୧୦୦ ରୁ ଉର୍ଦ୍ଧ୍ଵ ସୈନିକ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଜଣାଇଛନ୍ତି, ଜଣାଇଛନ୍ତି ଚିନ୍ତାର କାରଣ :

Spread the love

ଆଠ ଜଣ ପୂର୍ବ ସେନାପ୍ରମୁଖଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ଵ ସୈନିକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ମାଧ୍ୟମରେ ସୈନିକମାନେ ନିଜର ଚିନ୍ତାକୁ ଲେଖିଛନ୍ତି; ଲୋକସଭା ନିର୍ବାଚନରେ ଭାରତୀୟ ସେନା ନାମରେ ଭୋଟ ମଗାଯାଉଛି । ଚିଠି ଅନୁସାରେ ଅତୀତରେ ହୋଇଥିବା ମିଲିଟାରୀ ଅପରେସନକୁ ନେଇ ଭୋଟରଙ୍କୁ ଭୋଟ ଅପିଲ କରାଯାଉଛି, ଏହା ଏକ ଚିନ୍ତାର ବିଷୟ ଅଟେ ।ଗୁରୁବାରରୁ ଲୋକସଭା ନିର୍ବାଚନର ୫୪୩ ସିଟ ମଧ୍ୟରୁ ୯୧ ସିଟ ପାଇଁ ମତଦାନ ଆରମ୍ଭ ହୋଇସାଇଛି ।

ମୋଦିଙ୍କ ଉପରେ ରାଗିଛନ୍ତି ସୈନିକମାନେ :

ଯେଉଁ ଚିଠି ରାମନାଥ କୋବିନ୍ଦଙ୍କୁ ଲେଖାଯାଇଛି; ସେଥିରେ ଲେଖା ହୋଇଛି ସର୍ବଦା ଲୋକସଭା ନିର୍ବାଚନ ସମୟରେ ମନ୍ତ୍ରୀମାନେ ମିଲିଟାରୀ ଅପେକ୍ଷା ଲୋକତନ୍ତ୍ରଙ୍କ ସିଦ୍ଧାନ୍ତକୁ ଉପରେ ରଖିଛନ୍ତି । ଚିଠିରେ ପୂର୍ବତନ ସେନା ପ୍ରମୁଖ ଜେନେରାଲ (ଅବସରପ୍ରାପ୍ତ) ଏସ୍.ଏଫ୍ ରାଡିଗ୍ରୀସ୍ ଓ ଜେନେରାଲ ଦୀପକ କପୁରଙ୍କ ସମେତ ପୂର୍ବ ଏୟାର ଚିଫ୍ ମାସର୍ଲ ଏନ୍.ସି ସୁରି ଓ ପୂର୍ବ ନୌସେନା ପ୍ରମୁଖ ସୁରେଶ ମେହେତାଙ୍କ ସମେତ ଅନେକ ସେନା ପ୍ରମୁଖଙ୍କ ଦସ୍ତଖତ ରହିଛି । ବେଟରଂସ ଏହି ଚିଠିକୁ ବିଳମ୍ବିତ ରାତିରେ ମିଡ଼ିଆ ସାମ୍ନାକୁ ଆଣିଛନ୍ତି । ଯେତେବେଳେ ପ୍ରଥମ ଚରଣ ମତଦାନ ହୋଇସାଇଥିଲା ।

ଯୋଗିଆଦିତ୍ୟ ନାଥଙ୍କ ଟିପ୍ପଣୀ :

ଏହି ଚିଠିରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗିଆଦିତ୍ୟ ନାଥଙ୍କ ଟିପ୍ପଣୀ ବିଷୟରେ କୁହାଯାଇଛି; ଯେଉଁ ଟିପ୍ପଣୀରେ ଆଦିତ୍ୟନାଥ ସେନାକୁ ମୋଦିଙ୍କ ସେନା ବୋଲି କହିଥିଲେ । ସିଏମ୍ ଏହି ଟିପ୍ପଣୀ ଗଜିଆବାଦରେ ଏକ ନିର୍ବାଚନ ରାଲୀରେ କହିଥିଲେ । ଚିଠିରେ ଲେଖା ହୋଇଛି ଏହା ବହୁତ ଅସାଧାରଣ ଅଟେ ଏହା କଦାପି ଗ୍ରହଣୀୟ ନୁହେଁ । ରାଜସେନା ମିଲିଟାରୀ ଅପରେସନ ପରି ସର୍ଜିକାଲ ଆକ୍ରମଣର ଶ୍ରେୟ ନିଜେ ନେବେ ଓ ସେନାକୁ ମୋଦିଙ୍କ ସେନା କହିବେ । କହିବା ପାଇଁ ଚାହୁଁଛୁ; ନିର୍ବାଚନ ଆୟୋଗ ଯୋଗୀ ଅଦିତ୍ୟନାଥଙ୍କୁ ଏପରି ଟିପ୍ପଣୀ ଦେବା ପାଇଁ ମନା କରିଥିଲେ ।

ଅଭିନନ୍ଦନଙ୍କ ଚିତ୍ରକୁ ନେଇ ନିର୍ବାଚନ ପ୍ରଚାର କରିବା ପାଇଁ ମନା କରିଛି ନିର୍ବାଚନ ଆୟୋଗ :

ନିର୍ବାଚନ ଆୟୋଗ ନିର୍ବାଚନ ଲଢ଼ୁଥିବା ପାର୍ଟିଗୁଡିକୁ ଅପିଲ କରିଛନ୍ତି ଯେ, ପାର୍ଟିଗୁଡିକ ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଚିତ୍ରକୁ ନିର୍ବାଚନରେ ବ୍ୟବହାର କରିବେ ନାହିଁ । ଅଭିନନ୍ଦନ ୨୭ ଫେବ୍ରୁଆରୀରେ ପାକିସ୍ତାନର ଏକ ଏଫ୍-୧୬କୁ ନିଜ ମିଗ୍-୨୧ ମାଧ୍ୟମରେ ଧ୍ୱଂସ କରିଥିଲେ । ଏହା ପରେ ଅଭିନନ୍ଦନ ପାକିସ୍ତାନ ହାତରେ ଧରା ପଡି ଯାଇଥିଲେ ଓ ପାକିସ୍ତାନୀ ସେନା, ତାଙ୍କୁ ବନ୍ଦୀ କରିନେଇଥିଲା । ବେଟରଂସ ଚିଠିରେ ସେହି ଚିତ୍ର ଗୁଡିକ ବିଷୟରେ ମଧ୍ୟ କହିଛନ୍ତି; ଯେଉଁଥିରେ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ମିଲିଟାରୀ ପୋଷାକ ପିନ୍ଧିଛନ୍ତି । ଏହା ସହ ଅଭିନନ୍ଦନଙ୍କ ସଂଭେଦନଶୀଳ ଫୋଟ ଓ ପୋଷ୍ଟର ରହିଛି ।

ନିର୍ଦ୍ଦେଶ ପରେ ମଧ୍ୟ ବ୍ୟବହାର ହୋଇଥିଲା ଫୋଟୋଚିତ୍ର :

ବେଟରଂସ ଏହି କଥାରେ ଚିନ୍ତା ପ୍ରକଟ କରିଛନ୍ତି ଯେ, ନିର୍ବାଚନ ଆୟୋଗର ନିର୍ଦ୍ଦେଶକୁ ପାର୍ଟି ମାନି ନାହିଁ । କୌଣସି ଦଳର ମଧ୍ୟ ବ୍ୟବହାର ପରିବର୍ତ୍ତନ ହୋଇନାହିଁ । ଚିଠିରେ ଏହା ମଧ୍ୟ ଲେଖା ହୋଇଛି ଯେ, ରାଜନୈତିକ ଦଳ ଗୁଡିକ ଆଚାର ସଂହିତା ଉଲ୍ଲଘଂନ କରିଛନ୍ତି । ଚିଠି ମାଧ୍ୟମରେ ଆଶା କରାଯାଇଛି ଆଗାମୀ ଦିନ ଗୁଡିକରେ ଏହିପରି ବ୍ୟବହାରରେ ପରିବର୍ତ୍ତନ ନିଶ୍ଚିନ୍ତ ଆସିବ ।