ପରିସ୍ରା କରିବା ସମୟରେ ଅଧିକାଂଶ ଲୋକମାନେ ଏହି ଚାରଟି ଭୁଲ୍ କରିଥାନ୍ତି । ତୃତୀୟ ଭୁଲ୍ ଅଧିକ ଲୋକମାନେ କରିଥାନ୍ତି ।

Spread the love

ପରିସ୍ରା କରିବା ଆମ ଶରୀରର ଏକ ମୁଖ୍ୟ ପ୍ରକ୍ରିୟା ଅଟେ । ପରିସ୍ରା କରିବା ଦ୍ୱାରା ଶରୀରରୁ ହାନିକାରକ ତତ୍ୱ ଓ ବିଷାକ୍ତ ପଦାର୍ଥ ଗୁଡ଼ିକ ବାହାରକୁ ଚାଲି ଯାଇଥାଏ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ସହାୟତା ହୋଇଥାଏ । କିନ୍ତୁ ଲୋକମାନେ ପରିସ୍ରା କରିବା ସମୟରେ କିଛି ଏଭଳି ଭୁଲ କରିଦିଅନ୍ତି ଯେଉଁ କାରଣରୁ ତାହା ଶରୀରକୁ ବହୁତ କ୍ଷତି ପହଞ୍ଚାଇ ଥାଏ । ଆସନ୍ତୁ ଲୋକମାନେ ପରିସ୍ରା କରିବା ସମୟରେ କେଉଁ ଚାରଟି ଭୁଲ୍ ଅଧିକାଂଶ ସମୟରେ କରିଥାନ୍ତି ସେ ବିଷୟରେ ଜାଣିବା । ଅନୁଛେଦଟି ଭଲ ଲାଗିଲେ ଶେୟାର କରନ୍ତୁ ।

ପ୍ରଥମ ଭୁଲ୍ –

ବାହାରକୁ ଯିବା ସମୟରେ ଅଧିକାଂଶ ଲୋକମାନେ ସାର୍ବଜନୀନ ଶୌଚାଳୟ ବ୍ୟବହାର କରିଥାନ୍ତି ଯାହାକି ଅଧିକାଂଶ ସମୟରେ ଅପରିଷ୍କାର ଥାଏ । ଯେଉଁ କାରଣରୁ ସଂକ୍ରମଣ ହେବାର ସମ୍ଭାବନା ବଢିଯାଇ ଥାଏ । ତେଣୁ ପରିସ୍ରା କରିବା ସମୟରେ ସବୁବେଳେ ପରିଷ୍କାର ଶୌଚାଳୟର ବ୍ୟବହାର କରନ୍ତୁ । ସଂକ୍ରମଣ ଠାରୁ ସୁରକ୍ଷିତ ରହିବାପାଇଁ ।

ଦ୍ୱିତୀୟ ଭୁଲ୍ –

ପରିସ୍ରା କରିବା ସମୟରେ ଯଦି ଅସାମାନ୍ୟ ଦୁର୍ଗନ୍ଧ ଆସିଲା, ତେବେ ଅଧିକାଂଶ ଲୋକମାନେ ଏହାକୁ ଅଣଦେଖା କରିଦିଅନ୍ତି । ଏହା ପରିସ୍ରା ନଳୀର ସଂକ୍ରମଣ ହେବାର ସଙ୍କେତ ଦେଇଥାଏ । ତେଣୁ ପରିଶ୍ରାରେ ଦୁର୍ଗନ୍ଧ ଆସିଲେ, ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ତୃତୀୟ ଭୁଲ୍ –

ଆଜିକାଲି ବ୍ୟସ୍ତମୟ ଜୀବନ ଯାପାନ ଫଳରେ ଅଧିକାଂଶ ସମୟରେ ଲୋକମାନେ ପରିସ୍ରାକୁ ଅଟକାଇ ରଖିଥାନ୍ତି । ଯେଉଁ କାରଣରୁ ମୂତ୍ରାଶୟରେ ଅଧିକ ଚାପ ପଡିଥାଏ । ଏଭଳି ଭୁଲ୍ କରିଲେ ବୃକକ ଉପରେ ଖରାପ ପ୍ରଭାବ ପଡିପାରେ ଓ ବୃକକ ଜନିତ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ ।

ଚତୁର୍ଥ ଭୁଲ୍ –

ପରିସ୍ରା କରିବା ସମୟରେ ଅନେକ ଥର ତାହା ହଳଦିଆ ରଙ୍ଗର ପରିଶ୍ରା ହୋଇଥାଏ । ଏହା ଶରୀରରେ ପାଣିର ପରିମାଣ କମିବାର ସଙ୍କେତ ହୋଇଥାଏ । ତେଣୁ ଭରପୁର ମାତ୍ରାରେ ପାଣି ପିଅନ୍ତୁ ।