଓ ପ୍ରୋଜେକ୍ଟ ପରୀକ୍ଷା ଦେଇଥିଲେ । ଏହା ମୋ ପାଇଁ ଏକ ଅପୂର୍ବ ସୁଯୋଗ ଥିଲା ଯେ, ମୋତେ ମୋ ଝିଅ ଓ ତା’ର ସହପାଠୀଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଛି । ମାଲା ଦତ୍ତା କହିଛନ୍ତି କି; ମୋର ଝିଅକୁ ଦୀକ୍ଷାନ୍ତ ସମାରୋହରୁ ପିଏଚଡ଼ିର ଡିଗ୍ରୀ ହାସଲ କରିବା ପାଇଁ ପ୍ରେରଣା ମିଳିଛି ।

ଶ୍ରେୟା କହିଛନ୍ତି କି :

ମୋର ବାହାଘର ହେବାର ଗୋଟିଏ ଦିନ ପରେ ଅର୍ଥାତ ୧୯ ନଭେମ୍ବରରେ ଦୀକ୍ଷାନ୍ତ ସମାରୋହ ଥିଲା । ସେତେବେଳେ ଆମକୁ ଡିଗ୍ରୀରେ ସାମିଲ ହେବା ପାଇଁ ସୁଯୋଗ ମିଳି ନଥିଲା । ଏହା ମୋ ସହ ମୋର ମାଆଙ୍କ ପାଇଁ ବି ନିରାଶ ଜନକ ଥିଲା । ମାଲା ଦତ୍ତା ଓ ଶ୍ରେୟା ୧୫ ମାର୍ଚ୍ଚରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟକୁ ଡିଗ୍ରୀ ନେବା ପାଇଁ ଯାଇଥିଲେ । ସେହି ସମୟରେ ଆମେ ନିଜ ସ୍ୱପ୍ନକୁ ଅନୁଭବ କଲୁ ଓ ନିଜ ଡିଗ୍ରୀକୁ ଏକାଠି ହାସଲ କରିଥିଲୁ । ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ କହିବା ଅନୁଯାୟୀ, ଯଦି ଦୀକ୍ଷାନ୍ତ ସମାରୋହରେରେ ଆପଣ ଏହି ଡିଗ୍ରୀ ନେଇଥାନ୍ତେ, ତେବେ ଆପଣମାନେ ବି ସମାଚାରରେ ଚର୍ଚ୍ଚା ହୋଇଥାନ୍ତେ । କିନ୍ତୁ ଶ୍ରେୟାଙ୍କ ଅନୁସାରେ ଏବେ ତାଙ୍କୁ ଏହି କଥାର କୌଣସି ବି ତଫାତ୍ ନାହିଁ କାରଣ ଏବେ ଏହି ଦିନରେ ତାଙ୍କ ସ୍ୱାମୀ ଓ ଜେଜେମା ଓ ଜେଜେବାପା ସମସ୍ତେ ତାଙ୍କ ସହ ଅଛନ୍ତି ।