ଏହି ଚା’ ବିକାଳିଙ୍କର ମାସିକ ରୋଜଗାର ୧୨ ଲକ୍ଷ ଟଙ୍କା…. ଦେଖନ୍ତୁ ବିଡ଼ିଓ ସେ ନିଜେ କଣ କହୁଛନ୍ତି ?

Spread the love

କର୍ମରେ କିଛି ଛୋଟବଡ଼ ନାହିଁ । ଯେକୌଣସି କର୍ମକୁ ତୁଚ୍ଛ ମଣିବା ଅନୁଚିତ । କର୍ମରେ ହିଁ ରହିଛି ମନୁଷ୍ୟର ଭବିଷ୍ୟତ ଏବଂ କର୍ମ ହିଁ ମନୁଷ୍ୟର ପରିଚୟ । ତେଣୁ ସମସ୍ତ କର୍ମକୁ ଦେବତା ତୁଲ୍ୟ ପ୍ରଣିପାତ କରିବା ଉଚିତ । ଆସନ୍ତୁ ଜାଣିବା, ଜଣେ ଚାହା ବିକ୍ରି କରି କିପରି ମାସକୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ! କଥା ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ଏହା ହିଁ ବାସ୍ତବରେ ସତ୍ୟ….

ପୁନେର ଜଣେ ଚା’ ବିକାଳି କିଛି ଏମିତି ସ୍ୱାଦିଷ୍ଟ ଚାହା ତିଆରି କରୁଛନ୍ତି ଯାହା ଅନ୍ୟ ମାନଙ୍କ ପାଇଁ ସମ୍ଭବ ନୁହେଁ । ଏହି ଚା’ ବିକାଳି ଜଣକ ମାସରେ ଯେତିକି ଟଙ୍କା ରୋଜଗାର କରିଥାନ୍ତି ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ନବନ୍ନାଥ ୟେବଲେ ନାମକ ବ୍ୟକ୍ତି ଚାହା ବିକି ପ୍ରତି ମାସରେ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ପୁନେ ସହରରେ ଯେବଲେ ଟି ହାଉସ୍ (Tea House) ପ୍ରତି ବୟସର ଲୋକ ମାନଙ୍କ ପାଇଁ ମନ ପସନ୍ଦର ଟି’ ପଏଣ୍ଟ ହୋଇଯାଇଛି । ଏହି ‘ଟି ପଏଣ୍ଟ’ ସହରର ପ୍ରସିଦ୍ଧ ‘ଟି ପଏଣ୍ଟ’ ଗୁଡିକ ସହ ଗଣତି କରାଯାଉଛି । ନବନ୍ନାଥ ୟେବଲେ କହିଛନ୍ତି, ବହୁତ ଶୀଘ୍ର ଏହି ଟି ପଏଣ୍ଟଟିକୁ ଆନ୍ତର୍ଜାତିକ ବ୍ରାଣ୍ଡ କରିବାକୁ ଚେଷ୍ଟା କରୁଛନ୍ତି ।

ନବନ୍ନାଥ କହିଛନ୍ତି ପକୁଡି ବ୍ୟବସାୟ ତୁଳନାରେ ଚାହା, ଭାରତୀୟ ଚାହା ବ୍ୟବସାୟୀ ମାନଙ୍କୁ ଭଲ ରୋଜଗାର ଯୋଗଉଛି । ଏହା ବହୁତ ଶୀଘ୍ର ବଢିବାକୁ ଲାଗିଲାଣି ଏଥିପାଇଁ ମୁଁ ବହୁତ ଖୁସି ଅଛି । ନବନ୍ନାଥ କହିଛନ୍ତି ପୁନେ ସହରରେ ମୋ ‘ଟି ଷ୍ଟଲ୍’ର ନାମରେ ତିନୋଟି ଷ୍ଟଲ୍ ଚାଲୁଅଛି ଓ ଏହି ଷ୍ଟଲ୍ ଗୁଡିକରେ ୧୨ ଜଣ ଲୋକ କାମ କରୁଛନ୍ତି ।

ସୌଭାଗ୍ୟର ବିଷୟ ଯେ, ପ୍ରଧାନମନ୍ତ୍ରୀ ନିଜକୁ ବହୁତ ଥର ଚାହା ବାଲା କୁହନ୍ତି । କିଛି ଦିନ ପୂର୍ବରୁ ନବନ୍ନାଥ ପକୁଡି ବିକିବା ବ୍ୟବସାୟ କରୁଥିଲେ ଯାହା ଫଳରେ ଦେଶର ରାଜନୀତିରେ ବହୁତ ତାତି ଉଠିଥିଲା । ଏହି ସମୟରେ ପୁନେ ସହରର ଏହି ଚାହା ବିକାଳି ଗୋଟିଏ ନୂଆ କାର୍ତ୍ତିମାନ ସୃଷ୍ଟି କରି ଦେଇଛନ୍ତି ।